ETV Bharat / city

ଭ୍ରଷ୍ଟାଚାର ମୁକ୍ତ ପଞ୍ଚାୟତରାଜ ଗଠନ ବିଜେପିର ଲକ୍ଷ୍ୟ

author img

By

Published : Jan 19, 2022, 7:21 PM IST

ପଞ୍ଚାୟତ ନିର୍ବାଚନକୁ ନେଇ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଜାରି ରହିଛି । ବିଜେପି 5 ଶହ ରୁ ଉର୍ଦ୍ଧ୍ବ ଜିଲ୍ଲା ପରିଷଦ ଦଖଲ ପାଇଁ ଯୋଜନା କରିଛି । ସେହି ଆଧାରରେ ଦଳର ରଣନୀତି ଜାରି ରହିଥିବା କହିଛନ୍ତି ବରିଷ୍ଠ ନେତା ପୃଥ୍ବୀରାଜ ହରିଚନ୍ଦନ । ଅଧିକ ପଢନ୍ତୁ

BJP goal is
BJP goal is

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନକୁ ନେଇ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଜାରି ରହିଛି । ବିଜେପି 5 ଶହ ରୁ ଉର୍ଦ୍ଧ୍ବ ଜିଲ୍ଲା ପରିଷଦ ଦଖଲ ପାଇଁ ଯୋଜନା କରିଛି । ସେହି ଆଧାରରେ ଦଳର ରଣନୀତି ଜାରି ରହିଥିବା କହିଛନ୍ତି ବରିଷ୍ଠ ନେତା ପୃଥ୍ବୀରାଜ ହରିଚନ୍ଦନ ।

ଆଜି ଗଣମାଧ୍ୟମକୁ ସୂଚନା ଦେଇ ପୃଥ୍ବୀରାଜ କହିଛନ୍ତି ରାଜ୍ୟ ସରକାରଙ୍କ ବ୍ୟାପକ ନିଷ୍କ୍ରିୟତା ପଞ୍ଚାୟତରାଜ ବ୍ୟବସ୍ଥାକୁ ଧ୍ଵଂସ କରିବା ପ୍ରକ୍ରିୟା, ଭ୍ରଷ୍ଟାଚାରରେ ପଞ୍ଚାୟତରାଜ ପ୍ରକ୍ରିୟାକୁ ବୁଡାଇବା ପାଇଁ ସରକାରଙ୍କ ଯେଉଁ ଷଡଯନ୍ତ୍ର ରହିଛି ତାହାକୁ ରାଜ୍ୟବାସୀ ଜାଣିଛନ୍ତି । ଶାସକ ଦଳର ନେତାମାନେ କେନ୍ଦ୍ର ସରକାର ଦେଉଥିବା ସହାୟତାକୁ ବାଟମାରଣା କରିବାରେ ଯେଉଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ତାକୁ ନେଇ ଲୋକଙ୍କ ମଧ୍ୟରେ କ୍ରୋଧ ଅଛି ।

ଭ୍ରଷ୍ଟାଚାର ମୁକ୍ତ ପଞ୍ଚାୟତରାଜ ଗଠନ ବିଜେପିର ଲକ୍ଷ୍ୟ

ଭ୍ରଷ୍ଟାଚାର ମୁକ୍ତ ପଞ୍ଚାୟତରାଜ ବ୍ୟବସ୍ଥା ତିଆରି କରିବା ବିଜେପି ପ୍ରତିଶ୍ରୁତିବଦ୍ଧ । ପଞ୍ଚାୟତମାନଙ୍କୁ ପ୍ରଧାନମନ୍ତ୍ରୀ ବ୍ୟାପକ ଅର୍ଥ ଦେଉଛନ୍ତି । । ପଞ୍ଚାୟତକୁ ସିଧାସଳଖ ପଇସା ଆସୁଛି। ବିଜେପିର କର୍ମୀ ମାନେ ପ୍ରତ୍ୟେକ କେନ୍ଦ୍ରୀୟ ଯୋଜନା ହିତାଧିକାରୀଙ୍କ ପାଖରେ କେମିତି ପହଞ୍ଚିବ ତା ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇ କାମ କରୁଛନ୍ତି । ୱାର୍ଡସ୍ତରୀୟ ଲୋକମାନଙ୍କ ସହଭାଗିତାରେ ପଞ୍ଚାୟତ ବ୍ୟବସ୍ଥା ଚାଲିବ । ବିକାଶର ଯୋଜନା ପଞ୍ଚାୟତରୁ ତିଆରି ହେବ । ଏହି ସବୁ ପ୍ରତିଶ୍ରୁତି ନେଇ ବିଜେପି ଲୋକଙ୍କ ପାଖକୁ ଯିବ ।

ରାଜ୍ୟବାସୀ ଦୀର୍ଘଦିନ ଧରି ଅରାଜକତା ଓ ପଞ୍ଚାୟତରାଜରେ ଭ୍ରଷ୍ଟାଚାର ଦେଖିଛନ୍ତି । ତେଣୁ ଆମେ ଯେଉଁ ପ୍ରତିଶ୍ରୁତି ଦେଇଛୁ ତାକୁ ଲୋକେ ଗ୍ରହଣ କରିବେ। ୱାର୍ଡ କମିଟି ଗଠନ ବି କରାଯାଇଛି। ୱାର୍ଡ କମିଟିର ଶକ୍ତି ଏବଂ ଅପାରଗତା ସରକାରଙ୍କର ଭ୍ରଷ୍ଟାଚାରକୁ ନେଇ ବିଜେପି ସଫଳତାର ସିଡି ଚଢିବ ବୋଲି ପୃଥୀରାଜ କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.