ETV Bharat / city

ପିପିଲି ଉପନିର୍ବାଚନ: ବିଜେଡିକୁ ନବେ ହଜାର, ନୋଟା ଖାତାରେ ୮୩୧ ଭୋଟ

ପିପିଲି ଉପନିର୍ବାଚନ ବାଜି ମାରିଲେ BJD ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ। ୨୦,୯୧୬ ଖଣ୍ଡ ଭୋଟ ବ୍ୟବଧାନରେ ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଠାରୁ ହେଲେ ବିଜୟୀ । ଆନୁଷ୍ଠାନିକ ଘୋଷଣା କଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଅଧିକ ପଢନ୍ତୁ...

author img

By

Published : Oct 3, 2021, 7:49 PM IST

Updated : Oct 3, 2021, 8:28 PM IST

ପିପିଲିରେ ବିଜେଡିର ବାଜିମାତ, ୨୦୯୧୬ ଖଣ୍ଡ ଭୋଟରେ ଜିତିଲେ ରୁଦ୍ର

ଭୁବନେଶ୍ବର/ପୁରୀ : ଶେଷ ହୋଇଛି ପିପିଲି ଉପନିର୍ବାଚନ ଭୋଟ ଗଣତି ପ୍ରକ୍ରିୟା। ବହୁ ପ୍ରତିକ୍ଷିତ ପିପିଲି ଉପନିର୍ବାଚନରେ ବାଜି ମାରିଛି ବିଜେଡି । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୨୦,୯୧୬ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ । ଏନେଇ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ସୂଚନା ଦେଇଛନ୍ତି ।

ପିପିଲି ଉପନିର୍ବାଚନ: ବିଜେଡିକୁ ନବେ ହଜାର, ନୋଟୋ ଖାତାରେ ୮୩୧ ଭୋଟ

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ୯୬,୯୭୨ ଖଣ୍ଡ ଭୋଟ ପାଇଥିବାବେଳେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ୭୬,୦୫୬ ଖଣ୍ଡ ଭୋଟ ପାଇଛନ୍ତି । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଠାରୁ ୨୦,୯୧୬ ଖଣ୍ଡ ଭୋଟ ବ୍ୟବଧାନରେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ବିଜୟୀ ହୋଇଛନ୍ତି । ସେହିପରି କଂଗ୍ରେସ ପ୍ରାର୍ଥୀ ୪,୨୬୧ ଖଣ୍ଡ ଭୋଟ ପାଇବାରେ ସକ୍ଷମ ହୋଇଛନ୍ତି । ସଂଖ୍ୟା ଦୃଷ୍ଟିରୁ 5ମ ସ୍ଥାନରେ ରହିଛି ନୋଟା ।

ନୋଟାରେ ୮୩୧ ଖଣ୍ଡ ଭୋଟ ପଡ଼ିଛି । ଏହି ଉପନିର୍ବାଚନରେ ମୋଟ ୧,୮୦,୯୩୦ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଥିବାବେଳେ ପୋଷ୍ଟାଲ ବାଲାଟରେ ୮୯୩ ଭୋଟ ଗ୍ରହଣ କରାଯାଇଥିଲା।

ନିର୍ବାଚନୀ ମୈଦାନରେ 10 ପ୍ରାର୍ଥୀ ସେମାନଙ୍କ ଭାଗ୍ୟ ପରୀକ୍ଷା ଦେଇଥିବାବେଳେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ୨୦୯୧୬ ଖଣ୍ଡ ଭୋଟରେ ନିର୍ବାଚିତ ହୋଇଛନ୍ତି । ତେବେ ଏନେଇ ନିର୍ବାଚନ ଫଳାଫଳ ସମ୍ପର୍କରେ ପରିଚାଳନା ଦାୟିତ୍ବରେ ଥିବା ରିଟର୍ଣ୍ଣିଂ ଅଧିକାରୀ ସବିଶେଷ ସୂଚନା ଦେଇଛନ୍ତି। ରିଟର୍ଣ୍ଣିଂ ଅଧିକାରୀଙ୍କ ନିକଟରୁ ମିଳିଥିବା ସୂଚନା ଆଧାରରେ, ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ୯୬,୯୭୨ ଖଣ୍ଡ ଭୋଟ ପାଇଥିବାବେଳେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ୭୬,୦୫୬ ଖଣ୍ଡ ଭୋଟ କଂଗ୍ରେସ ପ୍ରାର୍ଥୀ ବିଶ୍ବକେସନ ହରିଚନ୍ଦନ ମହାପାତ୍ର 4261 ଖଣ୍ଡ ଭୋଟ ପାଇଛନ୍ତି।

ସେହିପରି ସିପିଆଇ ପ୍ରାର୍ଥୀ ଅଶୋକ ପ୍ରଧାନ 898 ଖଣ୍ଡ, ଅଖିଳ ଭାରତ ହିନ୍ଦୁ ମହାସଭା ପ୍ରାର୍ଥୀ ଜୟ ପ୍ରକାଶ ସେଠୀ 455, କଳିଙ୍ଗ ସେନା ପ୍ରାର୍ଥୀ ପିଙ୍କଲିନ ମହାନ୍ତି 156 ଭୋଟ, ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆର ପ୍ରାର୍ଥୀ ମହମ୍ମଦ ଇମାନୁଉଦ୍ଦିନ 244 ଭୋଟ ଏବଂ 3 ସ୍ବାଧୀନ ପ୍ରାର୍ଥୀ, ନାଗେନ୍ଦ୍ର ନାଥ ମିଶ୍ର, ସୁଲୋଚନା ସାହୁ ଓ ସ୍ବପ୍ନେଶ୍ବର ନାୟକ ଯଥାକ୍ରମେ 414, 266 ଓ 377 ଭୋଟ ପାଇଥିବା ରିଟର୍ଣ୍ଣିଂ ଅଧିକାରୀ ସ୍ପଷ୍ଟ କରିଛନ୍ତି। ସେହିପରି 180099 ବୈଧ ଭୋଟ ପଡିଥିବାବେଳେ 831 ଭୋଟର ସେମାନଙ୍କ ଭୋଟ ନୋଟାରେ ଦେଇଥିବା ଜଣାପଡିଛି । ସେହିପରି 136 ଖଣ୍ଡ ଭୋଟ ରିଜେକ୍ଟ ହୋଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ ଓ ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Oct 3, 2021, 8:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.