ଭୁବନେଶ୍ବର: ପିପିଲି ଉପନିର୍ବାଚନ ପାଇଁ ଏଯାଏଁ ତାରିଖ ଘୋଷଣା ହୋଇନି । ଉପନିର୍ବାଚନ ପ୍ରସ୍ତୁତି ମଧ୍ୟ ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଲାଣି । ଏପରିକି କିଏ କେଉଁ ଦଳରୁ ପ୍ରାର୍ଥୀ ହେବେ, ସେନେଇ ମଧ୍ୟ ଆଭିମୁଖ୍ୟ ସ୍ପଷ୍ଟ ହୋଇନାହିଁ କିନ୍ତୁ ନେତା ଏବେଠୁ ଜିତିବା ନେଇ ଦାବି କଲେଣି ।
ପିପିଲି ଉପନିର୍ବାଚନରେ ବିଜେଡି 40ରୁ 50 ହଜାର ଭୋଟରେ ଜିତିବ ବୋଲି କହିଛନ୍ତି ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ । ଏହାସହ ସେ କହିଛନ୍ତି ଯେ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ। ପୂର୍ବ ସବୁ ନିର୍ବାଚନ ଓ ଉପନିର୍ବାଚନ ପରି ଆମେ ବିପୁଳ ଭୋଟରେ ଜିତିବୁ ବୋଲି ଦୃଢୋକ୍ତି କରିଛନ୍ତି ପ୍ରମିଳା ମଲ୍ଲିକ । ଏହାର ଜବାବରେ ବିଜେପି ନେତା ଭୃଗୁ ବକ୍ସିପାତ୍ର କହିଛନ୍ତି ଯେ, ‘ଭଲ କଥା.. ଭଗବାନ ମଙ୍ଗଳ କରନ୍ତୁ’ ।
ସେ ଏହା ମଧ୍ୟ କହିଛନ୍ତି, ଗତ ନିର୍ବାଚନରେ ବିଜେପି ପ୍ରାର୍ଥୀ କମ୍ ଭୋଟରେ ହାରିଥିଲେ । ଆମର ସାମ୍ଭବ୍ୟ ପ୍ରାର୍ଥୀ ପ୍ରଚାର କରୁଛନ୍ତି । ପିପିଲିର ଲୋକେ ବିଜେପିକୁ ଭୋଟ ଦେବାପାଇଁ ମନ ବଳେଇଛନ୍ତି । ଏବେ ନିକଟରେ ଗୋଟିଏ ପଞ୍ଚାୟତର ଉପନିର୍ବାଚନରେ ବିଜେପି ସମର୍ଥିତ ପାର୍ଥୀ ବିଜୟ ହୋଇଛି । ଭାରତୀୟ ଜନତା ପାର୍ଟି ଯଶସ୍ବୀ ହେବ ବୋଲି କହିଛନ୍ତି ଭୃଗୁ ବକ୍ସିପାତ୍ର ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ