ETV Bharat / city

ସରକାରଙ୍କ ସଂରକ୍ଷଣ ନିଷ୍ପତ୍ତିରେ ବିଜେପି ଭୟଭୀତ: ବିଜେଡି - ସଂରକ୍ଷଣ ନିଷ୍ପତ୍ତି ଅପଡେଟ

ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ସରକାର ଆଣିଥିବା ସଂରକ୍ଷଣ ନିଷ୍ପତ୍ତିରେ ବିଜେପି ଭୟଭୀତ ବୋଲି କହିଲା ବିଜେଡି । ପଢନ୍ତୁ ଅଧିକ....

ସରକାରଙ୍କ ସଂରକ୍ଷଣ ନିଷ୍ପତ୍ତିରେ ବିଜେପି ଭୟଭିତ: ବିଜେଡି

author img

By

Published : Dec 29, 2020, 10:50 PM IST

ଭୁବନେଶ୍ବର: ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାର ଆଣିଥିବା ସଂରକ୍ଷଣ ନିଷ୍ପତ୍ତିକୁ ବିଭିନ୍ନ ଆଡେ ସ୍ବାଗତ କରାଯାଉଥିବା ବେଳେ ବିଜେପି କାହିଁକି ଭୟଭୀତ ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ଏଲିନା ଦାସ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପିକୁ ଏପରି ଟାର୍ଗେଟ କରି ଏଲିନା କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ସବୁଆଡେ ଗ୍ରହଣୀୟ ହୋଇଛି ଓ ତାଙ୍କର ଲୋକପ୍ରିୟତା ଭୟରେ ବିଜେପି ଏପରି ଅଭିଯୋଗ ଆଣୁଛି ବୋଲି କହିଛନ୍ତି ଏଲିନା ।

ସରକାରଙ୍କ ସଂରକ୍ଷଣ ନିଷ୍ପତ୍ତିରେ ବିଜେପି ଭୟଭିତ: ବିଜେଡି

ଆଜି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହର ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ନେଇ ପ୍ରଶ୍ନ କରିଥିଲେ। ପୂର୍ବରୁ ବ୍ୟବସ୍ଥା କରାଯାଇଥିବା ସଂରକ୍ଷଣ ବ୍ୟବସ୍ଥା କାହିଁକି ଲାଗୁ କରାଯାଉନାହିଁ ବୋଲି ପ୍ରଶ୍ନ କରିଥିଲେ ଲେଖାଶ୍ରୀ । ଲେଖାଶ୍ରୀ ପଚାରିଥିବା ଓବିସି ଓ ଏସିବିସି ସଂରକ୍ଷଣ ପ୍ରସଙ୍ଗରେ ବିଜେଡି ମୁଖପାତ୍ର କିଛି ମୁହଁ ଖୋଲି ନାହାଁନ୍ତି ।

ରାଜ୍ୟ ସରକାରଙ୍କ ଏହି କାଳକ୍ଷେପଣ ନିଷ୍ପତ୍ତି ଯୋଗୁଁ ଅନେକ ଛାତ୍ରଛାତ୍ରୀ ସେମାନଙ୍କ ହକରୁ ବଞ୍ଚିତ ହୋଇଛନ୍ତି ବୋଲି ଅଭିଯୋଗ କରିଛି ବିଜେପି । ବିଶେଷକରି ପୂର୍ବରୁ ଓବିସି ବର୍ଗ ପାଇଁ 27 ପ୍ରତିଶତ ଓ ଆର୍ଥିକ ପଛୁଆ ବର୍ଗ ପାଇଁ 10 ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଥିଲେ ମଧ୍ୟ ରାଜ୍ୟ ଏହାକୁ ଲାଗୁ କାହିଁକି କରୁନାହିଁ ବୋଲି ପ୍ରଶ୍ନ କରିଥିଲା ବିଜେପି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.