ETV Bharat / city

Vote Counting: ୭୬୪ଟି ଆସନ ଦଖଲ କଲା ବିଜେଡି !

author img

By

Published : Feb 28, 2022, 9:55 PM IST

Updated : Feb 28, 2022, 10:51 PM IST

ପଞ୍ଚାୟତ ନିର୍ବାଚନରେ ପ୍ରାୟ ସମସ୍ତ ସିଟ୍‌ରେ ବିଜେଡି ବିଜୟ ହାସଲ କରିଛି କହିଲେ ଭୁଲ ହେବନି । ଅଧିକାଂଶ ଆସନରେ ବିଜେଡି ବିଜୟ ହାସଲ କରିଛି । ଅଧିକ ପଢ଼ନ୍ତୁ

Panchayat Vote Counting: ୭୬୪ଟି ଆସନ ଦଖଲ କଲା ବିଜେଡି

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନରେ ପ୍ରାୟ ସମସ୍ତ ସିଟ୍‌ରେ ବିଜେଡି ବିଜୟ ହାସଲ କରିଛି କହିଲେ ଭୁଲ ହେବନି । ଅଧିକାଂଶ ଆସନରେ ବିଜେଡି ବିଜୟ ହାସଲ କରିଛି । 4ଟି ଜିଲ୍ଲାରେ ଜିଲ୍ଲା ପରିଷଦ ଆସନ ପୋଛି ନେଇଛି ବିଜେଡି । ଅନ୍ତିମ ପର୍ଯ୍ୟାୟରେ ୨୩୧ଟି ଜୋନ ପାଇଁ ଭୋଟ ଗଣତି ଜାରି ରହିଛି।

ତୃତୀୟ ଦିନ ଗଣତି ସୁଦ୍ଧା ବିଜେଡି ୭୬୪ଟି ଆସନରେ ବିଜୟ ହାସଲ କରିଛି । ସେହିଭଳି ବିଜେପି ୪୨ ଆସନରେ ବିଜୟ ହାସଲ କରିଛି । କଂଗ୍ରେସ ୩୮ ଆସନରେ ବିଜୟ ହାସଲ କରିଛି । ସ୍ୱାଧୀନ ୩ ଆସନରେ ବିଜୟ ହାସଲ କରିଥିବା ବେଳେ ଅନ୍ୟାନ୍ୟ ଦଳ ୪ ଆସନରେ ବିଜୟ ହାସଲ କରିଛନ୍ତି ।

ଜିଲ୍ଲାପରିଷଦ ଜୋନ ଟ୍ରେଣ୍ଡ ଅନୁଯାୟୀ ବିଜେଡି ଲଗାତାର ଆଗୁଆ ରହିଛି । ଯାଜପୁର, ଝାରସୁଗୁଡା, ଦେବଗଡ଼ ଏବଂ ଭଦ୍ରକରେ ବିଜେଡି କ୍ଲିନସୁଇପ କରିଛି । 10ଟି ଜିଲ୍ଲାରେ ବିଜେପି ଖାତା ଖୋଲି ପାରି ନାହିଁ । ସେହିପରି କଂଗ୍ରେସ 18ଟି ଜିଲ୍ଲାରେ ଗୋଟିଏ ବି ସିଟ୍‌ ହାତେଇ ପାରିନାହିଁ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Feb 28, 2022, 10:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.