ETV Bharat / city

BJD Politics: ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା ଶେଷ, ରିପୋର୍ଟକୁ ଅପେକ୍ଷା

୩ ଦିନିଆ ବିଜେଡି ପର୍ଯ୍ୟବେକ୍ଷକଙ୍କ ବୈଠକ ଶେଷ ହୋଇଛି । ଶେଷ ଦିନରେ ପ୍ରାୟ ୧୦ ଜିଲ୍ଲାର ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିଛନ୍ତି ବିଜେଡି ସୁପ୍ରିମୋ । ଅଧିକ ପଢ଼ନ୍ତୁ

BJD Politics: ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା ଶେଷ, ରିପୋର୍ଟକୁ ଅପେକ୍ଷା
BJD Politics: ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା ଶେଷ, ରିପୋର୍ଟକୁ ଅପେକ୍ଷା
author img

By

Published : Apr 26, 2022, 10:07 AM IST

ଭୁବନେଶ୍ବର: ୩ ଦିନିଆ ବିଜେଡି ପର୍ଯ୍ୟବେକ୍ଷକଙ୍କ ବୈଠକ ଶେଷ ହୋଇଛି । ଶେଷ ଦିନରେ ପ୍ରାୟ ୧୦ ଜିଲ୍ଲାର ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିଛନ୍ତି ବିଜେଡି ସୁପ୍ରିମୋ । ଆସନ୍ତା ୧୦ ଦିନ ମଧ୍ୟରେ ପର୍ଯ୍ୟବେକ୍ଷକମାନେ ଗ୍ରାଉଣ୍ଡ ରିପୋର୍ଟ ଦେବା ପରେ ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ କରିବ ଦଳ ।

ତୃଣମୂଳ ସ୍ତରରୁ ମଜଭୁତ ହେବ ବିଜେଡି । ଏହି ଯୋଜନାରେ ଆଗକୁ ବଢୁଛି ବିଜେଡି । ତେଣୁ ପର୍ଯ୍ୟାୟ କ୍ରମେ ବିଭିନ୍ନ ଜିଲ୍ଲାର ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରୁଛନ୍ତି ବିଜେଡି ସଭାପତି । ଏହାପରେ ମିଶନ ୨୦୨୪ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବ ଦଳ । ଆସନ୍ତା ୧୦ ଦିନ ମଧ୍ୟରେ ନିଜନିଜ ଜିଲ୍ଲାରେ ଦଳର ସ୍ଥିତି, ସମସ୍ୟା ବାବଦରେ ପର୍ଯ୍ୟବେକ୍ଷକଙ୍କୁ ରିପୋର୍ଟ ତଲବ କରିଛନ୍ତି ନବୀନ । ରିପୋର୍ଟ ମିଳିବା ପରେ ବିଜେଡି ସାଙ୍ଗଠନିକ ସ୍ତରରେ ଅଦଳବଦଳ କରାଯିବ ।

BJD Politics: ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା ଶେଷ, ରିପୋର୍ଟକୁ ଅପେକ୍ଷା
ସଙ୍ଗଠନକୁ କିପରି ଅଧିକ ମଜଭୁତ କରି ହେବ ସେ ନେଇ ଦଳୀୟ ନେତାଙ୍କୁ ଗୁରୁମନ୍ତ୍ର ଦେବେ ନବୀନ । ନବୀନଙ୍କ ସହ ଫେସ୍‌ ଟୁ ଫେସ୍‌ ଆଲୋଚନାର ଶେଷ ଦିନରେ ୧୦ ଜଣ ପର୍ଯ୍ୟବେକ୍ଷକ ଉପସ୍ଥିତ ଥିଲେ । ପର୍ଯ୍ୟବେକ୍ଷକଙ୍କ ସହ ଜିଲ୍ଲାର ଦଳୀୟ ପ୍ରସଙ୍ଗ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି ମୁଖିଆ । ରିପୋର୍ଟ ଆଧାରରେ ବିଶୃଙ୍ଖଳାକାରୀଙ୍କ ବିରୋଧରେ ସୁପ୍ରିମୋ ନେଇ ପାରନ୍ତି କାର୍ଯ୍ୟାନୁଷ୍ଠାନ । ଏହା ସହିତ ଭଲ କାମ କରିଥିବା ନେତା ଓ କର୍ମୀଙ୍କୁ ପୁରସ୍କାର ଦେଇପାରନ୍ତି ନବୀନ । ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.