ETV Bharat / city

ଜୋର ଧରିଲା ବୟାନବାଜି, ବିଜେଡ଼ି କହିଲା ମିଥ୍ୟା ଅଭିଯୋଗ କରୁଛି ବିଜେପି

author img

By

Published : Oct 9, 2019, 10:48 PM IST

ବିଜେପିର ଅଭିଯୋଗ ପରେ ସାମ୍ନାକୁ ଆସିଛି ଶାସକ ବିଜେଡ଼ି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ସରକାର ଚଞ୍ଚକତା କରୁଥିବା ଅଭିଯୋଗ ମୁହଁ ଖୋଲିଛି ଶାସକ ଦଳ । ରାଜନୀତି ପାଇଁ କୌଣସି ମୁଦ୍ଦା ନଥିବାରୁ ମିଥ୍ୟା ଅଭିଯୋଗ ଆଣି ଶୁଖିଲା ରାଜନୀତି ବିଜେପି କରୁଥିବା କହିଛି ବିଜେଡ଼ି ।

ଡ଼ିଜାଇନ୍ ଫଟୋ

ଭୁବନେଶ୍ବର: ବିଜେପି ଅଭିଯୋଗ ଉପରେ ମୁହଁ ଖୋଲିଲା ବିଜେଡ଼ି । ଦଳର ମୁଖପାତ୍ର ଲଗାଇଲେ ଆରୋପ । ବିରୋଧି ବିଜେପି ମିଥ୍ୟା ଅଭିଯୋଗ ଆଣୁଥିବା କହିଛନ୍ତି ବିଜେଡ଼ି ମୁଖପାତ୍ର ଅନୁଭବ ପଟ୍ଟନାୟକ । ରାଜ୍ୟ ସରକାର ନିୟମ ଏବଂ ବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟ କରୁଛନ୍ତି । ବିଜେପି ଯାହା ଅଭିଯୋଗ ଆଣୁଛି ତାହା ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ ବୋଲି କହିଛନ୍ତି ଅନୁଭବ ।

ଜୋର ଧରିଲା ରାଜନୈତିକ ବୟାନବାଜି...

ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେନ୍ଦ୍ର ଓ ରାଜ୍ୟ ମଧ୍ୟରେ 60-40 ଭାଗରେ ଚାଲୁଛି । ରାଜ୍ୟ ସରକାର ଏହାକୁ ପରିଚାଳନା କରୁଛନ୍ତି । ଯାହା ପାଇଁ ରାଜ୍ୟ ଉପରେ ଅଧିକ ଖର୍ଚ୍ଚ ପଡୁଛି । ଅନ୍ୟପଟେ କୌଣସି ଜାଗାରେ ମଧ୍ୟ ପିସି ନିଆଯାଉ ନାହିଁ ବୋଲି କହିଛନ୍ତି ମୁଖପାତ୍ର ।

ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ସରକାର ଚଞ୍ଚକତା କରୁଥିବା ଅଭିଯୋଗ କରିଥିଲା ବିଜେପି । ଏହା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆସୁଥିବା ଘର ଗୁଡିକୁ ମୋ ଆବାସ ନାମରେ ବାଣ୍ଟୁଥିବା ମଧ୍ୟ ଦଳ ପକ୍ଷରୁ ଅଭିଯୋଗ ହୋଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟର ସମସ୍ତ ବ୍ଳକ ପାଇଁ 4ଲକ୍ଷ ଘର ଆସିଥିବାବେଳେ ସେ ସବୁକୁ ରାଜ୍ୟ ସରକାର ଚଞ୍ଚକତା କରିଥିବା ନେଇ ଅଭିଯୋଗ କରିଥିଲା ବିଜେପି ।

ଏହି ପରି ରାଜ୍ୟ ସରକାରଙ୍କ ବିରୋଧରେ ଚାରୋଟି ଅଭିଯୋଗକୁ ନେଇ ଆସନ୍ତା କାଲି ରାଜଭବନ ଆଗରେ ଧାରଣା ଦେବ ରାଜ୍ୟ ବିଜେପି । ଏପଟେ ବିଜେପିର ଏହି ଅଭିଯୋଗକୁ ଭିତ୍ତିହୀନ ଏବଂ ମିଥ୍ୟା ବୋଲି କହିଛି ବିଜେଡ଼ି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ବିଜେପି ଯାହା ଇସୁ ନୁହେଁ ତାକୁ ଇସୁ କରୁଛି। ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା କେନ୍ଦ୍ର ଓ ରାଜ୍ୟ ମଧ୍ୟରେ 60-40 ଭାଗରେ ଚାଲୁଛି। ରାଜ୍ୟର ସରକାର ଏହାକୁ ପରିଚାଳନା କରୁଛନ୍ତି। ଯାହା ପାଇଁ ରାଜ୍ୟ ଉପରେ ଅଧିକ ଖର୍ଚ୍ଚ ପଡୁଛି। ରାଜ୍ୟର ଅଧିକ ଖର୍ଚ୍ଚ ହେଉଛି। କୌଣସି ଜାଗାରେ ପିସି ନିଆଯାଉନାହିଁ। ଅଭିଯୋଗ ଆସିଲେ ତଦନ୍ତ ହେବ। ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଅନୁଭବ ପଟ୍ଟନାୟକ ।Body:ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ସରକାର ଚଂଚକତା କରୁଥିବା ଅଭିଯୋଗ କରିଥିଲା ବିଜେପି ।ଏହା ସହ ପ୍ରଧାନମନ୍ତ୍ରୀ
ଆବାସ ଯୋଜନାରେ ଆସୁଥିବା ଘର ଗୁଡିକୁ ମୋ ଆବାସ ନାଁ ରେ ବାଣ୍ଟୁଛନ୍ତି ବୋଲି ମଧ୍ୟ ଦଳ ପକ୍ଷରୁ ଅଭିଯୋଗ ହୋଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟର ସମସ୍ତ ବ୍ଳ କ ପାଇଁ 4ଲକ୍ଷ ଘର ଆସିଛି। ସର୍ଭେ ପରେ ଆସିଥିବା ପ୍ରାରଂବିକ ତାଲିକାରେ ବିଜେଡି କର୍ମୀଙ୍କ ଘର ଗୁଡିକୁ ଜିଓ ଟ୍ୟା ଗିଁ କରାଯାଉଛି ଆଜି ରାଜ୍ୟ ବିଜେପି ପକ୍ଷରୁ ଅଭିଯୋଗ ହୋଇଛି । Conclusion: ବିଧାୟକ ମାନେ ପିଇଓ ଙ୍କୁ ଧରି ଏହା କରାଉଛନ୍ତି। ସର୍ଭେ ସମୟରେ ଘର ପିଛ 21 ହଜାର ଟଙ୍କା ବିଧାୟକ ମାନଙ୍କ ନେତୃତ୍ୱରେ ଆଦାୟ ହୋଇଛି ।ଏପରିକି ଆସନ୍ତା କାଲି ଦଳ ପକ୍ଷରୁ ରାଜଭବନ ଆଗରେ ବିକ୍ଷୋଭ ର ଡାକରା ଦେଇଛି ବିଜେପି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.