ETV Bharat / city

ପୁଣି ଉଠିଲା ମହାନଦୀ ପ୍ରସଙ୍ଗ, ରାଜ୍ୟ ସରକାରଙ୍କୁ ଘେରିଲେ ବିରୋଧି - ମହାନଦୀ ଜଳ ବିବାଦ ପ୍ରତିକ୍ରିୟା

ଦୀର୍ଘଦିନ ବ୍ୟବଧାନ ପରେ ପୁଣି ଫେରିଲା ମହାନଦୀ ଜଳ ରାଜନୀତି। ଛତିଶଗଡ଼ ସହ ମହାନଦୀ ଜଳ ବିବାଦ ନେଇ ପୁଣି ରାଜନୈତିକ ଦଳ ପରସ୍ପର ଉପରେ ଦୋଷ ଲଦିବା ଆରମ୍ଭ କରି ଦେଇଛନ୍ତି । ଅଧିକ ପଢ଼ନ୍ତୁ...

bjp And congress target ruling party on mahanadi water dispute with chhatishgarh
ପୁଣି ଉଠିଲା ମହାନଦୀ ପ୍ରସଙ୍ଗ, ରାଜ୍ୟ ସରକାରଙ୍କୁ ଘେରିଲେ ବିରୋଧି
author img

By

Published : Feb 7, 2021, 7:49 PM IST

ଭୁବନେଶ୍ବର: ଦୀର୍ଘଦିନ ବ୍ୟବଧାନ ପରେ ପୁଣି ଫେରିଲା ମହାନଦୀ ଜଳ ରାଜନୀତି । ଛତିଶଗଡ଼ ସହ ମହାନଦୀ ଜଳ ବିବାଦ ନେଇ ପୁଣି ରାଜନୈତିକ ଦଳ ପରସ୍ପର ଉପରେ ଦୋଷ ଲଦିବା ଆରମ୍ଭ କରି ଦେଇଛନ୍ତି । ମାର୍ଚ୍ଚ 15 ତାରିଖରେ ସରୁଛି ଟ୍ରିବୁନାଲ ଅବଧି। ହେଲେ ଏପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ ମହାନଦୀକୁ ନେଇ କୌଣସି ତତ୍ପରତା ପ୍ରକାଶ ପାଉନି ବୋଲି ଅଭିଯୋଗ କରିଛନ୍ତି ବିରୋଧି । ଅନ୍ୟପଟେ ଶାସକ ଦଳ ଛତିଶଗଡ଼ କେନ୍ଦ୍ର ସରକାରଙ୍କୁ ଏହାର ଦୋଷୀ ବୋଲି କହିଛି।

ମହାନଦୀ ଜଳ ବିବାଦ ନେଇ ରାଜ୍ୟ ସରାକର ଉପରେ ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ସେ କହିଛନ୍ତି ଯେ, "ମାର୍ଚ୍ଚ 15 ତାରିଖରେ ଟ୍ରିବୁନାଲ ଅବଧି ଶେଷ ହେଉଛି। ହେଲେ ଏପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ ବିବାଦର ସମାଧାନ ପାଇଁ କୌଣସି ତତ୍ପରତା ପ୍ରକାଶ ପାଉନି। ଗୋଟିଏ ପଟେ ପଡୋଶୀ ଛତିଶଗଡ଼ ଗୋଟିଏ ପରେ ଗୋଟିଏ ବ୍ୟାରେଜ ନିର୍ମାଣ କରିଚାଲିଛି। ଆଉ ଗୋଟିଏ ପଟେ ଟ୍ରିବୁନାଲରେ ଏହି ମାମଲା ପଡ଼ିରହିଛି। ରାଜ୍ୟ ସରକାର ଏହାକୁ ନେଇ ଚୁପ ବସିଛନ୍ତି।"

କେବଳ କଂଗ୍ରେସ ନୁହଁ ବିଜେପି ମଧ୍ୟ ମହାନଦୀ ଜଳ ବିବାଦକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବାକୁ ପଛାଇ ନାହିଁ। ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି ଯେ, "ଆନ୍ତରାଜ୍ୟ ଜଳ ବିବାଦ ଟ୍ରିବୁନାଲ ପ୍ରକ୍ରିୟା ଏବେ ଭୟଙ୍କର ସ୍ଥିତିରେ ରହିଛି। ହୀରାକୁଦ ଜଳସ୍ତର ଫେବ୍ରୁଆରୀ ମାସରେ 4 ଫୁଟ କମି ଗଲାଣି । ଏପ୍ରିଲ ମାସରେ ଆହୁରି କମିବ। ବିଦ୍ୟୁତ ଶକ୍ତି ଉତ୍ପାଦନ ବନ୍ଦ ହେବ ଫଳରେ ତଳ ମୁଣ୍ଡକୁ ଜଳ ପ୍ରବାହ କମିଯିବ। ଶେଷ ମୂହୁର୍ତ୍ତରେ ବରିଷ୍ଠ ଓକିଲ ହରିସ ସାଲଭେଙ୍କୁ ଏହି ମାମଲା ଦିଆଯାଇଛି। ଟ୍ରିବ୍ୟୁନାଲ ଆଗରେ ଏହି ସବୁ ସ୍ଥିତି ରଖିବା ଆବଶ୍ୟକ । ସରକାର ଏନେଇ ତୁରନ୍ତ ନିଜର ପକ୍ଷ ରଖିବା ଦରକାର।"

ବିରୋଧିଙ୍କ ସମାଲୋଚନା ପରେ ବିଜେଡି ପାଲଟା କେନ୍ଦ୍ର ସରକାର ଓ ଛତିଶଗଡ଼ ଉପରେ ଦୋଷ ଦେଇଛି। ବିଜେଡି ନେତା ଶଶୀ ଭୂଷଣ ବେହେରା କହିଛନ୍ତି ଯେ, "ଆନ୍ତଃରାଜ୍ୟ ଜଳ ବିବାଦ ପାଇଁ ଛତିଶଗଡ଼ ଓ କେନ୍ଦ୍ର ସରକାରଙ୍କ ଦାୟୀ। ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି।"

ଛତିଶଗଡ଼ ମହାନଦୀ ଉପରେ ମୁଣ୍ଡରେ ବ୍ୟାରେଜ ନିର୍ମାଣ ଯୋଗୁଁ । ରାଜ୍ୟରେ ମହାନଦୀର ଜଳ ପ୍ରବାହ କମ ହୋଇଛି। ଏହାସହ ହୀରାକୁଦ ଡ୍ୟାମରେ ଜଳସ୍ତର କମିବା ଆଶଙ୍କା ଦେଖା ଦେଇଛି। ଏହାକୁ ନେଇ ଦୀର୍ଘ ଦିନ ହେଲା ଛତିଶଗଡ଼ ସହ ଓଡ଼ିଶାର ବିବାଦ ଲାଗି ରହିଛି। ,

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.