ETV Bharat / city

BJD ଟିକେଟ କନ୍ଦଳ: ଅସନ୍ତୁଷ୍ଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୁମେରାଂ ! - ଅସନ୍ତୁଷ୍ଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୁମେରାଂ

ଟିକେଟ ବଣ୍ଟାକୁ ନେଇ ବିଜେଡି ଭିତରେ ଚାଲିଥିବା ଟଣାଓଟରା ଜାରି ରହିଛି । ନାମାଙ୍କନ ପ୍ରତ୍ୟାହାରକୁ ମାତ୍ର ଦୁଇ ଦିନ ଥିବାରୁ ଅସନ୍ତୁଷ୍ଟଙ୍କୁ ମନେଇବାକୁ ଲାଗିପଡିଛନ୍ତି ବରିଷ୍ଠ ନେତା । ତୋଡ ଦେଖାଉଥିବା ଅସନ୍ତୁଷ୍ଟଙ୍କୁ କାର୍ଯ୍ୟାନୁଷ୍ଠାନ ଭୟ କାଟୁ କରୁନି । ଅଧିକ ପଢନ୍ତୁ

ବିଜେଡି ଟିକେଟ କନ୍ଦଳ; ଅସନ୍ତୁଷ୍ଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୁମେରାଂ

author img

By

Published : Mar 11, 2022, 10:06 PM IST

ଭୁବନେଶ୍ବର: ଟିକେଟ ବଣ୍ଟାକୁ ନେଇ ବିଜେଡି ଭିତରେ ଚାଲିଥିବା ଟଣାଓଟରା ଜାରି ରହିଛି । ନାମାଙ୍କନ ପ୍ରତ୍ୟାହାରକୁ ମାତ୍ର ଦୁଇ ଦିନ ଥିବାରୁ ଅସନ୍ତୁଷ୍ଟଙ୍କୁ ମନେଇବାକୁ ଲାଗିପଡିଛନ୍ତି ବରିଷ୍ଠ ନେତା । ତୋଡ ଦେଖାଉଥିବା ଅସନ୍ତୁଷ୍ଟଙ୍କୁ କାର୍ଯ୍ୟାନୁଷ୍ଠାନ ଭୟ କାଟୁ କରୁନି । ତେଣୁ ବୁଝାସୁଝା କରି ଦଳ ସ୍ରୋତର ଆଣିବାକୁ ପ୍ରୟାସ କରୁଛି ଦଳ । ଅସନ୍ତୁଷ୍ଟଙ୍କୁ ବୁଝେଇ ନପାରିଲେ ବିରୋଧୀ ଅଧିକ ଫାଇଦାରେ ରହିବେ ବୋଲି ବୁଝିଗଲେଣି ବିଜେଡି ହାଇକମାଣ୍ଡ ।

ବିଜେଡି ଟିକେଟ କନ୍ଦଳ; ଅସନ୍ତୁଷ୍ଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୁମେରାଂ

ବିଜେଡିରେ ଅସନ୍ତୁଷ୍ଟଙ୍କୁ ବୁଝେଇବା ଲାଗି କଳବଳ ଲଗେଇ ଦେଇଛନ୍ତି ବିଜେଡି ବରିଷ୍ଠ ନେତା । ଅଳ୍ପ କିଛି ଅସନ୍ତୁଷ୍ଟଙ୍କୁ ବୁଝେଇବାରେ ସକ୍ଷମ ହୋଇଛନ୍ତି ଦଳୀୟ ନେତା । କିଛି ଅସନ୍ତୁଷ୍ଟ ନାମାଙ୍କନ ପ୍ରତ୍ୟାହାର କରିଥିବା ଜଣାପଡିଛି । ପରବର୍ତ୍ତୀ ସମୟରେ ଅସନ୍ତୁଷ୍ଟ କାର୍ଯ୍ୟାନୁଷ୍ଠାନ ଭୟ ଦେଖାଇଛି ଦଳ । କିଛି ଅସନ୍ତୁଷ୍ଟ କାର୍ଯ୍ୟାନୁଷ୍ଠାନ ଭୟରେ ଭୟଭୀତ ହୋଇ ନାମାଙ୍କନ ଫେରାଇ ନେଇଛନ୍ତି । କିନ୍ତୁ ଆଉ କିଛି କୌଣସି ହାଲତରେ ପଛଘୁଞ୍ଚା ଦେଉନାହାନ୍ତି । ଏକ ଜିଦ ନିର୍ବାଚନ ଲଢିବୁ । ଦଳୀୟ ଟିକେଟରେ ହେଉ ଅବା ସ୍ବାଧୀନ । ଅଞ୍ଚଳରେ ଦବଦବା ଓ କ୍ଲିନ ଇମେଜ ଯୋଗୁଁ କୌଣସି ପରିସ୍ଥିତିରେ ବ୍ୟାକ ଫୁଟ ମୁଡରେ ନାହାନ୍ତି ଅସନ୍ତୁଷ୍ଟ । ଆମେ ସ୍ବାଧୀନ, ଆମ ନେତା ନବୀନ ନ୍ୟାୟରେ ଚାଲିଛନ୍ତି । ତାଙ୍କୁ କାଟୁ କରୁନାହିଁ କୌଣସି ଚାପ । ସ୍ଥିତି ଏମିତି ହୋଇଛି ନିର୍ବାଚନ ହେଲେ ମୁହାଁମୁହିଁ ହେବେ ବିଜେଡି- ଅସନ୍ତୁଷ୍ଟ ବିଜେଡି । ଫଳରେ ଲାଭରେ ରହିବେ ବିରୋଧୀ । କ୍ଷତି ସହିବ ବିଜେଡି । ଏମିତି କି ନିଜ ଗଡ ହରେଇବ ବିଜେଡି ।

ଏମାନଙ୍କ ବିରୋଧରେ ତୋଡ ଦେଖାଇବା ବା କାର୍ଯ୍ୟାନୁଷ୍ଠାନ ନେବା ଦଳ ଲାଗି ବୁମେରାଂ ହୋଇପାରେ । ତେଣୁ ଗତକାଲି କାର୍ଯ୍ୟାନୁଷ୍ଠାନ କଥା କହୁଥିବା ଦଳ ଆଜି ବୁଝାସୁଝା ସ୍ଥିତିକୁ ପୁଣି ଫେରିଛି । ଦଳର ଉପ ସଭାପତି କହିଛନ୍ତି ଯେ, ବିଭିନ୍ନ ମହାନଗରରେ କର୍ପୋରେଟର ହୁଅନ୍ତୁ କି ମ୍ୟୁନସିପାଲିଟି ଓ ଏନଏସିରେ କାଉନସିଲର ହୁଅନ୍ତୁ କିମ୍ବା ମନୋନୀତ ପୌରାଧକ୍ଷ । ସମସ୍ତେ ବିଧିବ୍ୟବସ୍ଥା ଭିତରେ ଚୟନ ହୁଅନ୍ତି । ଯେଉଁମାନେ ନାମାଙ୍କନ କରିଛନ୍ତି ସେମାନଙ୍କୁ ବୁଝାସୁଝା ପରେ କିଛି ନାମାଙ୍କନ ପ୍ରତ୍ୟାହାର କରିଛନ୍ତି । ଅସନ୍ତୁଷ୍ଟ ଥିବା ଅନେକ ନାମାଙ୍କନ ଦାଖଲ କରିନାହାନ୍ତି । ସ୍ବାଧୀନ ଭାବେ ନାମାଙ୍କନ ପରେ ବି ସେମାନେ ବିଜେଡିରେ ଅଛନ୍ତି ବୋଲି ବି କହୁଛନ୍ତି । ପ୍ରତ୍ୟାହାର ପରେ ଚିତ୍ର ସ୍ପଷ୍ଟ ହେବ । ଆଶା ବହୁ ଅସନ୍ତୁଷ୍ଟଙ୍କୁ ବୁଝାସୁଝା ପରେ ମୁଖ୍ୟସ୍ରୋତକୁ ଫେରାଇ ଅଣାଯିବ ।

ଭୁବନେଶ୍ବର ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.