ETV Bharat / city

ବିଜେଡି ଜିଲ୍ଲାପରିଷଦ ସଭ୍ୟଙ୍କ ଆତ୍ମହତ୍ୟା, ସସପେନ୍ସ ବଢାଇଲା ଫେସବୁକ ପୋଷ୍ଟ

ଶିଶୁପାଳଗଡ ଲକ୍ଷ୍ମୀବିହାର ସ୍ଥିତ ଘରୁ ବିଜେଡି ଜିଲ୍ଲା ପରିଷଦ ସଭ୍ୟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଅଧିକ ପଢନ୍ତୁ

author img

By

Published : Sep 24, 2022, 9:38 AM IST

Updated : Sep 24, 2022, 3:19 PM IST

ବିଜେଡି ଜିଲ୍ଲାପରିଷଦ ସଭ୍ୟଙ୍କ ଆତ୍ମହତ୍ୟା
ବିଜେଡି ଜିଲ୍ଲାପରିଷଦ ସଭ୍ୟଙ୍କ ଆତ୍ମହତ୍ୟା, ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ବର: ବିଜେଡି ଜିଲ୍ଲା ପରିଷଦ ସଭ୍ୟଙ୍କ ଆତ୍ମହତ୍ୟା । ପୁରୀ ଗୋପ ୧୧ ନଂ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଶିଶୁପାଳଗଡ ଲକ୍ଷ୍ମୀବିହାର ସ୍ଥିତ ଘରୁ ତାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ତେବେ ସେ କେଉଁ କାରଣକୁ କେନ୍ଦ୍ର କରି ଆତ୍ମହତ୍ୟା କଲେ ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ପାରିବାରକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଦୁଇଟି ଫୋନରେ ସବୁ କିଛି ଥିବା ସେ ଫେସବୁକର ଶେଷ ପୋଷ୍ଟରେ ଲେଖିଛନ୍ତି । ଏନେଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏହା ପଛରେ ପାରିବାରିକ କଳହ ନାଁ ଆଉ କିଛି କାରଣ ରହିଛି ସେନେଇ ତଦନ୍ତ କରିବ ପୋଲିସ । ଧର୍ମେନ୍ଦ୍ରଙ୍କ ଫୋନ୍ ପୋଲିସ ଜବତ କରିଛି ନା ନାହିଁ ତାହା ସ୍ପଷ୍ଟ ହୋଇନି ।

ମିଳିଥିବା ସୂଚନା ଅନୁଯାୟୀ ଶିଶୁପାଳଗଡ଼ ସ୍ଥିତ ନିଜ ଘର ପ୍ଲଟ ନମ୍ବର 3998 ହରି ଭବନରେ ସେ ଆତ୍ମହତ୍ୟା କରିଛନ୍ତି, ଘରେ କେହି ନଥିବା ବେଳେ ଘରର ମୁଖ୍ୟ ଦ୍ବାର ସାମ୍ନାରେ ସେ ବେକରେ ଗାମୁଛାରେ ଆତ୍ମହତ୍ୟା କରିଛନ୍ତି ।

ବିଜେଡି ଜିଲ୍ଲାପରିଷଦ ସଭ୍ୟଙ୍କ ଆତ୍ମହତ୍ୟା, ସସପେନ୍ସ ବଢାଇଲା ଫେସବୁକ ପୋଷ୍ଟ

ପୂର୍ବରୁ ମଧ୍ୟ ଆତ୍ମହତ୍ୟା ଉଦ୍ୟମ କରିଥିଲେ

ଗତ ୧୫ ଦିନ ପୂର୍ବରୁ ପାରିବାରିକ କଳହକୁ ନେଇ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପରିବାରରେ ପତ୍ନୀ ଓ ପୁଅ ଉପରେ ରାଗିଯାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଥିଲେ, ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି ହୋଇଥିଲେ । ପରେ ପରିବାର ତାଙ୍କୁ ଏକାକି କେଉଁଆଡେ ଛାଡୁ ନଥିଲେ । ଗତକାଲି(ଶୁକ୍ରବାର) ନିଜ ସ୍ତ୍ରୀ ଓ ପୁଅକୁ ମାରିବି ନଚେତ୍‌ ସେ ମରିବେ କହି ନିଜ ପୁତୁରାକୁ ଘରୁ ଅନ୍ୟତ୍ର ପଠାଇ ଦେଇଥିଲେ । ଘରେ ଏକାକି ଥିବା ବେଳେ ଏପରି ଆତ୍ମହତ୍ୟା କରିଥିଲେ ଧର୍ମେନ୍ଦ୍ର ସାହୁ । ନିଜ ଘର ମୁଖ୍ୟ ଫାଟକ ସାମ୍ନାରେ ଥିବା ସ୍ଫଟିକରେ ଗାମୁଛା ଲଗାଇ ସେ ଝୁଲି ପଡିଥିଲେ ।

ଏହା ମଧ୍ୟ ପଢନ୍ତୁ-ରାଜଧାନୀରେ ପ୍ରଥମ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦଘାଟିତ

ବିଜେଡି ଜିଲ୍ଲାପରିଷଦ ସଭ୍ୟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଫେସବୁକ ପୋଷ୍ଟ ବଢାଇଲା ସସପେନ୍ସ

ଏକ କୋଟି କରଜ କରିଥିଲେ ଧର୍ମେନ୍ଦ୍ର

ଚିଲିକାରେ ଚୁଙ୍ଗୁଡି ଘେରି କରିଥିଲେ ଧର୍ମେନ୍ଦ୍ର । ପରେ ନିଜ ଅଞ୍ଚଳରେ ନିର୍ବାଚନରେ ବହୁତ ଟଙ୍କା ଖର୍ଚ୍ଚ କରି ଥିବାରୁ ପାଖାପାଖି ୧ କୋଟି ଟଙ୍କାରୁ ଊର୍ଦ୍ଧ୍ବ କରଜ କରିଥିଲେ । ଭୁବନେଶ୍ୱର ୧ନମ୍ବର ହାଟରେ ମଧ୍ୟ ଏକ ବ୍ୟବସାୟ ଥିଲା । ତେବେ କରଜ ସୁଝିବାକୁ ପତ୍ନୀଙ୍କ ନାରେ ଥିବା ଜମି ବିକ୍ରି ପାଇଁ ମଧ୍ୟ ସେ ଚିନ୍ତିତ ରହୁଥିଲେ, ୧୮ଦିନ ତଳେ ସେ ପଟିଆରେ ଓଡିଏମ ସ୍କୁଲ ପାଖେ ସେକ ଜମିକୁ ବିକ୍ରି କରିଥିଲେ । ଯାହାକୁ ନେଇ କରଜ ସୁଝିବାକୁ ସେ ଚାହୁଁଥିଲେ। ତେବେ ବିକ୍ରି ଟଙ୍କାରେ କିଛି କରଜ ସୁଝିଥିବା ମଧ୍ୟ ଜଣାପଡିଛି ।

ସସ୍‌ପେନ୍ସରେ ଶେଷ ପୋଷ୍ଟ

ମୃତ୍ୟୁ ପୂର୍ବରୁ ସେ ଫେସବୁକରେ ଶେଷ ପୋଷ୍ଟ କରିଥିଲେ, ଯେଉଁଥିରେ କି ଦୁଇଟି ଫୋନରେ ସବୁ ଭିଡିଓ ରହିଛି, ତାକୁ ଲୋକ ଲୋଚନକୁ ଆଣିବା ନେଇ ସେ ଲେଖିଛନ୍ତି, ତେବେ ସେ ଦୁଇଟି ଫୋନରେ ଏମିତି କଣ ରହିଛି, ତାହାକୁ ନେଇ ଏବେ ସସ୍‌ପେନ୍ସ ବଢିଛି । ୨ଟି ଫୋନ ମିଳିବା ପରେ ସସ୍‌ପେନ୍ସ ଉପରୁ ପରଦା ହଟିବ ।

ଏନେଇ ଧର୍ମେନ୍ଦ୍ରଙ୍କ ଶ୍ବଶୁର କହିଛନ୍ତି ଯେ, '' ଏକା କେବଳ ନିଶାର କାମ, ପୂର୍ବରୁ ପୁଅ ଓ ପତ୍ନୀଙ୍କ ସହ ଝଗଡା କରୁଥିଲା, ମୃତ୍ୟୁ ପୂର୍ବରୁ ମଧ୍ୟ ସେ ଉଭୟଙ୍କୁ ମାରିବାକୁ ଉଦ୍ୟମ କରିଥିବା କହିଛନ୍ତି ଧର୍ମେନ୍ଦ୍ରଙ୍କ ଶ୍ବଶୁର'' । ସେହିପରି ଫରେନସିକ ଟିମ୍ ଘଟଣା ସ୍ଥଳରେ ଛାନଭିନ୍ନ ଆରମ୍ଭ କରିଥିବା ବେଳେ ଧର୍ମେଙ୍କ ଘର କାନ୍ଥର ଏକ ଫୁଲକୁଣ୍ଡ ତଳୁ ପାଞ୍ଚଶହ ଟଙ୍କିଆ ନୋଟ ମିଳିଛି । ତେବେ ଏ ଟଙ୍କା ଏଠାକୁ କିପରି ଆସିଲା ଓ ଟଙ୍କା କାହାର ତାହା ଜଣାପଡିନାହିଁ, ତଦନ୍ତ ଜାରି ରହିଛି ।

Last Updated : Sep 24, 2022, 3:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.