ଭୁବନେଶ୍ବର: ରାଜ୍ୟ ନିର୍ବାଚନ କମିଶନରଙ୍କୁ ଭେଟିଲା ରାଜ୍ୟ ବିଜେପି । କେନ୍ଦୁଝର ଜୋନ 7 ପଣ୍ଡାପଡାରେ ରିପୁଲିଂ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଦାବି କରିଛି ଦଳ । ଏହି ଅଞ୍ଚଳର ମତଦାନ କେନ୍ଦ୍ରରେ ବିଶୃଙ୍ଖଳା କାରଣରୁ ଭୋଟ ଦାନ ବ୍ୟାହତ ହୋଇଥିବା ନେଇ ପୂର୍ବରୁ ନିର୍ବାଚନ କମିଶନଙ୍କ ନିକଟରେ ଦାବି କରିଥିଲା ଦଳ ।
ମାତ୍ର ଏ ପର୍ଯ୍ୟନ୍ତ ରାଜ୍ୟ ନିର୍ବାଚନ କମିଶନ ରିପୁଲିଂ ପାଇଁ ନିର୍ଦ୍ଦେଶ ଦେଇ ନଥିବାରୁ ପୁନଶ୍ଚ କମିଶନଙ୍କୁ ଭେଟି ରିପୁଲିଂ ପାଇଁ ଦାବି ଜଣାଇଛନ୍ତି କେନ୍ଦୁଝର ପଣ୍ଡାପଡା ବାସିନ୍ଦା ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ