ETV Bharat / city

Panchayat Election: ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ବିଜେପି - ରାଜ୍ୟ ନିର୍ବାଚନ କମିଶନଙ୍କୁ ବିଜେପିର ଫେରାଦ

ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ବିଜେପି । ୩ଟି ଗୁରୁତର ଅଭିଯୋଗ ନେଇ କମିଶନଙ୍କୁ ଭେଟିଛି ବିଜେପି ପ୍ରତିନିଧି ଦଳ । ଅଧିକ ପଢନ୍ତୁ

bjp delegation team meet state election commission
ପଞ୍ଚାୟତ ନିର୍ବାଚନରେ ବିଜେଡିର ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ ଆଣିଲା ବିଜେପି
author img

By

Published : Jan 22, 2022, 11:39 AM IST

ଭୁବନେଶ୍ବର: ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ବିଜେପି । ୩ଟି ଗୁରୁତର ଅଭିଯୋଗ ନେଇ କମିଶନଙ୍କୁ ଭେଟିଛି ବିଜେପି ପ୍ରତିନିଧି ଦଳ । ପଞ୍ଚାୟତ ନିର୍ବାଚନରେ ବିଜେଡିର ବାତାବରଣ ହିଂସାର ଚରମ ସୀମାରେ ପହଞ୍ଚିଗଲାଣି ବୋଲି ବିଜେପିର ଅଭିଯୋଗ ।

ପଞ୍ଚାୟତ ନିର୍ବାଚନରେ ବିଜେଡିର ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ ଆଣିଲା ବିଜେପି

ଗତକାଲି ଗଞ୍ଜାମ ଜିଲ୍ଲା ଚିକିଟି ନିର୍ବାଚନ ମଣ୍ଡଳୀରେ ଜଣେ ପ୍ରାର୍ଥୀ ସମିତି ସଭ୍ୟ ପାଇଁ ନାମାଙ୍କନ ପତ୍ର ଦାଖଲ କରି ଫେରୁଥିବା ବେଳେ ୧୦୦ ମିଟର ଦୂରରେ ପ୍ରାର୍ଥୀଙ୍କ ସମେତ ୫ ଜଣ ବିଜେପି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ବିଜେଡି କର୍ମୀ । ଏଭଳି ଘଟଣା ବାରମ୍ବାର ହେଉଛି ବୋଲି ବିଜେପି ଦାବି କରିଛି ।

ତେବେ କିଛି ଜାଗାରେ ଅଫିସର ଧମକାଉଛନ୍ତି ଆଉ କେଉଁଠି ବିଜେଡି କର୍ମୀ ଗୋଡାଇ ଗୋଡାଇ ହାଣୁଛନ୍ତି । ସେହିପରି ଚିକିଟି ନିର୍ବାଚନ ମଣ୍ଡଳୀରେ ଆଙ୍କୁଲି ପଞ୍ଚାୟତରେ ଜଣେ ପ୍ରାର୍ଥୀ ସରପଞ୍ଚ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ତାଙ୍କ ନାମାଙ୍କନ ପତ୍ର ଦାଖଲ ଫର୍ମ ବିଜେଡି କର୍ମୀ ନେଇଯାଇଥିବା ଅଭିଯୋଗ କରିଛି ବିଜେପି ।

ଏହାସହ ବିଜେଡି ସମର୍ଥିତ ପ୍ରାର୍ଥୀ ଧରାକୋଟ ରାଣୀ ସମିତି ସଭ୍ୟର ପ୍ରାର୍ଥୀପତ୍ର ଦାଖଲ କରିବାକୁ ଯାଇ ହଜାର ହଜାର ଲୋକଙ୍କୁ ଏକାଠି କରି ଯାତ୍ରା କରିଛନ୍ତି । ଏଣୁ ବିଜେଡି ନିର୍ବାଚନ ଆଚରଣ ବିଧି ଉଲଙ୍ଘନ କରୁଛି ବୋଲି ବିଜେପିର ଅଭିଯୋଗ । ଆଜି ଏହିସବୁ ବିଷୟକୁ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଛି ବିଜେପି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.