ETV Bharat / city

ନଡ୍ଡାଙ୍କ ଗସ୍ତକୁ କାଉଣ୍ଟର କରିବାକୁ ପ୍ରସ୍ତୁତ BJD: ଦୁଇ ଦିନିଆ ପ୍ରତିନିଧି ସମ୍ମିଳନୀରେ ଶକ୍ତି ପ୍ରଦର୍ଶନ କରିବ ଦଳ

author img

By

Published : Sep 27, 2022, 6:39 PM IST

ଭୁବନେଶ୍ବର ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ନଡ୍ଡାଙ୍କ ଗସ୍ତକୁ କାଉଣ୍ଟର କରିବା ପାଇଁ ପ୍ରସ୍ତୁତିର ଶେଷ ପର୍ଯ୍ୟାୟରେ ବିଜେଡି । ଦୁଇ ଦିନିଆ ପ୍ରତିନିଧି ସମ୍ମିଳନୀରେ ଶକ୍ତି ପ୍ରଦର୍ଶନ କରିବ ଦଳ । ଗାନ୍ଧୀ ଜୟନ୍ତୀରୁ ରାଜ୍ୟବ୍ୟାପୀ ପଦଯାତ୍ରା । ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ବର: ଗାନ୍ଧୀ ଜୟନ୍ତୀରୁ ହେବାକୁ ଥିବା ପଦଯାତ୍ରା ପ୍ରସ୍ତୁତି ଆଳରେ ଭୁବନେଶ୍ୱରରେ ବିଜେଡି କରିବ ଶକ୍ତି ପ୍ରଦର୍ଶନ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ଗସ୍ତ କାର୍ଯ୍ୟକ୍ରମକୁ କାଉଣ୍ଟର କରିବାକୁ ବିଜେଡି ଆସନ୍ତା 29 ଓ 30 ତାରିଖରେ ପ୍ରତିନିଧି ସମ୍ମିଳନୀ କରିବ । ବରମୁଣ୍ଡା ପଡିଆରେ ଏହି ସମ୍ମିଳନୀ ଆୟୋଜନ ହେବ । ଏହି ସମ୍ମିଳନୀରେ ଗାନ୍ଧୀ ଜୟନ୍ତୀରୁ ହେବାକୁ ଥିବା ରାଜ୍ୟବ୍ୟାପୀ ପଦଯାତ୍ରାର ଚୂଡାନ୍ତ ରୂପ ରେଖ ପ୍ରସ୍ତୁତ ହେବ । ଏନେଇ ବ୍ୟାପକ ପ୍ରସ୍ତୁତି ମଧ୍ୟ କରିଛି ବିଜୁ ଜନତା ଦଳ । ଯୁବ ବିଜେଡି କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ କରି ଦଳ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ନଡ୍ଡାଙ୍କ ଗସ୍ତକୁ କାଉଣ୍ଟର କରିବାକୁ ପ୍ରସ୍ତୁତ BJD: ଦୁଇ ଦିନିଆ ପ୍ରତିନିଧି ସମ୍ମିଳନୀରେ ଶକ୍ତି ପ୍ରଦର୍ଶନ କରିବ ଦଳ

ଚଳିତ 29 ତାରିଖରେ ଦଳର ଯୁବ, ଛାତ୍ର, ମହିଳାଙ୍କର ରାଜ୍ୟସ୍ତରୀୟ ଓ ଜିଲ୍ଲାସ୍ତରୀୟ ସଙ୍ଗଠନର ପ୍ରତିନିଧି ଓ ଗଠିତ ହୋଇଥିବା କ୍ୟାମ୍ପସ କମିଟିର ପ୍ରତିନିଧିଙ୍କୁ ନେଇ ବିଜେଡି ବୈଠକ କରିବ । ଯେଉଁଥିରେ 2 ହଜାରରୁ ଉର୍ଦ୍ଧ୍ବ ପ୍ରତିନିଧି ଯୋଗ ଦେବେ । 30 ତାରିଖରେ ବିଧାୟକ, ସାଂସଦ ଓ ଜିଲ୍ଲା ସଭାପତି, ଜିଲ୍ଲା ପରିଷଦ ସଦସ୍ୟ, ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷଙ୍କ ସହ ବ୍ରହ୍ମପୁର, କଟକ ଓ ଭୁବନେଶ୍ୱରର ମେୟର ଓ କର୍ପୋରେଟରମାନେ ଉପସ୍ଥିତ ରହିବେ । ପଦଯାତ୍ରାର ପ୍ରସ୍ତୁତି ଏବଂ ପଦଯାତ୍ରା ସମୟରେ କେଉଁ କେଉଁ ପ୍ରସଙ୍ଗ ଲୋକଙ୍କ ନିକଟରେ ପହଞ୍ଚାଯିବ ସେ ନେଇ ଏହି ଦୁଇ ଦିନରେ ଆଲୋଚନା ହେବ । ଗାନ୍ଧୀ ଜୟନ୍ତୀରୁ ମାସେବ୍ୟାପୀ ପଦଯାତ୍ରା କରିବ ବିଜେଡି । ପ୍ରତି ୱାର୍ଡରୁ ନେଇ ପଞ୍ଚାୟତ, ବ୍ଲକ ଓ ମୁନିସିପାଲିଟିସ୍ତରରେ ଏହି କାର୍ଯ୍ୟକ୍ରମ କରି ରାଜ୍ୟ ସରକାରଙ୍କ ସଫଳତା ଲୋକଙ୍କ ପାଖରେ ପହଞ୍ଚାଇବା ନେଇ ପ୍ରୟାସ କରିବ ଦଳ ।

ଏନେଇ ବିଜୁ ଜନତା ଦଳର ସମସ୍ତ ରାଜ୍ୟ କର୍ମକର୍ତ୍ତା, ପର୍ଯ୍ୟବେକ୍ଷକ, ସଂଯୋଜକ, ସାଂସଦ, ବିଧାୟକ, ବିଧାୟିକା, ବିଧାୟକ ପ୍ରାର୍ଥୀ, ଜିଲ୍ଲା ସଭାପତି ଏବଂ ବ୍ଲକ ଓ ନଗର ସଭାପତିଙ୍କୁ ଚିଠି ଲେଖିଛନ୍ତି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜୁ ଜନତା ଦଳ ଚଳିତ ଗାନ୍ଧୀ ଜୟନ୍ତୀରୁ ନଭେମ୍ବର 2 ପର୍ଯ୍ୟନ୍ତ ଏକ ମାସବ୍ୟାପୀ ଜନ ସମ୍ପର୍କ ପଦଯାତ୍ରା କରିବ । ଏହି ପଦଯାତ୍ରା ସମୟରେ ଅକ୍ଟୋବର 2 ତାରିଖରେ ‘ଗାନ୍ଧୀ ଜୟନ୍ତୀ’ ଏବଂ ‘ଶାସ୍ତ୍ରୀ ଜୟନ୍ତୀ’, ଅକ୍ଟୋବର 9 ତାରିଖରେ ‘ଉତ୍କଳମଣି ଗୋପବନ୍ଧୁ ଜୟନ୍ତୀ’ ଏବଂ ଅକ୍ଟୋବର ୧୧ ତାରିଖରେ ‘ଲୋକନାୟକ ଜୟପ୍ରକାଶ ଜୟନ୍ତୀ’ ପାଳନ ହେବ ।

ଦଳର ମହିଳା, ଯୁବ ଏବଂ ଛାତ୍ର, କୃଷକ, ସଂଖ୍ୟାଲଘୁ, ଶ୍ରମିକ, ଦଳିତ, ଜନଜାତି, ସମବାୟ, ଆଇନ ଶାଖା ତଥା ବିଜେଡିର ଅନ୍ୟାନ୍ୟ ପ୍ରମୁଖ ଦଳୀୟ ସଂଗଠନ ନିଜର ସମସ୍ତ କର୍ମକର୍ତ୍ତାଙ୍କ ସହିତ ବିଭିନ୍ନ ସ୍ତରରେ ଏହି ‘ଜନ ସମ୍ପର୍କ ପଦଯାତ୍ରାରେ ଯୋଗ ଦେବେ । ପ୍ରତ୍ୟେକ ସ୍ଥାନରେ ମହାତ୍ମା ଗାନ୍ଧୀ ଏବଂ ବିଜୁ ବାବୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯିବା ସହିତ ସେ ଅଞ୍ଚଳର ପ୍ରମୁଖ ସ୍ଵାଧୀନତା ସଂଗ୍ରାମୀ ତଥା ବରପୁତ୍ରମାନଙ୍କ ଫଟୋଚିତ୍ର କିମ୍ବା ପ୍ରତିକୃତିରେ ଶ୍ରଦ୍ଧାଜଳି ଅର୍ପଣ କରାଯାଇ ‘ଜନସମ୍ପର୍କ ପଦଯାତ୍ରା ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବ ।

ପଦଯାତ୍ରା ସମୟରେ ରକ୍ତଦାନ, ବୃକ୍ଷରୋପଣ ତଥା ଅନ୍ୟାନ୍ୟ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନେବ ଦଳ । ନଭେମ୍ବର 2 ତାରିଖରେ ପ୍ରତ୍ୟେକ ଜିଲ୍ଲାସ୍ତରରେ ସମସ୍ତ ଦଳୀୟ କର୍ମକର୍ତ୍ତା ଓ କର୍ମୀମାନେ ଉପସ୍ଥିତ ରହିବେ । ରାଜ୍ୟର ଉନ୍ନତି ପାଇଁ କାର୍ଯ୍ୟ କରିବା ନେଇ ସମୁହ ଶପଥ ଗ୍ରହଣ ସହ ମାସବ୍ୟାପୀ ପଦଯାତ୍ରାର ପରିସମାପ୍ତି କରାଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.