ETV Bharat / city

Atal Bihari Vajpayee Birth Anniversary: ରାଜ୍ୟ ବିଜେପି ପାଳିଲା ସୁଶାସନ ଦିବସ

author img

By

Published : Dec 25, 2021, 1:31 PM IST

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଆଜି ହେଉଛି ୯୭ତମ ଜୟନ୍ତୀ । ଏହି ଦିବସକୁ ବିଜେପି ପକ୍ଷରୁ ସୁଶାସନ ଦିବସ ଭାବେ ପାଳନ କରାଯାଉଛି । ଅଧିକ ପଢନ୍ତୁ

Atal Bihari Vajpayee Birthday: ବିଜେପି ପାଳିଲା ସୁଶାସନ ଦିବସ

ଭୁବନେଶ୍ବର: ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ୧୯୨୪ ମସିହା ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଜନ୍ମଦିବସକୁ ବିଜେପି ସୁଶାସନ ଦିବସ ଭାବେ ପାଳନ କରୁଛି । ବାଜପେୟୀଙ୍କ ଶାସନ କାଳକୁ ଲୋକଙ୍କ ମଧ୍ୟରେ ପୁଣି ଉଜ୍ଜୀବିତ କରିବା ପାଇଁ ଦଳ ଏହି ଦିବସ ପାଳୁଥିବା କହିଛି ।

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୭ ତମ ଜନ୍ମଜୟନ୍ତୀ ଉପଲକ୍ଷେ ସାରା ଭାରତ ବର୍ଷରେ ବିଜେପି ପାଳୁଛି ସୁଶାସନ ଦିବସ । ବାଜପେୟୀଙ୍କ ସମୟରେ ଦେଶବାସୀଙ୍କୁ ମିଳିଥିବା ଉତ୍ତମ ଶାସନ ବ୍ୟବସ୍ଥା ସହ ପ୍ରଗତିର ପରିକଳ୍ପନା ଆଜି ବି ଲୋକଙ୍କ ମନରେ ଆନ୍ଦୋଳନ ସୃଷ୍ଟି କରୁଛି । ଲୋକେ ଆଜି ବି ସ୍ବର୍ଗତଃ ବାଜପେୟୀଙ୍କୁ ସର୍ବଶ୍ରେଷ୍ଠ ପ୍ରଧାନମନ୍ତ୍ରୀ ବୋଲି ବିବେଚନା କରୁଛନ୍ତି ।

ଏହା ବି ପଢନ୍ତୁ: ସ୍ମୃତିରେ ଅଟଳ; ୯୮ତମ ଜୟନ୍ତୀରେ ମନେ ପକାଉଛି ଦେଶ

ଏହାକୁ ମନେ ପକାଇବା ସହିତ ବିଜେପି ସେହି ସୁସମୟ ତଥା ସୁଶାସନକୁ ସମସ୍ତଙ୍କ ମନ ଭିତରେ ଉଜ୍ଜୀବିତ ରଖିବାକୁ ଉଦ୍ୟମ କରିଛି । ଏଥିଲାଗି ଭୁବନେଶ୍ବର ବିଜେପି ପକ୍ଷରୁ ଭୁବନେଶ୍ବର ବ୍ଲକର ଶିଶୁପାଳଗଡ଼ ଗାଁରେ ପଦଯାତ୍ରା ଆୟୋଜନ କରାଯାଇଛି । ଭୁବନେଶ୍ବର ବିଜେପି ସାଙ୍ଗଠନିକ ଜିଲ୍ଲା ସଭାପତି ବାବୁ ସିଂହ ଏକ ବିଶାଳ ପଦଯାତ୍ରା ନେଇ ପଞ୍ଚାୟତ ପରିକ୍ରମା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଦଳର ଅନେକ ନେତା ରାଜ୍ୟର ପ୍ରମୁଖ ହତ୍ୟାକାଣ୍ଡ ସମ୍ପର୍କରେ ଆଲୋଚନା କରି ନ୍ୟାୟ ପାଇଁ ଦାବି ହୋଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.