ETV Bharat / city

ଦ୍ବିତୀୟ ପର୍ଯ୍ୟାୟରେ ବିଜେଡିର ବାଜିମାତ, ୨୩୬ ଆସନରେ ବିଜୟୀ - ପଞ୍ଚାୟତ ପରୀକ୍ଷା ଫଳ

ପଞ୍ଚାୟତ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗଣତିର ଫଳାଫଳ ପ୍ରକାଶ । ପଛରେ ରହିଛନ୍ତି ବିଜେପି ଓ କଂଗ୍ରେସ । ପୁଣି ବିଜେଡିର କ୍ଲିନ ସୁଇପ । ଅଧିକ ପଢନ୍ତୁ

ପଞ୍ଚାୟତ ପରୀକ୍ଷା ଫଳ: ଦ୍ବିତୀୟ ପର୍ଯ୍ୟାୟ ଗଣତିରେ ବିଜେଡି ୨୯୫ ଆସନରେ ବିଜୟୀ

author img

By

Published : Feb 28, 2022, 1:13 PM IST

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ପଞ୍ଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ । ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଦ୍ବିତୀୟ ଦିନ ଭୋଗ ଗଣନାର ଫଳାଫଳ । 305 ଜିଲ୍ଲା ପରିଷଦ ଜୋନର ଫଳାଫଳ ପୁଣି ବିଜେଡ଼ି ସପକ୍ଷରେ ରହିଛି ।

୩୦୫ ସିଟ ମଧ୍ୟରୁ ୨୯୫ସିଟର ଫଳାଳଫଳ ପ୍ରକାଶ ପାଇଛି । ବିଜେଡି ୨୩୬ ସିଟରେ ବାଜିମାତ କରିଥିବା ବେଳେ ବିଜେପି ୧୬ ସିଟ ହାତେଇ ନୈରାଶ୍ୟ ଜନକ ସ୍ଥିତିରେ ରହିଛି । ସେହିପରି କଂଗ୍ରେସ ୧୫ ସିଟ ହାତେଇବାରେ ସଫଳ ହୋଇଛି । ଗୋଟିଏ ସିଟରେ ସ୍ବାଧୀନପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ଅନ୍ୟାନ୍ୟ ଦଳ 2 ଟି ସିଟ ଜିତିଛନ୍ତି। ଆଉ 10 ଟି ସିଟରେ ଫଳାଫଳ ଖୁବଶୀଘ୍ର ପ୍ରକାଶ ପାଇବ ।

ପୂର୍ବରୁ ପ୍ରଥମ ଦିନ ଭୋଟ ଗଣତିରେ ବିଜେଡି କ୍ଲିନ ସୁଇପ କରିଛି । ୩୧୫ ଟି ଜିଲ୍ଲା ପରିଷଦ ଜୋନରେ ବିଜେଡି ଖାତାକୁ ୨୮୨ ଟି ସିଟ ଯାଇଥିବା ବେଳେ ୧୫ ଟି ସିଟରେ ବିଜେପି ପଛରେ ରହିଛି । ସେହିପରି କଂଗ୍ରେସ କୁ ୧୪ ଟି ସିଟ ମିଳିଥିଲା । ସ୍ବାଧୀନପ୍ରାର୍ଥୀ ୨ଟି ସିଟ ହାତେଇଥିବା ବେଳେ ଅନ୍ୟାନ୍ୟ ଦଳ ମଧ୍ୟ ୨ଟି ସିଟରେ ବିଜୟୀ ହୋଇଥିଲେ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.