ETV Bharat / city

BJD ଭାଙ୍ଗୁଛି ନିର୍ବାଚନ ଆଚରଣ ବିଧି: BJP - ବିଜେଡି ବିରୁଦ୍ଧରେ ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ବିଜେପି

BJD ଆଚରଣ ବିଧି ଉଲଙ୍ଘନ କରିଥିବା ଅଭିଯୋଗରେ ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହେଲା BJP । ଅଧିକ ପଢନ୍ତୁ

BJD ଭାଙ୍ଗୁଛି ନିର୍ବାଚନ ଆଚରଣ ବିଧି: BJP
BJD ଭାଙ୍ଗୁଛି ନିର୍ବାଚନ ଆଚରଣ ବିଧି: BJP
author img

By

Published : Jan 19, 2022, 3:53 PM IST

ଭୁବନେଶ୍ବର: ବିଜେଡି ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଅଭିଯୋଗ କରି ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ବିଜେପି (BJP Alleged BJD of Violating Code Of Conduct) । ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ୬ ଜଣିଆ ଟିମ କମିଶନଙ୍କ ନିକଟରେ ଫେରାଦ ହୋଇଛନ୍ତି । ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଗୋପୀନାଥପୁର ପଞ୍ଚାୟତ କାର୍ଯ୍ୟାଳୟରେ ବିଜେଡିର ମିଶ୍ରଣ ପର୍ବ ହୋଇଥିବା ଅଭିଯୋଗ ଆଣିଛି ବିଜେପି ।

BJD ଭାଙ୍ଗୁଛି ନିର୍ବାଚନ ଆଚରଣ ବିଧି: BJP

ସରକାରୀ ଅଧିକାରୀ ଉପସ୍ଥିତ ଥାଇ ବି ଅଫିସରେ ରାଜନୈତିକ କାର୍ଯ୍ୟକ୍ରମ ହେବା ଆଚରଣ ବିଧି ଉଲ୍ଲଙ୍ଘନ କରୁଛି । ଯେଉଁମାନେ ଏଥିରେ ସମ୍ପୃକ୍ତ ତାଙ୍କ ବିରୁଦ୍ଧରେ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ କରନ୍ତୁ ବୋଲି ଦାବି କରିଛି ବିଜେପି । ରାଜ୍ୟର ବିଭିନ୍ନ ସ୍ଥାନରେ, ଗାଁ ଗଣ୍ଡାରେ ମୁଖ୍ୟମନ୍ତ୍ରୀଙ୍କ ହୋର୍ଡିଂ ଲାଗିଛି । ଜାଗା ମିଶନ ସହ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର ହୋର୍ଡିଂ ଲାଗିଛି । କିଛି ସ୍କୁଲରେ ବି ଲାଗିଛି ।

ନିର୍ବାଚନ କମିଶନ ଏନେଇ ଠୋସ୍ ପଦକ୍ଷେପ ନ ନେଲେ ବିଜେପି କର୍ମକର୍ତ୍ତା ବାଧ୍ୟ ହୋଇ ପୋଷ୍ଟର ବାହାର କରିବା ସହ ପୋଷ୍ଟରରେ କାଳି ବୋଳିବେ ବୋଲି କହିଛନ୍ତି । ରାଜ୍ୟ ନିର୍ବାଚନ ଆୟୋଗ ପ୍ରସ୍ତୁତ କରିଥିବା ଭୋଟର ତାଲିକାରେ ବିଜେପିର ଆଶାୟୀ ପ୍ରାର୍ଥୀଙ୍କ ନାଁ ନାହିଁ । ଏ ଘଟଣାର ନିର୍ବାଚନ କମିଶନ ହସ୍ତକ୍ଷେପ କରି ତୁରନ୍ତ ସମାଧାନ କରନ୍ତୁ । ନଚେତ ନିର୍ବାଚନ କମିଶନ ଅଫିସ ଆଗରେ ବିଜେପି ଧାରଣା ଦେବ ବୋଲି ଚେତାବନୀ ଦେଇଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.