ଭୁବନେଶ୍ବର: ଓଡିଶାର ବିଶିଷ୍ଟ ସଂସ୍କୃତି ଗବେଷକ ଡକ୍ଟର ରଜତ କରଙ୍କୁ ମିଳିବ ପଦ୍ମଶ୍ରୀ । ପଦ୍ମଶ୍ରୀ ଓ ପଦ୍ମବିଭୂଷଣ ସମ୍ମାନ ପାଇଥିବା ବ୍ୟକ୍ତିଙ୍କୁ ବିଜେପିର ଏକ ପ୍ରତିନିଧି ଦଳ ଭେଟିଥିବାବେଳେ ମଙ୍ଗଳବାର ରଜତ କରଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି ଏହି ଦଳ ।
ଗଣତନ୍ତ୍ର ଦିବସ ଅବସରରେ 2021 ପାଇଁ ଘୋଷିତ ହୋଇଛି ପଦ୍ମ ପୁରସ୍କାର । ଓଡିଶାରୁ 6 ଜଣଙ୍କୁ ମିଳିଛି ଏହି ସମ୍ମାନ । କଳା କ୍ଷେତ୍ରରେ କେବଳ ସୁଦର୍ଶନ ସାହୁ ପଦ୍ମ ବିଭୂଷଣରେ ସମ୍ମାନିତ ହୋଇଥିବାବେଳେ 5 ଜଣଙ୍କୁ ମିଳିବ ପଦ୍ମଶ୍ରୀ । ସେମାନଙ୍କ ମଧ୍ୟରୁ ଡକ୍ଟର ରଜତ କର ଅନ୍ୟତମ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ