ETV Bharat / city

ବିରୋଧୀକୁ ବିଜେଡିର କାଉଣ୍ଟର, ବିକାଶ ବିରୋଧୀ ବିଜେପି

author img

By

Published : Sep 9, 2021, 10:24 PM IST

ସାମ୍ବାଦିକ ସମ୍ମିଳନୀରେ ବିଜେପି ବିଧାୟକ ଦଳ ଆଣିଥିବା ଅଭିଯୋଗର ଜବାବ ରଖିଛି ବିଜେଡି । ଏହାକୁ ନେଇ ମହିଳା ସଭାନେତ୍ରୀ ବା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ବିଜେଡି ପକ୍ଷରୁ ନିଜ ପ୍ରତିକ୍ରିୟା ରଖିଛନ୍ତି । ଅଧିକ ପଢ଼ନ୍ତୁ...

ବିରୋଧୀକୁ ବିଜେଡିର କାଉଣ୍ଟର, ବିକାଶ ବିରୋଧୀ ବିଜେପି
ବିରୋଧୀକୁ ବିଜେଡିର କାଉଣ୍ଟର, ବିକାଶ ବିରୋଧୀ ବିଜେପି

ଭୁବନେଶ୍ବର: ସାମ୍ବାଦିକ ସମ୍ମିଳନୀରେ ବିଜେପି ବିଧାୟକ ଦଳ ଆଣିଥିବା ଅଭିଯୋଗର ଜବାବ ରଖିଛି ବିଜେଡି । ଏହାକୁ ନେଇ ମହିଳା ସଭାନେତ୍ରୀ। ବା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ବିଜେଡି ପକ୍ଷରୁ ନିଜ ପ୍ରତିକ୍ରିୟା ରଖିଛନ୍ତି । ବିଜେପି ବିଧାୟକ କୃଷକ ବିରୋଧୀ, ଚାଷୀ ବିରୋଧୀ, ବିକାଶ ବିରୋଧୀ ଏହା ଆଜି ତାଙ୍କ ସାମ୍ବାଦିକ ସମ୍ମିଳନୀରୁ ସ୍ପଷ୍ଟ ହୋଇଛି ବୋଲି କହିଛନ୍ତି ବିଜେଡି ମହିଳା ସଭାନେତ୍ରୀ ।

ଓଡ଼ିଶାର ଚାଷୀମାନେ ହଟାହଟା ହେଉଛନ୍ତି । ଏଥିପାଇଁ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଧାରଣାରେ ବସିଥିଲା ବିଜେଡି । ଅନେକ ପ୍ରସଙ୍ଗରେ ଗୃହରେ ଆଲୋଚନା ହେବାର ଥିଲା । କିନ୍ତୁ ବିଜେପି ବିଧାୟକମାନେ ଗୃହ ଚଳେଇ ଦେଲେନି ବୋଲି ଅଭିଯୋଗ କରିଛନ୍ତି ସ୍ନେହାଙ୍ଗିନୀ ଛୁରିଆ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ ପିଛା 29ଶହ ୩୦ଟଙ୍କା ଦେବାକଥା, ତାହା ଦେଉନାହାନ୍ତି । କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେପି ମଧ୍ୟରେ ତାଳମେଳ ରହୁନି । ଜୁଲାଇରୁ ସେପ୍ଟେମ୍ବର ପର୍ଯ୍ୟନ୍ତ କେନ୍ଦ୍ର ସରକାର ସାର ଯେତିକି ଦେବା କଥା ଦେଇ ନାହାନ୍ତି । ଚାଷୀ insurance ଟଙ୍କା ମଧ୍ୟ ଦେଉ ନାହାନ୍ତି । ଚାଷୀଙ୍କ ପ୍ରତି ବିଜେପି ବିଧାୟକ ପ୍ରତାରଣା କରିଥିବା ବେଳେ ବିଜେଡି ସବୁବେଳେ ଚାଷୀଙ୍କ ସହିତ ରହିଛି ବୋଲି କହିଛନ୍ତି ବିଜେଡି ମହିଳା ସଭାନେତ୍ରୀ ।

ହଟ୍ଟଗୋଳ ମଧ୍ୟରେ ଷୋଡ଼ଷ ବିଧାନସଭାର ସପ୍ତମ ଅଧିବେଶନ ଶେଷ ହୋଇଛି । ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରିଛନ୍ତି ବାଚସ୍ପତି । ତେବେ ମୌସୁମୀ ଅଧିବେଶନର ଶେଷ ଦିନରେ ମଧ୍ୟରେ ଗୃହ ଠିକ୍ ଢଙ୍ଗରେ ଚାଲି ପାରିନଥିଲା । ହଟ୍ଟଗୋଳ ଯୋଗୁଁ ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବୀ ରହିଥିଲା । ଏଥିପାଇଁ ବିରୋଧୀ ଦଳ ଓ ଶାସକ ଦଳ ପରସ୍ପରକୁ ଦୋଷାରୋପ କରିଛନ୍ତି । ଏହାକୁ ନେଇ ବିଜେପି ସାମ୍ବାଦିକ ସମ୍ମିଳନୀ କରିଥିବା ବେଳେ ଏହାର ଜବାବ ରଖିଛନ୍ତି ବିଜେଡି ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.