ETV Bharat / city

ବିଜେଡି ପାଳିବ ୨୪ତମ ପ୍ରତିଷ୍ଠା ଦିବସ, ସାମିଲ ହେବେ ମୁଖ୍ୟମନ୍ତ୍ରୀ - ନବୀନ ପଟ୍ଟନାୟକ

ବିଜେଡି ପାଳିବ 24ତମ ପ୍ରତିଷ୍ଠା ଦିବସ । ରାଜଧାନୀରେ ବିଜେଡି ମୁଖ୍ୟ କାର୍ଯ୍ୟାଳୟ ସହ ରାଜ୍ୟରେ ସମସ୍ତ ନିର୍ବାଚନ ମଣ୍ଡଳୀ ଓ ପୌରାଞ୍ଚଳ ସ୍ତରରେ ଦଳର ପ୍ରତିଷ୍ଠା ଦିବସ ପାଳନ ହେବ । ଅଧିକ ପଢ଼ନ୍ତୁ...

BJD will celebrate its 24th founding day
ବିଜେଡି ପାଳିବ ୨୪ତମ ପ୍ରତିଷ୍ଠା ଦିବସ, ସାମିଲ ହେବେ ମୁଖ୍ୟମନ୍ତ୍ରୀ
author img

By

Published : Dec 25, 2020, 4:42 PM IST

ଭୁବନେଶ୍ବର: ଆସନ୍ତାକାଲି (ଶନିବାର) ବିଜେଡି ପାଳିବ 24ତମ ପ୍ରତିଷ୍ଠା ଦିବସ । ରାଜଧାନୀରେ ବିଜେଡି ମୁଖ୍ୟ କାର୍ଯ୍ୟାଳୟ ସହ ରାଜ୍ୟରେ ସମସ୍ତ ନିର୍ବାଚନ ମଣ୍ଡଳୀ ଓ ପୌରାଞ୍ଚଳ ସ୍ତରରେ ଦଳର ପ୍ରତିଷ୍ଠା ଦିବସ ପାଳନ ହେବ। ଏନେଇ ଏକ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏହି ସୂଚନା ଦେଇଛନ୍ତି ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା ।

ବିଜେଡି ପାଳିବ ୨୪ତମ ପ୍ରତିଷ୍ଠା ଦିବସ, ସାମିଲ ହେବେ ମୁଖ୍ୟମନ୍ତ୍ରୀ

ଏହି ବୈଠକରେ କାର୍ଯ୍ୟକାରୀଣିରେ ହୋଇଥିବା ନିଷ୍ପତ୍ତି ଓ ଦଳର ସଭାପତି ନବୀନ ପଟ୍ଟନାୟକ ଦେଇଥିବା ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବାକୁ ପ୍ରୟାସ କରାଯିବ । ବିଜେଡିର 24ତମ ପ୍ରତିଷ୍ଠା ଦିବସରେ ଦଳର ସଭାପତି ନବୀନ ପଟ୍ଟନାୟକ ସାମିଲ ହେବେ ବୋଲି କହିଛନ୍ତି ସାଧାରଣ ସମ୍ପାଦକ ।

ଏହି କାର୍ଯ୍ୟକ୍ରମରେ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ ଦାୟିତ୍ଵ ବଣ୍ଟନ କରାଯିବ । ଏହାସହ ଆଗାମୀ ଦିନ ପାଇଁ ଦଳର ରଣକୌଶଳ ନିର୍ଦ୍ଧାରଣ କରାଯିବ। ଏହି କାର୍ଯ୍ୟକ୍ରମରେ ସଭ୍ୟ ସଂଗ୍ରହଠାରୁ ଆରମ୍ଭ କରି ତୃଣମୂଳ ସ୍ତରରେ ନବୀନ ସରକାରଙ୍କ ଲୋକାଭିମୁଖୀ ଯୋଜନାର ସଫଳ ରୂପାୟନ ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା ହେବ । ଏହି କାର୍ଯ୍ୟକ୍ରମରେ ଦଳର ସମସ୍ତ ନେତା ମନ୍ତ୍ରୀଙ୍କ ସହ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବିଜେଡି କର୍ମୀ ସାମିଲ ହେବା ନେଇ ସୂଚନା ମିଳିଛି।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.