ETV Bharat / city

2024 ସାଧାରଣ ନିର୍ବାଚନରେ 113 ପ୍ଲସ୍ ଆସନ ଜିତିବ ବିଜେଡି: ଯୋଗାଣ ମନ୍ତ୍ରୀ - BJD to win 113 seats in 2024 general elections

ବିଜେଡି ସଂଘର୍ଷରେ ବିଶ୍ୱାସ କରେନାହିଁ । ବିଜେଡି ଭଲ ପାଇବାରେ ବିଶ୍ଵାସ କରେ । ଲୋକ ବିଜୁ ଜନତା ଦଳକୁ ଭଲ ପାଇଛନ୍ତି । 2024 ରେ 113 ରୁ ଅଧିକ ବିଧାନସଭା ସିଟ ଟପିବ ବିଜେଡି । ବିଜେଡିର ମିଶନ ବଢିବଢି ଚାଲିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ଅଧିକ ପଢନ୍ତୁ

2024 ସାଧାରଣ ନିର୍ବାଚନରେ 113 ଆସନ ଜିତିବ ବିଜେଡି: ଯୋଗାଣ ମନ୍ତ୍ରୀ

author img

By

Published : Jun 11, 2022, 9:52 PM IST

ଭୁବନେଶ୍ବର: ବିଜେଡି ସଂଘର୍ଷରେ ବିଶ୍ୱାସ କରେନାହିଁ । ବିଜେଡି ଭଲ ପାଇବାରେ ବିଶ୍ଵାସ କରେ । ଲୋକ ବିଜୁ ଜନତା ଦଳକୁ ଭଲ ପାଇଛନ୍ତି । 2024 ରେ 113 ରୁ ଅଧିକ ବିଧାନସଭା ସିଟ ଜିତିବ ବିଜେଡି । ବିଜେଡିର ମିଶନ ବଢିବଢି ଚାଲିବ ବୋଲି କହିଛନ୍ତି ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ।

2024 ସାଧାରଣ ନିର୍ବାଚନରେ 113 ଆସନ ଜିତିବ ବିଜେଡି: ଯୋଗାଣ ମନ୍ତ୍ରୀ

ପିସିସି ସଭାପତି ଭାବେ ବିଧିବଦ୍ଧ ଦାୟିତ୍ୱ ନେଇଛନ୍ତି ଶରତ ପଟ୍ଟନାୟକ । 2024 ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ପ୍ରସ୍ତୁତ ହେବାକୁ ଦଳୀୟ ନେତା କର୍ମୀଙ୍କୁ ଆହ୍ବାନ ଦେଇଛନ୍ତି ଶରତ । ଏକାଠି ହୋଇ ସଂଘର୍ଷ କରିବା ଲାଗି ଦଳୀୟ ନେତା ଓ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି ନବନିଯୁକ୍ତ ପିସିସି ସଭାପତି । ଏନେଇ ପ୍ରତିକ୍ରିୟା ରଖିଛି ବିଜେଡି । ବିଜେଡି ବିଧାୟକ ତଥା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଯେ, ବିଜେଡି ସଂଘର୍ଷରେ ବିଶ୍ୱାସ କରେନାହିଁ ।

ବିରୋଧୀ ଯଦି ସଂଘର୍ଷରେ ବିଶ୍ୱାସ କରୁଛନ୍ତି, କରନ୍ତୁ । ବିଜେଡି ଲୋକଙ୍କ ସହିତ ଅଛି, ରହିବ । ବିଜେଡି ଭଲ ପାଇବାରେ ବିଶ୍ଵାସ କରେ । ଲୋକ ବିଜୁ ଜନତା ଦଳକୁ ଭଲ ପାଇଛନ୍ତି । ବାରବାର ବିଜେଡି ସପକ୍ଷରେ ଜନାଦେଶ ଦେଉଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନେତୃତ୍ୱକୁ ଭରସା କରୁଛନ୍ତି । ଏହି ପ୍ରକ୍ରିୟା ଜାରି ରହିବ । ବିଜେଡି ସରକାର ଲୋକଙ୍କ ସହିତ ରହିଛି । ଲୋକଙ୍କ ସେବା କରୁଛି । ତା ଫଳ ଦଳକୁ ମିଳୁଛି । କୌଣସି ଦଳ 5 ଥର ସରକାର ଗଢିବାରେ ସହଯୋଗ କରିନାହାନ୍ତି । ମହାପ୍ରଭୁଙ୍କ ଆଶୀର୍ବାଦ ଓ ଜନସାଧାରଣଙ୍କ ଭଲ ପାଇବାରୁ ଦଳ ସଫଳତା ପାଉଛି ।

ବ୍ରଜରାଜନଗର ଏହାର ସଦ୍ୟତମ ଉଦାହରଣ । ଗତ ନିର୍ବାଚନରେ ବିଜୟର ବ୍ୟବଧାନ 12 ହଜାର ଥିବା ବେଳେ ଉପନିର୍ବାଚନରେ 60 ହଜାର ଟପିଛି । 2024 ରେ 113 ରୁ ଅଧିକ ଆସନ ଟପିବ ବିଜେଡି । ଏହା ଜଳଜଳ ଦିଶୁଛି । ବାଲେଶ୍ଵରରେ ଗୋଟେ ଆସନ ହରେଇଥିଲୁ । ସେଇଟା ଉପ ନିର୍ବାଚନରେ ବିଜେଡି ଫେରି ଫାଇଛି । ତେଣୁ ସଂଖ୍ୟା ନିଶ୍ଚୟ ବଢିବ । ବିଜେଡିର ମିଶନ ଆଗକୁ ଏମିତି ବଢ଼ିବଢ଼ି ଚାଲିବ ବୋଲି ଅତନୁ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.