ETV Bharat / city

‘ଆହାର’ ରାଜନୀତି, ଧର୍ମେନ୍ଦ୍ରଙ୍କୁ ବିଜେଡ଼ିର ଟାର୍ଗେଟ

‘ଆହାର’କୁ ବନ୍ଦ କରିବାକୁ ହୀନ ଚକ୍ରାନ୍ତ କରୁଛନ୍ତି କେନ୍ଦ୍ରମନ୍ତ୍ରୀ । ଓଡିଶାବାସୀ ଆହାର ଯୋଜନାରୁ ବଞ୍ଚିତ ହେବାକୁ ଯାଉଛନ୍ତି । ଅଭିଯୋଗ ଆଣିଲା ବିଜେଡି ।

author img

By

Published : Apr 21, 2019, 8:02 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ‘ଆହାର’କୁ ବନ୍ଦ କରିବାକୁ ହୀନ ଚକ୍ରାନ୍ତ କରୁଛନ୍ତି କେନ୍ଦ୍ରମନ୍ତ୍ରୀ । ଓଡିଶାବାସୀ ଆହାର ଯୋଜନାରୁ ବଞ୍ଚିତ ହେବାକୁ ଯାଉଛନ୍ତି । ନାଲକୋ, ଏମସିଏଲ, ଆରଏସପି ଟଙ୍କା ଦେବାକୁ ପଛଘୁଞ୍ଚା ଦେଉଛନ୍ତି । ଯୋଜନାରେ ଦୈନିକ ଲକ୍ଷେ ଓଡ଼ିଆ ଉପକୃତ ହେଉଛନ୍ତି । ଏହାର ଉଚିତ ଜବାବ ଓଡ଼ିଶାବାସୀ ଦେବେ ବୋଲି କହିଛନ୍ତି ବିଜେଡ଼ି ମୁଖପାତ୍ର ସସ୍ମିତ ପାତ୍ର ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ବିଜେଡ଼ି ଟାର୍ଗେଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆହାର ଯୋଜନାକୁ ନେଇ କେନ୍ଦ୍ରମନ୍ତ୍ରୀ କରୁଛନ୍ତି ଷଡ଼ଯନ୍ତ୍ର । ଆହାର ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଭଳି ଅଭିଯୋଗ ଆଣିଛି ବିଜେଡ଼ି । ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯେ, ୨୦୧୫ରେ ଉତ୍କଳ ଦିବସ ଅବସରରେ ଅଭାବୀ ଲୋକଙ୍କ ପାଇଁ ହୋଇଥିଲା ୫ ଟଙ୍କିଆ ଆହାର ଯୋଜନା ।

ଏହା ମଧ୍ୟ ପଢନ୍ତୁ- ମଇଦାନ ନୁହେଁ ଭିଡିଓରେ ଗର୍ଜିଲେ ଧର୍ମେନ୍ଦ୍ର

ଏଥିପାଇଁ ନାଲକୋ, ଏମସିଏଲ୍ ଓ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଚୁକ୍ତି ବାଧା କରିଥିଲେ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୩ଟି ଯାକ କେନ୍ଦ୍ରୀୟ କମ୍ପାନୀ ଏହି ଯୋଜନାରୁ ଓହରି ଯାଇଛନ୍ତି । ତେବେ ଓଡ଼ିଶା ପାଇଁ ବିଫଳ ହୋଇଥିଲେ ମଧ୍ୟ ବିହାର ପାଇଁ କେନ୍ଦ୍ରମନ୍ତ୍ରୀ ସମସ୍ତ ସୁବିଧା ଯୋଗାଇ ଦେଇଛନ୍ତି ବୋଲି ବିଜେଡ଼ି ଅଭିଯୋଗ ଆଣିଛି ।

ଆହାର ଯୋଜନା ଓଡ଼ିଶାର ଜନସାଧାରଣଙ୍କ ହିତରେ ଲାଗୁଥିବାବେଳେ ବିହାରକୁ ସମ୍ପୂର୍ଣ୍ଣ ଭାବରେ ସମସ୍ତ ଅର୍ଥକୁ ଉପଯୋଗ କରିଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସସ୍ମିତ ପାତ୍ର ।

ଅନ୍ୟପଟେ ଆହାର ଯୋଜନାକୁ ନେଇ ବିଜେପି ପ୍ରତିକ୍ରିୟା ରଖିଛି ଯେ, ଓଡ଼ିଶାରେ ଅନେକ ଓଡ଼ିଆ ସଂସ୍ଥା ରହିଥିବା ବେଳେ ବାହାରରୁ ସଂସ୍ଥାକୁ ଆଣିବାର କୌଣସି ଆବଶ୍ୟକତା ନାହିଁ । ଯେଉଁ ସଂସ୍ଥା ଆହାର ଯୋଜନାକୁ ଅର୍ଥ ଯୋଗାଇବା ଲାଗି ଚୁକ୍ତି କରିଥିଲେ ସେ ସଂସ୍ଥା ତାମିଲ ସଂସ୍ଥା ନୁହେଁ ତ? ଏପରି କିଛି ପ୍ରଶ୍ନ କରିଛନ୍ତି ବିଜେପି ନେତା ସମୀର ମହାନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Intro:Body:

ଆହାରକୁ ନେଇ ରାଜନୀତି, ଧର୍ମେନ୍ଦ୍ରଙ୍କୁ ବିଜେଡ଼ିର ଟାର୍ଗେଟ

ଭୁବନେଶ୍ବର: ‘ଆହାର’କୁ ବନ୍ଦ କରିବାକୁ ହୀନ ଚକ୍ରାନ୍ତ କରୁଛନ୍ତି କେନ୍ଦ୍ରମନ୍ତ୍ରୀ । ଓଡିଶାବାସୀ ଆହାର ଯୋଜନାରୁ ବଞ୍ଚିତ ହେବାକୁ ଯାଉଛନ୍ତି । ନାଲକୋ, ଏମସିଏଲ, ଆରଏସପି ଟଙ୍କା ଦେବାକୁ ପଛଘୁଞ୍ଚା ଦେଉଛନ୍ତି । ଯୋଜନାର ଦୈନିକ ଲକ୍ଷେ ଓଡ଼ିଆ ଉପକୃତ ହେଉଛନ୍ତି । ଏହାର ଉଚିତ ଜବାବ ଓଡ଼ିଶାବାସୀ ଦେବେ ବୋଲି କହିଛନ୍ତି ବିଜେଡ଼ି ମୁଖପାତ୍ର ସସ୍ମିତ ପାତ୍ର ।

ବିଜେଡ଼ି ଟାର୍ଗେଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆହାର ଯୋଜନାକୁ ନେଇ କେନ୍ଦ୍ରମନ୍ତ୍ରୀ କରୁଛନ୍ତି ଷଡ଼ଯନ୍ତ୍ର । ଆହାର ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଭଳି ଅଭିଯୋଗ ଆଣିଛି ବିଜେଡ଼ି । ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯେ, ୨୦୧୫ରେ ଉତ୍କଳ ଦିବସ ଅବସରରେ ଅଭାବୀ ଲୋକଙ୍କ ପାଇଁ ହୋଇଥିଲା ୫ ଟଙ୍କିଆ ଆହାର ଯୋଜନା ।

ଏଥିପାଇଁ ନାଲକୋ, ଏମସିଏଲ୍ ଓ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଚୁକ୍ତି ବାଧା କରିଥିଲେ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୩ଟି ଯାକ କେନ୍ଦ୍ରୀୟ କମ୍ପାନୀ ଏହି ଯୋଜନାରୁ ଓହରି ଯାଇଛନ୍ତି । ତେବେ ଓଡ଼ିଶା ପାଇଁ ବିଫଳ ହୋଇଥିଲେ ମଧ୍ୟ ବିହାର ପାଇଁ କେନ୍ଦ୍ରମନ୍ତ୍ରୀ ସମସ୍ତ ସୁବିଧା ଯୋଗାଇ ଦେଇଛନ୍ତି ବୋଲି ବିଜେଡ଼ି ଅଭିଯୋଗ ଆଣିଛି ।

ଆହାର ଯୋଜନା ଓଡ଼ିଶାର ଜନସାଧାରଣଙ୍କ ହିତରେ ଲାଗୁଥିବାବେଳେ ବିହାରକୁ ସମ୍ପୂର୍ଣ୍ଣ ଭାବରେ ସମସ୍ତ ଅର୍ଥକୁ ଉପଯୋଗ କରିଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସସ୍ମିତ ପାତ୍ର । 

ଅନ୍ୟପଟେ ଆହାର ଯୋଜନାକୁ ନେଇ ବିଜେପି ପ୍ରତିକ୍ରିୟା ରଖିଛି ଯେ, ଓଡ଼ିଶାରେ ଅନେକ ଓଡ଼ିଆ ସଂସ୍ଥା ରହିଥିବା ବେଳେ ବାହାରରୁ ସଂସ୍ଥାକୁ ଆଣିବାର କୌଣସି ଆବଶ୍ୟକତା ନାହିଁ । ଯେଉଁ ସଂସ୍ଥା ଆହାର ଯୋଜନାକୁ ଅର୍ଥ ଯୋଗାଇବା ଲାଗି ଚୁକ୍ତି କରିଥିଲେ ସେ ସଂସ୍ଥା ତାମିଲ ସଂସ୍ଥା ନୁହେଁ ତ?  ଏପରି କିଛି ପ୍ରଶ୍ନ କରିଛନ୍ତି ବିଜେପି ନେତା ସମୀର ମହାନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.