ଭୁବନେଶ୍ବର: ଶୁକ୍ରବାର ବିଜେପିର କୋର୍ କମିଟି ବୈଠକ ପରେ ଆଜି ବସିଛି ଦଳର ସଂଯୁକ୍ତ ମୋର୍ଚ୍ଚା ବୈଠକ । ଏକାଠି ହୋଇଛନ୍ତି ରାଜ୍ୟ ବିଜେପିର 7 ମୋର୍ଚ୍ଚାର ପଦାଧିକାରୀ । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ବୈଠକ ଚାଲିଛି । ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ମଧ୍ୟ ଉପସ୍ଥିତ ରହିଛନ୍ତି । 7 ମୋର୍ଚ୍ଚା ସହ ଆଲୋଚନା କରୁଛନ୍ତି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ।
ଦଳର ସାଙ୍ଗଠନିକ ସ୍ଥିତିକୁ ଆହୁରି ସୁଦୃଢ଼ କରିବା ଦିଗରେ ଆଲୋଚନା ହେଉଛି । ମହିଳା ମୋର୍ଚ୍ଚା, ଯୁବ ମୋର୍ଚ୍ଚା, ଓବିସି ମୋର୍ଚ୍ଚା, କୃଷକ ମୋର୍ଚ୍ଚା, ସଂଖ୍ୟାଲଘୁ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଆଦି ମୋର୍ଚ୍ଚା ବୈଠକରେ ସାମିଲ ହୋଇଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ