ETV Bharat / city

ରାଜ୍ୟ ସମବାୟ ନିର୍ବାଚନ କମିଶନଙ୍କୁ ଭେଟିଲା ବିଜେପି ସମବାୟ ସେଲ ପ୍ରତିନିଧି ଦଳ - କୋରାପୁଟ ଜିଲ୍ଲା ବୋରିଗୁମା ଲାମ୍ପସରେ ନାମାଙ୍କନ ପେପର ଅନିୟମିତତା ଖବର

କୋରାପୁଟ ଜିଲ୍ଲା ବୋରିଗୁମା ଲାମ୍ପସରେ ନାମାଙ୍କନ ପେପରରେ ହୋଇଥିବା ଅନିୟମିତତା ନେଇ ରାଜ୍ୟ ସମବାୟ ନିର୍ବାଚନ କମିଶନଙ୍କୁ ଭେଟିଲା ବିଜେପି ସମବାୟ ସେଲର ପ୍ରତିନିଧି ଦଳ । ଅଧିକ ପଢନ୍ତୁ

ରାଜ୍ୟ ସମବାୟ ନିର୍ବାଚନ କମିଶନଙ୍କୁ ଭେଟିଲା ବିଜେପି ସମବାୟ ସେଲର ପ୍ରତିନିଧି ଦଳ

author img

By

Published : Jun 11, 2022, 10:28 PM IST

ଭୁବନେଶ୍ବର: ରାଜ୍ୟ ସମବାୟ ନିର୍ବାଚନ କମିଶନଙ୍କୁ ଭେଟିଲା ବିଜେପି ସମବାୟ ସେଲର ପ୍ରତିନିଧି ଦଳ । କୋରାପୁଟ ଜିଲ୍ଲା ବୋରିଗୁମା ଲାମ୍ପସରେ ନାମାଙ୍କନ ପେପରରେ ହୋଇଥିବା ଅନିୟମିତତା ନେଇ କମିଶନଙ୍କୁ ଜଣାଇଲା ଏହି ପ୍ରତିନିଧି ଦଳ । ବିଜେପି ସମବାୟ ସେଲର କହିବା କଥା, ବୋରିଗୁମା ଲାମ୍ପସରେ ଦୁଇ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ରରେ ପ୍ରୋପୋଜର ଓ ସେକେଣ୍ଡରଙ୍କ ନାମ ସମାନ ଥିବା ସତ୍ତ୍ବେ ନିର୍ବାଚନ ଅଧିକାରୀ ନାମାଙ୍କନ ପତ୍ରକୁ ଗ୍ରହଣ କରିଛନ୍ତି, ଯାହାକି ସମବାୟ ନିୟମର ଖୋଲାଖୋଲି ଉଲ୍ଲଙ୍ଘନ ।

ରାଜ୍ୟ ସମବାୟ ନିର୍ବାଚନ କମିଶନଙ୍କୁ ଭେଟିଲା ବିଜେପି ସମବାୟ ସେଲର ପ୍ରତିନିଧି ଦଳ

ତେଣୁ, ଏନେଇ ସେଲ ସମବାୟ ନିର୍ବାଚନ କମିଶନଙ୍କୁ ଭେଟି ଜଣାଇବା ସହ ନାମାଙ୍କନ ପତ୍ର ନାକଚ କରିବାକୁ ଦାବି କରିଛି ବିଜେପି । ଏହାଛଡ଼ା ସମବାୟ ନିର୍ବାଚନ ଏକ ନିର୍ଦ୍ଦଳୀୟ ନିର୍ବାଚନ ହୋଇଥିବା ସତ୍ତ୍ବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିଜେଡି ନେତା ଓ ମନ୍ତ୍ରୀ ସମବାୟ ନିର୍ବାଚନକୁ ପ୍ରଭାବିତ କରୁଥିବା ନେଇ ମଧ୍ୟ ବିଜେପି ସମବାୟ ସେଲ କମିଶନଙ୍କ ଦୃଷ୍ଟିଗୋଚର କରାଇଛି ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.