ETV Bharat / city

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାଁରେ ଏତଲା ଦେଲା BJP

author img

By

Published : Oct 31, 2021, 4:03 PM IST

ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀ ଦିବ୍ଯଶଙ୍କର ମିଶ୍ରଙ୍କ ନାମରେ କ୍ୟାପିଟାଲ ଥାନାରେ ଏତଲା ଦେଲା ବିଜେପି । ଘଟଣାରେ ମନ୍ତ୍ରୀଙ୍କୁ ପକ୍ଷଭୁକ୍ତ କରିବା ପାଇଁ ଏତଲାରେ ଉଲ୍ଲେଖ । ଅଧିକ ପଢନ୍ତୁ...

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାଁରେ ଏତଲା ଦେଲେ BJP

ଭୁବନେଶ୍ବର: କଳାହାଣ୍ଡି ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାମରେ ଏତଲା ଦେଲା ବିଜେପି। ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରିବା ଓ ତୁରନ୍ତ ଗିରଫ ଦାବିରେ ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲା ବିଜେପି ପକ୍ଷରୁ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି । ମୃତ ଶିକ୍ଷୟିତ୍ରୀଙ୍କ ପରିବାର ସଦସ୍ୟଙ୍କ ଅଭିଯୋଗ ଅନୁସାରେ ମନ୍ତ୍ରୀଙ୍କ ନାମରେ ଏହି ଏତଲା ଦାୟର କରାଯାଇଥିବା କହିଛି ଦଳ । ଏହା ସହ ଘଟଣା ତଦନ୍ତ ଭାର CBIକୁ ହସ୍ତାନ୍ତର କରିବା ପାଇଁ ମଧ୍ୟ ଦଳ ଦାବି କରିଛି ।

ଆଜି ଦଳର ମହିଳା ମୋର୍ଚ୍ଚା ସଦସ୍ୟଙ୍କ ସହ ଅନ୍ୟ କର୍ମୀମାନେ ଶୋଭାଯାତ୍ରାରେ ଆସି କ୍ୟାପିଟାଲ ଥାନରେ ପହଞ୍ଚିଥିଲେ । ଏତଲା ଦେବା ପରେ ମୁଖ୍ୟମନ୍ତ୍ରୀ ଦୋଷୀଙ୍କୁ ଘଣ୍ଟ ଘୋଡାଉଥିବା ଅଭିଯୋଗ କରି ନାରାବାଜୀ କରିବା ସହ ଖୁବଶୀଘ୍ର ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ ବିଜେପି କାର୍ଯ୍ୟକର୍ତ୍ତା । ଆଜିର ଏହି କାର୍ଯ୍ୟକ୍ରମ ଦଳର ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ସଭାପତି ବାବୁ ସିଂଙ୍କ ନେତୃତ୍ବରେ କରାଯାଇଥିଲା।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.