ETV Bharat / city

ଜିଡିପି ହ୍ରାସ ପ୍ରସଙ୍ଗରେ ମତ ରଖିଲା ବିଜେଡି, ଗରିବ ଆହୁରି ଗରିବ ହୋଇଯିବ

author img

By

Published : Jun 1, 2021, 7:30 PM IST

ଦେଶର ଜିଡିପି 2021-21 ଆର୍ଥିକ ବର୍ଷରେ ବିଯୁକ୍ତ ୭.୩% ରେ ପହଞ୍ଚିଛି । ଏହାକୁ ନେଇ ମତ ରଖିଲା ବିଜେଡି । ବିଜେଡି ସାଂସଦ ଅମର ପଟ୍ଟନାୟକ କହିଲେ ଗରିବ ଆହୁରି ଗରିବ ହୋଇଯିବ । ଅଧିକ ପଢନ୍ତୁ...

ଜିଡିପି ହ୍ରାସ ପ୍ରସଙ୍ଗରେ ମତ ରଖିଲା ବିଜେଡି, କହିଲା ଗରିବ ଆହୁରି ଗରିବ ହୋଇଯିବ

ଭୁବନେଶ୍ବର: ଦେଶର ଜିଡିପି ୨୦-୨୧ ଆର୍ଥିକ ବର୍ଷରେ ବିଯୁକ୍ତ ୭.୩% ରେ ପହଞ୍ଚିଛି । ଯାହା ଦୀର୍ଘ ୪ ଦଶନ୍ଧି ମଧ୍ୟରେ ପ୍ରଥମଥର ପାଇଁ ଏଭଳି ଆର୍ଥିକ ଖରାପ ଅବସ୍ଥା ଦେଖିବାକୁ ମିଳିଛି । ଯାହାକୁ ନେଇ ବିଜେଡି କହିଛି ଯେ ,ଏହି ପରିସଂଖ୍ୟନ ହେଉଛି 2020-21 ଆର୍ଥିକ ବର୍ଷର। ମେ ମାସ ଲକଡାଉନରେ ପ୍ରଭାବ ଏଥିରେ ଆସି ନାହିଁ। ଭଲ କଥା ଏପ୍ରିଲରେ ଜିଏସଟି ସଂଗ୍ରହ 1 ଲକ୍ଷ 41ହଜାର କୋଟି ହୋଇଛି। ହେଲେ ଭରଣା ଭିତରେ 11 ଲକ୍ଷ ଲୋକଙ୍କ ଚାକିରୀ ପଳାଇଛି। 23 କୋଟି ଲୋକ ବିପିଏଲ ହୋଇଯିବେ। ଟେକ୍ସଟାଇଲ୍ ଓ ପର୍ଯ୍ୟଟନ କ୍ଷେତ୍ର ଅଧିକ ପ୍ରଭାବିତ ହୋଇଛି ବୋଲି କହିଛନ୍ତି ଅମର ପଟ୍ଟନାୟକ ।

ସ୍ଥିତି କହୁଛି ଯେ କେ-ସେପ ଅର୍ଥନୀତି ହେବେ। ଅର୍ଥାତ ଗରିବ ଆହୁରି ଗରିବ ହୋଇଯିବେ। ତେଣୁ ପୁଣି ଦକ୍ଷତା ବୃଦ୍ଧିର ଆବଶ୍ୟକତା ରହିଛି ବୋଲି କହିଛନ୍ତି ବିଜେଡି ସାସଂଦ ଅମର ପଟ୍ଟନାୟକ। ସେପଟେ ଅର୍ଥନୈତିକ ବିଶେଷଜ୍ଞ କହିଛନ୍ତି ଯେ କୋଭିଡ୍ ପାଇଁ ଲକଡାଉନ୍ ଓ ସଟଡାଉନ ଯୋଗୁଁ ଭାରତୀୟ ଅର୍ଥନୀତି ନିମ୍ନଗାମୀ ହୋଇଛି । ଲୋକ ରୋଜଗାର ହରେଇବା ଓ କମ୍ପାନୀ ବନ୍ଦ ପଡିବା ଫଳରେ ଏଭଳି ସ୍ଥିତି ଉପଜୁଛି । ଆଗକୁ ଯଦି ଲକଡାଉନ୍ ଓ ସଟଡାଉନ ଉଠିଯାଏ ତାହାଲେ ହୁଏତ ସ୍ଥିତିରେ କେତେକାଂଶରେ ସୁଧାର ଆସିପାରେ ବୋଲି ସେ ଆକଳନ କରିଛନ୍ତି ।

ତଥ୍ୟ ଅନୁଯାୟୀ, ମାର୍ଚ୍ଚ କ୍ବାର୍ଟରରେ ଦେଶର ଜିଡିପି ୧.୬% ରହିଥିଲା ବେଳେ ୨୦୨୦-୨୧ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୭.୩% ହ୍ରାସ ଘଟିଛି । ୨୦୧୯-୨୦ରେ ଏହା ୪% ବୃଦ୍ଧି ଘଟିଥିଲା । ଏହା ମଧ୍ୟ ୧୧ ବର୍ଷ ମଧ୍ୟରେ ସବୁଠାରୁ କମ୍ । କରୋନା ଯୋଗୁ ଉତ୍ପାଦନ ଓ ନିର୍ମାଣ କାମ ବନ୍ଦ ରହିଥିବାରୁ ଅର୍ଥନୀତି ଅଭିବୃଦ୍ଧିରେ ଏପରି ହ୍ରାସ ଘଟିଥିବା ସରକାର କହିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.