ETV Bharat / city

ବିଜେପିର ଅଭିଯୋଗ ରାଜ୍ୟରେ ଚାଲିଛି ଅଫିସର ରାଜ୍‌

author img

By

Published : May 1, 2022, 6:22 PM IST

ଦେବଗଡ଼ ବିଧାୟକ ଗିରଫ ହେବା ଘଟଣାକୁ ଅଭାବନୀୟ ଓ ଦୁର୍ଭାଗ୍ୟଜନକ କହିଲା BJP । ରାଜ୍ୟରେ ଅଫିସର ରାଜ୍‌ ଚାଲିଥିବା ବିଜେପିର ଅଭିଯୋଗ । ଅଧିକ ପଢନ୍ତୁ

ରାଜ୍ୟରେ ଅଫିସର ରାଜ ଚାଲିଛି: ବିଜେପି
ରାଜ୍ୟରେ ଅଫିସର ରାଜ ଚାଲିଛି: ବିଜେପି

ଭୁବନେଶ୍ବର: ଦେବଗଡ଼ ବିଧାୟକଙ୍କୁ(Deogarh MLA) ଗିରଫ କରିବା ଏକ ଅଭାବନୀୟ ଓ ଦୁର୍ଭାଗ୍ୟ ଜନକ ଘଟଣା । ଜଣେ ବିଧାୟକଙ୍କୁ ଜଣେ ଅଫିସରଙ୍କ ଏତଲା ଆଧାରରେ ଦେବଗଡ଼ ପୋଲିସ ଆସି ଭୁବନେଶ୍ୱରରୁ ଉଠାଇନେବା ନିନ୍ଦନୀୟ ଘଟଣା । ଏହା ସ୍ପଷ୍ଟ ଯେ ରାଜ୍ୟରେ ଅଫିସର ରାଜ ଚାଲିଛି ବୋଲି କହିଛନ୍ତି BJP ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଗୋଲକ ମହାପାତ୍ର କହିଛନ୍ତି, ''ବିଧାୟକ ସୁବାସ ପାଣିଗ୍ରାହୀ ଶାନ୍ତ, ସରଳ ଓ ଅମାୟୀକ ବ୍ୟକ୍ତି ଭାବେ ନିଜ ଅଞ୍ଚଳରେ ବେଶ୍‌ ପରିଚିତ । ସେଥିପାଇଁ ଲଗାତାର ସେ ସେହି ଅଞ୍ଚଳରୁ ବାରମ୍ବାର ନିର୍ବାଚିତ ହୋଇଆସୁଛନ୍ତି ।"

ରାଜ୍ୟରେ ଅଫିସର ରାଜ ଚାଲିଛି: ବିଜେପି

ବିଧାୟକ ଏତଲାରେ ଲେଖିଛନ୍ତି ଯେ, ''ବିଡ଼ିଓଙ୍କୁ(Tileibani block BDO) ବାରମ୍ବାର ଦେଖା କରିବାକୁ ଫୋନ କରୁଥିଲେ ବିଧାୟକ । ମାତ୍ର BDO ତାଙ୍କୁ ଗୋଟିଏ ପରେ ଗୋଟିଏ ସ୍ଥାନକୁ ଡାକିଥିଲେ । ଏପରିକି ବିଧାୟକ ତାଙ୍କୁ ଏବିଷୟରେ ପଚାରିବାରୁ ବିଡ଼ିଓ ତାଙ୍କ କଲର ଧରି ମାଡ଼ ମାରିବାକୁ ଉଦ୍ୟମ କରିଥିଲେ ।''

ଗୋଲକ ମହାପାତ୍ର ପ୍ରଶ୍ନ କରି କହିଛନ୍ତି, ''ବିଧାୟକ ୨.୩୦ରେ ଏତଲା ଦେଇଥିବା ବେଳେ BDO ୪ଟାରେ ଦେଇଥିଲେ । ପୋଲିସ ବିଧାୟକଙ୍କ ଏତଲାକୁ ଗୁରୁତ୍ୱ ନଦେଇ କିପରି ବିଡ଼ିଓଙ୍କ ଏତଲାକୁ ଗୁରୁତ୍ୱ ଦେଲା ? କେଉଁ ତଦନ୍ତ ଆଧାରରେ ବିଧାୟକଙ୍କୁ ଗିରଫ କଲା ପୋଲିସ ? ରାଜ୍ୟର ଏକାଧିକ ମନ୍ତ୍ରୀଙ୍କ ନାଁରେ ହତ୍ୟା ଓ ଅପରାଧ ଭଳି ଅଭିଯୋଗ ରହିଥିଲେ ମଧ୍ୟ କେତେ ଜଣଙ୍କୁ ଗିରଫ କରିଛି ପୋଲିସ ? ବିଧାୟକଙ୍କୁ ଗିରଫ କରିବା ଓ ବଦନାମ କରିବା ପାଇଁ ଏହା ହେଉଛି ବିଜୁ ଜନତା ଦଳର(BJD) ସୁପରିକଳ୍ପିତ ଯୋଜନା । ଏହା ଦର୍ଶାଉଛି ବିଜୁ ଜନତା ଦଳ ଭାରତୀୟ ଜନତା ପାର୍ଟି ପ୍ରତି ଅସହିହୁଷ୍ଣୁ ହୋଇପଡିଛି ।''

ଗୋଲକ ଆହୁରି କହିଛନ୍ତି, ''ଆଇନ ମନ୍ତ୍ରୀଙ୍କ ନାଁରେ ଏତଲା ଥିଲେ ପୋଲିସ ଧରିଲା କି ତାଙ୍କୁ ? ମନ୍ତ୍ରୀ ଅରୁଣ ସାହୁଙ୍କ ନାଁରେ ଅଭିଯୋଗ ଥିଲେ ମଧ୍ୟ ପୋଲିସ ତଦନ୍ତ ପରିସରଭୁକ୍ତ କଲା କି ? ମନ୍ତ୍ରୀ ନବ ଦାସଙ୍କ ରୋଷେୟା ମୃତ୍ୟୁ ମାମଲାରେ ମନ୍ତ୍ରୀଙ୍କୁ ତଦନ୍ତ ପରିସର ଭୁକ୍ତ କଲା କି ପୋଲିସ ? ଶିକ୍ଷୟିତ୍ରୀ ମମିତା ମେହେର କେସରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ନାଁରେ ଅଭିଯୋଗ ଥିଲେ ମଧ୍ୟ ତାଙ୍କୁ ପୋଲିସ ତଦନ୍ତ ପରିସରଭୁକ୍ତ କଲେ ନାହିଁ କାହିଁକି ? ଏଥିରୁ ଜଣାପଡୁଛି ରାଜ୍ୟରେ ଶାସନ ବ୍ୟବସ୍ଥା କେମିତି ଚାଲିଛି । ରାଜ୍ୟରେ ଗଣତନ୍ତ୍ର ନାହିଁ । ବିଧାୟକ କେବଳ ନାଁକୁ ମାତ୍ର ନିର୍ବାଚିତ ହେଉଛନ୍ତି ତାଙ୍କ କଥାର କିଛି ଏଠି ଗୁରୁତ୍ୱ ନାହିଁ ।''

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.