ETV Bharat / city

ଆସନ୍ତା ୨୭ରୁ ବିଜେଡିର ସାଙ୍ଗଠନିକ ନିର୍ବାଚନ - ବିଜେଡିର ସାଙ୍ଗଠନିକ ନିର୍ବାଚନ

ସାଙ୍ଗଠନିକ ନିର୍ବାଚନ ନେଇ ବିଜେଡିର ପ୍ରେସ୍‌ ମିଟ୍‌ । ୫ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ବିଜେଡିର ସାଙ୍ଗଠନିକ ନିର୍ବାଚନ । ଡିସେମ୍ବର 26ରୁ ଆରମ୍ଭ ହୋଇ ଏହା 2020 ଫେବୃୟାରୀ 26 ତାରିଖରେ ଶେଷ ହେବ ।

bjd state election
୨୭ ଡିସେମ୍ବରରୁ ବିଜେଡିର ସାଙ୍ଗଠନିକ ନିର୍ବାଚନ
author img

By

Published : Dec 20, 2019, 6:41 PM IST

ଭୁବନେଶ୍ବର: ବିଜୁ ଜନତା ଦଳର ସାଙ୍ଗଠନିକ ନିର୍ବାଚନ ପାଇଁ ତାରିଖ ଘୋଷଣା । ଚଳିତ ବର୍ଷ 5ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ନିର୍ବାଚନ । ଡିସେମ୍ବର 26ରୁ ଆରମ୍ଭ ହୋଇ ଏହା 2020 ଫେବୃୟାରୀ 26 ତାରିଖରେ ଶେଷ ହେବ । ଏହି ନିର୍ବାଚନ 33ଟି ସାଙ୍ଗଠନିକ ଜିଲ୍ଲାରେ କରାଯିବ । ଅଧିକାରୀ ଏବଂ ସମସ୍ତ ବ୍ଲକ ଓ ନଗରାଞ୍ଚଳ ପାଇଁ ସହାୟକ ନିର୍ବାଚନ ଅଧିକାରୀମାନଙ୍କୁ ନିଯୁକ୍ତ କରାଯାଇଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଜେଡି ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଦେବ ।

୨୭ ଡିସେମ୍ବରରୁ ବିଜେଡିର ସାଙ୍ଗଠନିକ ନିର୍ବାଚନ

ପ୍ରଥମ ପର୍ଯ୍ୟାୟ ନିର୍ବାଚନ 27 ଡିସେମ୍ବରରୁ ଆରମ୍ଭ ହୋଇ 13 ଜାନୁଆରୀରେ ଶେଷ ହେବ । ପ୍ରାଥମିକ ପର୍ଯ୍ୟାୟରେ ନିର୍ବାଚନ ପଞ୍ଚାୟତ ଓ ୱାର୍ଡ ସ୍ତରରେ ହେବ । ଗ୍ରାମପଞ୍ଚାୟତ ସଭାପତି ସହିତ କମିଟି ସଭ୍ୟ ଓ ନଗରାଞ୍ଚଳର ୱାର୍ଡ ସଭାପତି, ସହିତ କମିଟି ସଭ୍ୟ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ।

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ 14 ଜାନୁଆରୀରୁ 29 ତାରିଖ ଯାଏ ହେବ । ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ବ୍ଲକସ୍ତରରେ ଅନୁଷ୍ଠିତ ହେବ । ବ୍ଲକ ସଭାପତି, କମିଟି ସଭ୍ୟ, ଏନଏସି ସଭାପତି ଓ ସଭ୍ୟମାନଙ୍କ ନିର୍ବାଚନ କରାଯିବା ସହ ମ୍ୟୁନସିପାଲଟି ଓ କମିଟି ସଭ୍ୟ ନିର୍ବାଚନ ହେବ । ଏହାସହ ମହାନଗର ନିଗମ ସଭାପତି ଓ ସଭ୍ୟମାନଙ୍କ ନିର୍ବାଚନ କରାଯିବ । ସେହିପରି ତୃତୀୟ ପର୍ଯ୍ୟାୟରେ ଜିଲ୍ଲା ସଭାପତି ଓ ଜିଲ୍ଲା କମିଟି ସଭ୍ୟମାନଙ୍କ ନିର୍ବାଚନ ହେବ । ଏହି ନିର୍ବାଚନ 30 ଜାନୁଆରୀରୁ ଆରମ୍ଭ ହୋଇ 15 ଫେବୃୟାରୀ 2020ରେ ଶେଷ ହେବ ।

16 ଫେବୃୟାରୀରୁ 18 ଫେବୃଆରୀ ମଧ୍ୟରେ ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟ ପରିଷଦ ସଭ୍ୟମାନଙ୍କ ନିର୍ବାଚନ ହେବ । ଶେଷ ପର୍ଯ୍ୟାୟ ବା ପଞ୍ଚମ ପର୍ଯ୍ୟାୟ ନିର୍ବାଚନ 23 ଫେବୃଆରୀ ଠାରୁ 26 ଫେବୃଆରୀ ମଧ୍ୟରେ ହେବ । ଏଥିରେ ରାଜ୍ୟ କାର୍ଯ୍ୟକାରୀ କମିଟି ସଭ୍ୟ ଓ ରାଜ୍ୟ ସଭାପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Intro:ବିଜୁଜନତା ଦଳର ସାଙ୍ଗଠନିକ ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି ।ଚଳିତ ବର୍ଷ ମୋଟ ୫ଟି ୫ଟି ପର୍ଯ୍ୟାୟରେ ନିର୍ବାଚନ ହେବ ।ଡିସେମ୍ବର ୨୭ ତାରିଖରୁ ୨୬ ଫ୍ରେବୃଆରୀ ୨୦୨୦ ମଧ୍ୟରେ ଶେଷହେବ ।ଏହି ନିର୍ବାଚନ ୩୩ଟି ସାଙ୍ଗଠନିକ ଜିଲ୍ଲା ରେ କରାଯିବ ।୩୩ଟି ସାଙ୍ଗଠନିକ ଜିଲ୍ଲା ପାଇଁ ଜିଲ୍ଲା ନିର୍ବାଚନ Body:ଅଧିକାରୀ ଏବଂ ସମସ୍ତ ବ୍ଲକ ଓ ନଗରାଞ୍ଚଳ ପାଇଁ ସହାୟକ ନିର୍ବାଚନ ଅଧିକାରୀ ମାନେ ନିଯୁକ୍ତ କରାଯାଇଛି ।ପ୍ରଥମ ପର୍ଯ୍ୟାୟରେ ୨୭ଡିସେମ୍ବର ରୁ ୧୩ଜାନୁଆରୀ ମଧ୍ୟରେ ଶେଷ ହେବ ।ଏହି ପର୍ଯ୍ୟାୟରେ ଗ୍ରାମପାୟତ ସଭାପତି ସହିତ କମିଟି ସଭ୍ୟ ଓ ନଗରାଞ୍ଚଳ ର ଓ୍ଵାଡ ସଭାପତି ସହିତ କମିଟି ସଭ୍ଯପଦ ପାଇଁ ନିର୍ବାଚନ ହେବ ।ଦ୍ଵିତୀୟ ପର୍ଯ୍ୟାୟରେ ୧୪ଜାନୁଆରୀ ରୁ ୨୯ଜାନୁଆରୀ ମଧ୍ୟରେ ଶେଷ ହେବ । ଏହି ପର୍ଯ୍ୟାୟରେ ବ୍ଲକ ସଭାପତି,କମିଟି ସଭ୍ୟ ,ଏନଏସି ସଭାପତି ଓ ସଭ୍ୟ ମାନଙ୍କ ନିର୍ବାଚନ କରାଯିବ ।ମୁନିସପାଲିଟ୍ ଓ କମିଟି ସଭ୍ୟ ନିର୍ବାଚନ ମଧ୍ୟ କରାଯିବ ।।ଏହା ସହ ମହାନଗର ନିଗମ ସଭାପତି ଓ ସଭ୍ୟ ମାନଙ୍କ ହେବ ନିର୍ବାଚନ ।ତୃତୀୟ ପର୍ଯ୍ୟୟରେ ଜିଲ୍ଲା ସଭାପତି ଓ ଜିଲ୍ଲା କମିଟି ସଭ୍ୟ ମାନଙ୍କ ନିର୍ବାଚନ ହେବ ।୩୦ ଜାନୁଆରୀ ରୁ ୨୦୨୦ରୁ ୧୫ ଫ୍ରେବୃଆରୀ ମଧ୍ୟରେ ହେବ ।ସେହିପରି ୧୬ଫ୍ରେବୃଆରୀ ୨୦୨୦ ରୁ ୧୮ ଫ୍ରେବୃଆରୀ ୨୦୨୦ ମଧ୍ୟରେ ଚତୁର୍ଥ ପର୍ଯ୍ୟାୟ ରେ ରାଜ୍ୟ ପରିଷଦର ସଭ୍ୟ ମାନଙ୍କ ନିର୍ବାଚନ ହେବ । Conclusion:ଶେଷ ପର୍ଯ୍ୟାୟ ନିର୍ବାଚନ ହେବ ୨୩ଫ୍ରେବୃଆରୀ ଠାରୁ ୨୬ ଫ୍ରେବୃଆରୀ ମଧ୍ୟରେ ।ଏଥିରେ ରାଜ୍ୟ କର୍ଯ୍ୟାକାରୀ କମିଟି ସଭ୍ୟ ଓ ରାଜ୍ୟ ସଭାପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି ବିଜେଡି ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଦେବ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.