ETV Bharat / city

ବିଦ୍ୟୁତ ଦର ବୃଦ୍ଧି ନେଇ ଭିସି ଯୋଗେ ଜନ ଆନ୍ଦୋଳନ କରିବ ବିଜେପି - electricity price hike

ରାଜ୍ୟରେ ବିଦ୍ୟୁତ ଦର ବୃଦ୍ଧି ନେଇ ଆସନ୍ତାକାଲି(ରବିବାର) ଭର୍ଚୁଆଲରେ ଜନ ଆନ୍ଦୋଳନ କରିବ ବିଜେପି । ଅଧିକ ପଢନ୍ତୁ...

ବିଦ୍ୟୁତ ଦର ବୃଦ୍ଧି ନେଇ ଭିସି ଯୋଗେ ଜନ ଆନ୍ଦୋଳନ କରିବ ବିଜେପି

author img

By

Published : Jun 19, 2021, 2:35 PM IST

ଭୁବନେଶ୍ବର: ରାଜ୍ୟରେ ବିଦ୍ୟୁତ ଦର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହି ଦର ବୃଦ୍ଧି ନେଇ ବିଜେପି ପକ୍ଷରୁ ପ୍ରତିବାଦ କରାଯାଉଥିବାବେଳେ ବିଦ୍ୟୁତ କମ୍ପାନୀ ଓ ରାଜ୍ୟ ସରକାର ମିଳିତ ଭାବେ ଲୋକଙ୍କ ଉପରେ ବୋଝ ଲଦୁଥିବା ଅଭିଯୋଗ କରିଛନ୍ତି ଭୁବନେଶ୍ବର ବିଜେପି ସାଙ୍ଗଠନିକ ଜିଲ୍ଲା ସଭାପତି ବାବୁ ସିଂ । ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି(ରବିବାର) 11 ଟା ସମୟରେ ବିଜେପି ଭର୍ଚୁଆଲରେ ଏକ ଜନ ଆନ୍ଦୋଳନ କରିବ । ଏଥିରେ ସମସ୍ତଙ୍କୁ ସହଯୋଗ କରିବାକୁ ବିଜେପି ଆହ୍ବାନ ଦେଇଛି ।

ବିଦ୍ୟୁତ ଦର ବୃଦ୍ଧି ନେଇ ଭିସି ଯୋଗେ ଜନ ଆନ୍ଦୋଳନ କରିବ ବିଜେପି

ଗତ 6 ମାସ ମଧ୍ୟରେ କମ୍ପାନୀ 50 ପଇସା ବୃଦ୍ଧି କରିଛି । ଗୋଟିଏ ପଟେ କୋରୋନା ପାଇଁ ସାଧାରଣ ଲୋକଙ୍କ ଜୀବନ ଜୀବିକା ଦୁର୍ବିସହ ହୋଇପଡିଥିବାବେଳେ ଏଭଳି ଭାବେ ବିଦ୍ୟୁତ ଦର ବୃଦ୍ଧି ବେଡି ଉପରେ କୋରୋଡା ମାଡ ସଦୃଶ ହୋଇଛି । ଏନେଇ ପୂର୍ବରୁ ମଧ୍ୟ ବିଜେପି ପକ୍ଷରୁ ତୀବ୍ର ପ୍ରତିବାଦ କରାଯାଇଥିଲା । ତେବେ ଆସନ୍ତାକାଲି ମଧ୍ୟ ଏହି ଦର ବୃଦ୍ଧି ନେଇ ଭିସି ଯୋଗେ ଭାରତୀୟ ଜନତା ପାର୍ଟି ପ୍ରତିବାଦ କରିବ ବୋଲି ବାବୁ ସିଂ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.