ETV Bharat / city

ଚାଷୀ କୈବଲ୍ୟ ଦାସ ଆତ୍ମହତ୍ୟା ଘଟଣା, ବିଜେପିର ଜୁଡିସିଆଲ ଇନକ୍ବାରି ଦାବି

ସମ୍ବଲପୁର ଚାଷୀ କୈବଲ୍ୟ ଦାସ ଆତ୍ମହତ୍ୟା ଘଟଣା । ପରିବାରକୁ ୧୦ ଲକ୍ଷ କ୍ଷତିପୂରଣ ସହିତ ଜୁଡିସିଆଲ ଇନକ୍ବାରି ଦାବି କରିଛି ବିଜେପି କୃଷକ ମୋର୍ଚ୍ଚା । ଅଧିକ ପଢନ୍ତୁ...

author img

By

Published : Aug 7, 2021, 4:00 PM IST

ଚାଷୀ କୈବଲ୍ୟ ଦାସ ଆତ୍ମହତ୍ୟା ଘଟଣା, ବିଜେପିର ଜୁଡିସିଆଲ ଏନକ୍ବାରି ଦାବି

ଭୁବନେଶ୍ବର: ଟୋକନ ଲ୍ୟାପ୍ସ ହେବା ପରେ ଧାନ ବିକ୍ରି ନ କରିପାରି ଋଣ ସୁଝିନପାରିବାରୁ ଗତ ଶୁକ୍ରବାର ସମ୍ବଲପୁରର ଚାଷୀ କୈବଲ୍ୟ ରୋହି ଦାସ ଆତ୍ମହତ୍ୟା କରିଥିଲେ । ସରକାରୀ ବିଫଳତା ଯୋଗୁଁ ଚାଷୀ ଧାନ ବିକ୍ରି ନ କରି ପାରି ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛି ବିଜେପି । ଏହି ମୃତ୍ୟୁକୁ ନେଇ ବିଜେପି ଜୁଡିସିଆଲ ଇନକ୍ବାରି ଦାବି କରିଛି ।

ମୃତ ଚାଷୀ କୈବଲ୍ୟ ରୋହି ଦାସ 7 ଏକର ବିଲରେ ଚାଷ କରିଥିଲେ । କିନ୍ତୁ ମାତ୍ର 45 କୁଇଣ୍ଟାଲ ଧାନ ବିକ୍ରି କରିଥିବାବେଳେ ତାଙ୍କର ଟୋକନ ଲ୍ୟାପ୍ସ ହୋଇଯାଇଥିଲା । ଚାଷ ପାଇଁ 2 ଲକ୍ଷ ଟଙ୍କାର ଋଣ ନେଇଥିଲେ କୈବଲ୍ୟ । ଟୋକନ ନ ମିଳିବାରୁ ଧାନ ବିକି ନ ପାରି ଋଣ କିପରି ସୁଝିବେ, ତାହା ଚିନ୍ତା କରି ସେ ଆତ୍ମହତ୍ୟା କରିଛନ୍ତି ବୋଲି କହିଛି ବିଜେପି । ଏହା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ମାତ୍ର ବିଭାଗୀୟ ମନ୍ତ୍ରୀ ଏ ବିଷୟରେ ପଦୁଟିଏ ଟ୍ବିଟ କରିନାହାନ୍ତି ବୋଲି ସେ କହିଛନ୍ତି । ଚାଷୀଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ସହତି ଜୁଡିସିଆଲ ଇନକ୍ବାରି ଦାବି କରିଛନ୍ତି ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ।

ଚାଷୀ ସୁବିଧା ଅସୁବିଧା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଟ୍ବିଟ କରି ଜଣାନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ ରାଜ୍ୟରେ 70 ଭାଗ ଚାଷୀ ଜମିରେ ଚାଷ କାର୍ଯ୍ୟ କରନ୍ତି । ସେମାନଙ୍କ ପାଖରେ ଟୁଇଟ କରିବାର ବ୍ୟବସ୍ଥା ଅଛି କି ବୋଲି ପ୍ରଶ୍ନ କରିଛନ୍ତି ପ୍ରଦୀପ । ସରକାର ଲୋକଙ୍କ ଦୁଆରରେ ସେବା ପହଞ୍ଚାଇବା କଥା କହୁଥିବାବେଳେ ଏଠାରେ ଟ୍ବିଟ କରିବା କଥା କହୁଛନ୍ତି ।

ସେପଟେ ଅଗଷ୍ଟ 16 ତାରିଖରେ ଖରିଫ ଧାନ କିଣା ପଞ୍ଜିକରଣ ଶେଷ ହେବ । ବର୍ତ୍ତମାନ ସୁଦ୍ଧା ମାତ୍ର 5 ଲକ୍ଷ 6 ହଜାର ଚାଷୀ ପଞ୍ଜିକରଣ କରିଛନ୍ତି । ଗତ ବର୍ଷ 14 ଲକ୍ଷରୁ ଊର୍ଦ୍ଧ୍ବ ଚାଷୀ ପଞ୍ଜିକରଣ କରିଥିଲେ । ଆଉ 7ରୁ 8 ଦିନ ମଧ୍ୟରେ କେତେ ଚାଷୀ ପଞ୍ଜିକରଣ କରିପାରିବେ ବୋଲି ପ୍ରଦୀପ ପ୍ରଶ୍ନ କରିଛନ୍ତି । ଆଉ ଗୋଟିଏ ମାସ ପଞ୍ଜିକରଣ ପ୍ରକ୍ରିୟା ବୃଦ୍ଧି ପାଇଁ ବିଜେପି ଦାବି କରିଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.