ଭୁବନେଶ୍ବର: କେନ୍ଦ୍ରୀୟ ପାଣ୍ଠିକୁ ନେଇ ମୁହାଁମୁହିଁ ବିଜେଡି ଆଉ ବିଜେପି । ଗତକାଲି ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରୀୟ ଅନୁଦାନର ସମୀକ୍ଷା କରିଥିଲେ । ଏହା ସହିତ ରାଜ୍ୟ କେନ୍ଦ୍ରଠାରୁ ଆଉ 6 ହଜାର କୋଟି ଟଙ୍କା ପାଇବାକୁ ରହିଥିବା ମୁଖ୍ୟମନ୍ତ୍ରୀ କହିଥିଲେ । ଚଳିତ ଆର୍ଥିକ ବର୍ଷରେ ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାର ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ୭୫୪୪ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହି ଯୋଜନା ଗୁଡିକ ମଧ୍ୟରେ ପିଏମଜିୱାଇ, ଏମଜିଏନଆରଇଜିଏସ, ଏନ୍ଏସ୍ଏପି, ପିଏମ୍ଜିଏସ୍ୱାଇ ସହ ଅନ୍ୟ କେତେକ କେନ୍ଦ୍ରୀୟ ଯୋଜନା ରହିଛି । ରାଜ୍ୟ ସରକାର ବିଭିନ୍ନ ଯୋଜନା ବାବଦରେ କେନ୍ଦ୍ର ଠାରୁ ଆଉ ଅଧିକ ୬୦୦୦ କୋଟି ଟଙ୍କା ମିଳିବାର ଆଶା କରିଥିଲେ । ଏହାକୁ ନେଇ ବିଜେପି ପ୍ରତିକ୍ରିୟା ରଖିଛି।
ବିଜେପି ପକ୍ଷରୁ କୁହାଯାଇଛି, ଚଳିତ ବର୍ଷର ବିଭିନ୍ନ ଅନୁଦାନ ଅର୍ଥ ପ୍ରଦାନ କରାଯାଇଛି। ରାଜ୍ୟ ସରକାର ପୂର୍ବରୁ ଦିଆଯାଇଥିବା ଅର୍ଥ କେତେ ଖର୍ଚ୍ଚ କରିଛନ୍ତି ଓ କେତେ ବଳକା ରହିଛି ସ୍ପଷ୍ଟ କରିବା ଦରକାର। କାମ ଆଶାନୁରୁପ ହୋଇପାରିନଥିବା ବେଳେ ରାଜ୍ୟ ସରକାରଙ୍କ ଅକର୍ମାପଣ ପାଇଁ ବିନିଯୋଗ ପତ୍ର ପ୍ରଦାନ କରାଯାଇନାହିଁ। କେନ୍ଦ୍ରୀୟ ଅନୁଦାନ ଆସିବାରେ ବିଳମ୍ବ ହେଉଥିବା ବିଜେପି ପକ୍ଷରୁ କୁହାଯାଇଛି। ଏପରିକି ପୂର୍ବରୁ କେନ୍ଦ୍ର ବିଭିନ୍ନ ସମୟରେ ରାଜ୍ୟ ମାଗିବା ଆଗରୁ ବିଭିନ୍ନ ଅନୁଦାନ ପ୍ରଦାନ କରିଥିବା ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ତେବେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, କେନ୍ଦ୍ରୀୟ ପାଣ୍ଠି ସଠିକ ସମୟରେ ଦେବାର ଆବଶ୍ୟକତା ରହିଛି । ତେବେ କେନ୍ଦ୍ର ଅନୁଦାନ ପ୍ରଦାନ କରିବା ନେଇ ଆଶାବାଦୀ ରହିଛନ୍ତି।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ