ETV Bharat / city

ଭୋଟର ତାଲିକାରେ ନକଲି ଭୋଟର ! ନିର୍ବାଚନ ଅଧିକାରୀଙ୍କୁ ଭେଟିଲା BJP

ଭୋଟର ତାଲିକା ନେଇ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି ବିଜେପି । ନକଲି ଭୋଟରଙ୍କୁ ଭୋଟର ତାଲିକାରୁ ବାଦ ଦେବାକୁ ଦଳ ଦାବି କରିଛି । ଅଧିକ ପଢନ୍ତୁ

ଭୋଟର ତାଲିକା ନେଇ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା BJP

author img

By

Published : Mar 11, 2022, 3:15 PM IST

Updated : Mar 11, 2022, 3:37 PM IST

ଭୁବନେଶ୍ବର: ଭୋଟର ତାଲିକା ନେଇ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା BJP । ନକଲି ଭୋଟରଙ୍କୁ ଭୋଟର ତାଲିକାରୁ ବାଦ ଦେବାକୁ ଦଳ ଦାବି କରିଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବି ଜଣାଇଛି ବିଜେପି ପ୍ରତିନିଧି ଦଳ ।

ପଞ୍ଚାୟତ ନିର୍ବାଚନରେ ମତ ସାବ୍ୟସ୍ତ କରିବା ପରେ ଅନେକ ଭୋଟର ପୌର ନିର୍ବାଚନରେ ମଧ୍ୟ ଭୋଟ ଦେବାର ସୁଯୋଗ ପାଉଛନ୍ତି । ଏହା ବେଇଆନ ହୋଇଥିବାରୁ ସେହି ନକଲି ଭୋଟର ମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଜେପି ଦାବି ରଖିଛି । ଦୁଇ ଦୁଇଟି ସ୍ଥାନରେ ଭୋଟ ଦେଉଥିଲେ ଆଇନ ଅନୁଯାୟୀ 3 ବର୍ଷର ଜେଲ ଦଣ୍ଡ ବ୍ୟବସ୍ଥା ରହିଛି । ନିର୍ବାଚନ ଅଧିକାରୀ ବିଜ୍ଞାପନ ଜରିଆରେ ୨ଟି ସ୍ଥାନରେ ଭୋଟ ଦେଉଥିବା ଲୋକଙ୍କୁ ତାଲିକାରୁ ବାଦ ଦିଅନ୍ତୁ ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଦଳ ଦାବି କରିଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Mar 11, 2022, 3:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.