ଭୁବନେଶ୍ବର: ବଡ ବଡ ପ୍ରତିଶ୍ରୁତି ଦେବା ଏବଂ ପରବର୍ତ୍ତୀ ସମୟରେ ଏହାକୁ ପୂରଣ ନକରିବା ବିଜେପିର ପୁରୁଣା ଅଭ୍ୟାସ । ଆଜିର ଇସ୍ତାହାର ଏହାର ବ୍ୟତିକ୍ରମ ନୁହେଁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସୁଲତା ଦେଓ । ଆଜି ବିଜେପି ଦେଇଥିବା ଇସ୍ତାହାର ପ୍ରସଙ୍ଗରେ କଟାକ୍ଷ କରି ଏପରି କହିଛନ୍ତି ବିଜେଡି ନେତ୍ରୀ ।
ଦେଓ କହିଛନ୍ତି ଯେ, ୨୦୧୭ରେ ବିଜେପିର କିଛି ଜିଲ୍ଲା ପରିଷଦ ସଭାପତି ରହିଥିଲେ ସେମାନେ ଏଭଳି ଦୁର୍ଭାଗ୍ୟଜନକ ଭାବରେ ବିଫଳ ହୋଇଥିଲେ ଯେ ୨୦୧୯ ନିର୍ବାଚନରେ ଲୋକମାନେ ବିଜେପିକୁ ପ୍ରତ୍ୟାଖ୍ୟାନ କରିଦେଲେ । ଚଳିତ ଜିଲ୍ଲା ପରିଷଦ ନିର୍ବାଚନରେ ବିଜେପି ବହୁତ ଖରାପ ପ୍ରଦର୍ଶନ କରିବ ଏବଂ ଏହି ଇସ୍ତାହାର ହେଉଛି ଓଡିଶାର ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଶେଷ ପ୍ରୟାସ ।
ଏହା ମଧ୍ୟ ପଢନ୍ତୁ:- BJP Election Manifesto: ବିଜେପି ଜାରି କଲା ଇସ୍ତାହାର ଓ ଅଭିଯୋଗ ପତ୍ର
ଏଥର ନିର୍ବାଚନରେ ବି ଉଚିତ୍ ଜବାବ ଦେବେ ଲୋକ । ସାଢେ ଚାରି କୋଟି ଓଡ଼ିଶାବାସୀ ଜାଣିଛନ୍ତି ବିକାଶ ଓ ପ୍ରଗତି ସହ ଅଛି ବିଜେଡ଼ି । ପୁଣି ବିଜେଡିକୁ ଆର୍ଶୀବାଦ କରିବେ । ବହୁ ମାର୍ଜିନ ସହ ସବୁ ଜାଗାରେ ଜିତିବ ବିଜେଡ଼ି ଏବଂ ବିଜେପି ମାଟି କାମୁଡି ପଡ଼ିବ ବୋଲି ସୁଲତା କହିଛନ୍ତି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ