ETV Bharat / city

ବିଜେପିର ବିଧାନସଭା ଘେରାଉ ଉଦ୍ୟମ, ଶତାଧିକ କର୍ମୀ ଗିରଫ - bjp demonstration

ମାହାଙ୍ଗା ପ୍ରସଙ୍ଗରେ ବିଧାନସଭା ଘେରାଉ ଉଦ୍ୟମ କଲା ବିଜେପି । ମଝି ରାସ୍ତାରେ ବିଜେପି ନେତା ଓ କର୍ମୀଙ୍କୁ ଅଟକାଇଲା ପୋଲିସ । ପୋଲିସ ଓ ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି । ଶତାଧିକ ବିଜେପି ନେତା ଓ କର୍ମୀଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ...

ମାହାଙ୍ଗା ପ୍ରସଙ୍ଗରେ ବିଜେପିର ବିଧାନସଭା ଘେରାଉ ଉଦ୍ୟମ, ଶତାଧିକ ବିଜେପି କର୍ମୀ ଗିରଫ

author img

By

Published : Mar 20, 2021, 4:02 PM IST

Updated : Mar 20, 2021, 7:50 PM IST

ଭୁବନେଶ୍ବର: ଗାନ୍ଧୀ ମାର୍ଗରେ ପହଁଞ୍ଚିଲା ବିଜେପିର ପଦଯାତ୍ରା । ମାହାଙ୍ଗା ଡବଲ ମର୍ଡର ଘଟଣାର ନିରପେକ୍ଷ ତଦନ୍ତ ଓ ହତ୍ୟା ଅଭିଯୁକ୍ତ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ବିଜେପି ପକ୍ଷରୁ ହୋଇଛି ପଦଯାତ୍ରା ।

ମାହାଙ୍ଗାରୁ ବାହାରିଥିବା ପଦଯାତ୍ରା ଭୁବନେଶ୍ବରରେ ପହଁଞ୍ଚିଥିବା ବେଳେ ମଝି ରାସ୍ତାରେ ବିଜେପି ନେତା ଓ କର୍ମୀଙ୍କୁ ଅଟକାଇଛି ପୋଲିସ।ପୋଲିସ ଓ ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି । ଶତାଧିକ ବିଜେପି ନେତା ଓ କର୍ମୀଙ୍କୁ ଗିରଫ କଲା ପୋଲିସ।

ବିଜେପିର ବିଧାନସଭା ଘେରାଉ ଉଦ୍ୟମ, ଶତାଧିକ କର୍ମୀ ଗିରଫ

ଆଜି ଦଳୀୟ କାର୍ଯ୍ୟାଳୟରୁ ବିଜେପି ନେତା ଓ କର୍ମୀ ବିରାଟ ପଟୁଆରରେ ବାହାରି ଗାନ୍ଧୀମାର୍ଗରେ ପହଁଞ୍ଚିଛନ୍ତି । ଗାନ୍ଧୀ ମାର୍ଗରେ ଦଳ ପକ୍ଷରୁ ସାଧାରଣ ସଭାର ଆୟୋଜନ କରାଯାଇଛି । ସାଧାରଣ ସଭା ପରେ ବିଧାନସଭା ଘେରାଉ କରିବ ବିଜେପି।

କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ଧାମନଗର ବିଧାୟକ ବିଷ୍ଣୁ ସେଠୀ, ଦଳର ସାଧାରଣ ସମ୍ପାଦକ ପୃଥିବୀରାଜ ହରିଚନ୍ଦନ, ଲେଖାଶ୍ରୀ ସାମନ୍ତସିଂହାର, ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂ, କଟକ ଜିଲ୍ଲା ସଭାପତି ପ୍ରକାଶ ବେହେରା ଓ ଅନେକ ବରିଷ୍ଠ ନେତା ଯୋଗ ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ ଓ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Mar 20, 2021, 7:50 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.