ETV Bharat / city

ଶାସକ ଦଳ ବିରୋଧରେ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ ଆଣିଲା ବିଜେପି

author img

By

Published : Jan 13, 2022, 9:56 PM IST

ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟିଲେ ବିଜେପି ପ୍ରତିନିଧି ଦଳ । ଶାସକ ଦଳ ବିଜେଡ଼ି ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଅଭିଯୋଗ ନେଇ ଫେରାଦ ହୋଇଛନ୍ତି । ଅଧିକ ପଢନ୍ତୁ

ଶାସକ ଦଳ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ ଆଣିଲା ବିଜେପି

ଭୁବନେଶ୍ବର: ରମା ବଳିଆର ସିଂ ଓ ଶଙ୍କର ପରିଡାଙ୍କ ନେତୃତ୍ବରେ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟିଲେ ବିଜେପି ପ୍ରତିନିଧି ଦଳ । ଶାସକ ଦଳ ବିଜେଡ଼ି ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଅଭିଯୋଗ ନେଇ ଫେରାଦ ହୋଇଛନ୍ତି । ଗତକାଲି(ବୁଧବାର) ଗଞ୍ଜାମ ପୋଲସରାରେ ବିଧାୟକ ଶ୍ରୀକାନ୍ତ ସାହୁ ରାଲି ଓ ନିର୍ବାଚନୀ ସଭା କରିଥିବା ବେଳେ ଆଜି ତିର୍ତ୍ତୋଲରେ ସାଂସଦ ରାଜଶ୍ରୀ ମଲ୍ଲିକ ଏବଂ ମନ୍ତ୍ରୀ ସମୀର ରଞ୍ଜନ ଦାଶ ନିର୍ବାଚନୀ ସଭା କରିଥିବା ଅଭିଯୋଗ ଆଣିଲା ବିଜେପି ।

ତେଣୁ, ନିର୍ବାଚନ ଆୟୋଗଙ୍କ କଟକଣା ଏବଂ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ଏହାସହ ଗତକାଲି ଏସଆରସିଙ୍କ ସଂଶୋଧିତ ଗାଇଡ ଲାଇନକୁ ବ୍ୟାପକ ପ୍ରଚାର ପ୍ରସାର କରିବାକୁ ନିବେଦନ କଲା ବିଜେପି । କାରଣ ନିର୍ବାଚନ ଆୟୋଗଙ୍କ ଗାଇଡ ଲାଇନ୍ ଏବଂ ଗତକାଲି ଏସଆରସିଙ୍କ ପୁନଃ ସଂଶୋଧିତ ଗାଇଡଲାଇନ ମଧ୍ୟରେ ଦ୍ଵନ୍ଦ୍ବ ରହୁଛି ବୋଲି ଅଭିଯୋଗ ଆଣିଛି ବିଜେପି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.