ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ଜାରି ରହିଛି ଭୋଟ ଗଣତି ପ୍ରକ୍ରିୟା । ମୋଟ 108 ପୌରାଧ୍ୟକ୍ଷ ଆସନ ମଧ୍ୟରୁ 75 ଆସନରେ ବିଜେଡି ବିଜୟୀ କିମ୍ବା ଆଗୁଆ ରହିଛି । ସେହିଭଳି ବିଜେପି 17ଟି ପୌରାଧ୍ୟକ୍ଷ ଆସନରେ ଆଗୁଆ କିମ୍ବା ବିଜୟୀ ହୋଇଥିବା ବେଳେ କଂଗ୍ରେସ ମାତ୍ର 7ଟି ଆସନରେ ବିଜୟୀ କିମ୍ବା ଲିଡ୍ କରୁଛି ।
ବର୍ତ୍ତମାନ ସୁଦ୍ଧା 28ଟି ଜିଲ୍ଲାରେ ଶେଷ ହେଲା ଭୋଟ ଗଣତି । ମୋଟ 97ଟି ଅଧ୍ୟକ୍ଷ ପଦରୁ ବିଜେଡି 70ଟି ଆସନରେ ବିଜେଡି ବିଜୟ ଲାଭ କରିଛି। ସେପଟେ ବିଜେପି କେବଳ 15ଟି ଆସନରେ ବିଜୟୀ ହୋଇଛି । କଂଗ୍ରେସ 5ଟି ଆସନରେ ବିଜୟ ଲାଭ କରିଛି। ସ୍ୱାଧୀନ ପ୍ରାର୍ଥୀ 7ଟି ଆସନରେ ବିଜୟ ଲାଭ କରିଛନ୍ତି ।
ଅନ୍ୟାନ ପ୍ରାର୍ଥୀ 9ଟି ଆସନରେ ବିଜୟୀ କିମ୍ବା ଲିଡ୍ କରୁଛନ୍ତି । ପଞ୍ଚାୟତ ନିର୍ବାଚନ ଭଳି ପୌର ନିର୍ବାଚନରେ ମଧ୍ୟ ବିଜେଡିର ହାୱା ଦେଖିବାକୁ ମିଳିଛି । ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ ବିଜେଡି ପୌର ନିର୍ବାଚନରେ ମଧ୍ୟ ବିପୁଳ ବିଜୟ ହାସଲ କରିବ । କେତେକ ସ୍ଥାନରେ ବିଜେଡି ପ୍ରାର୍ଥୀ ଏକ ପାଖିଆ ଭାବରେ ବିଜୟ ହାସଲ କରିଛନ୍ତି ।
ସେପଟେ ଏଭଳି ଟ୍ରେଣ୍ଡକୁ ନେଇ ବିଜେଡି କ୍ୟାମ୍ପରେ ଉତ୍ସାହର ମହୋଲ ରହିଛି । କେତେକ ପୌରାଞ୍ଚଳର ଫଳାଫଳ ଆସି ସାରିଥିବା ବେଳେ ଏବେ ବି ଅନେକ ପୌରାଞ୍ଚଳରେ ଭୋଟ ଗଣତି ଜାରି ରହିଛି । କେନ୍ଦ୍ରାପଡ଼ା ଓ ନୟାଗଡ଼ ଭଳି ସ୍ଥାନରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇ ଉତ୍ସବ ପାଳିବା ଆରମ୍ଭ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ