ETV Bharat / city

ପିତାମ୍ବର ଆଚାର୍ଯ୍ୟ ଜଣେ ଅଭ୍ୟାସଗତ ମିଛୁଆ: ଲେନିନ ମହାନ୍ତି - ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ପ୍ରତିକ୍ରିୟା

ବିଜେପି ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟଙ୍କ ପ୍ରେସମିଟ ପରେ ଟାର୍ଗେଟ କଲେ ବିଜେଡି ନେତା । କହିଲେ ସେ ଜଣେ ଅଭ୍ୟ୍ୟସଗତ ମିଛୁଆ । ଅଧିକ ପଢନ୍ତୁ...

ପିତାମ୍ବର ଆଚାର୍ଯ୍ୟ ଜଣେ ଅଭ୍ୟାସଗତ ମିଛୁଆ: ଲେନିନ୍ ମହାନ୍ତି

author img

By

Published : Aug 14, 2021, 9:48 PM IST

ଭୁବନେଶ୍ବର: ବିଜେପି ନେତା ପିତାମ୍ବର ଆଚାର୍ଯ୍ୟଙ୍କ ସାମ୍ବାଦିକ ସମ୍ମିଳନୀର କଡା ଜବାବ ଦେଲା ବିଜେଡି। ବିଜେଡି ମୁଖପାତ୍ର ଲେନିନ ମହାନ୍ତି ପ୍ରତିକ୍ରିୟାରେ କହିଛନ୍ତି ପିତାମ୍ବର ଆଚାର୍ଯ୍ୟ ଯେଉଁ ପ୍ରେସମିଟ କରିଛନ୍ତି ସେ ମିଛ କହିଛନ୍ତି। ସେ ସାମ୍ବାଦିକ ସମ୍ମିଳନୀ କରିଥିଲେ ପୁଳାଏ ମିଛ କହିବେ ଓ ଗାଳି କରିବେ ବୋଲି। ସେ ଜଣେ ଅଭ୍ୟାସଗତ ମିଛୁଆ।

ପିତାମ୍ବର ଆଚାର୍ଯ୍ୟ ଜଣେ ଅଭ୍ୟାସଗତ ମିଛୁଆ: ଲେନିନ୍ ମହାନ୍ତି

ଯେଉଁ ସ୍ତରକୁ ଯାଇ ମନ୍ତବ୍ୟ ଦେଇଛନ୍ତି ତାହାକୁ ନିନ୍ଦା କରୁଛି ବିଜେଡି। ଏମିତି ମିଛ କହିଲେ ପିତାମ୍ବର କୌଣସି ପବ୍ଳିକ୍ ଲାଇଫକୁ ଆସିପାରିବେ ନାହିଁ। ବିଜେପି ଏମିତି ଅଭ୍ୟାସଗତ ମିଛୁଆଙ୍କୁ ବ୍ୟବହାର କରୁଛି, ସେଥିପାଇଁ ଓଡିଶାବାସୀ ସେମାନଙ୍କୁ ଜବାବ ଦେଉଛନ୍ତି। ନିର୍ବାଚନ ଆସିଲେ ପିତାମ୍ବର ବାବୁ ଆସନ୍ତି । ନିର୍ବାଚନ ଗଲେ ତାଙ୍କର ଦେଖା ମିଳେନାହିଁ। ତାଙ୍କର ବ୍ୟବହାର ପାଇଁ ଲୋକେ ତାଙ୍କୁ ଭଲ ପାଉନାହାଁନ୍ତି। ଓବିସି କ୍ଷେତ୍ରରେ ବୈପ୍ଳବିକ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ଯାହାର ପ୍ରଶଂସା ଦେଶବାସୀ କରିଛନ୍ତି ବୋଲି ଲେନିନ କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.