ETV Bharat / city

LPG Price Hike: ରାଜରାସ୍ତାରେ ଗର୍ଜିଲା BJD, କୋକେଇରେ ବୁହାହେଲା Gas Tank

ଅହେତୁକ ଗ୍ୟାସ ଦରବୃଦ୍ଧିକୁ ସାରା ରାଜ୍ୟରେ ବିଜେଡିର ବିରୋଧ

author img

By

Published : Nov 22, 2021, 4:11 PM IST

Updated : Nov 22, 2021, 5:23 PM IST

17:14 November 22

ପିପିଲିରେ ଗ୍ୟାସ ଦରବୃଦ୍ଧିକୁ ବିଜେଡିର ପ୍ରତିବାଦ

ପୁରୀ: ରନ୍ଧନ ଗ୍ୟାସ ବୃଦ୍ଧି ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଛି ବିଜେଡ଼ି । ରାଜ୍ୟବ୍ୟାପୀ ଏହି ପ୍ରତିବାଦ କରାଯାଉଥିବାବେଳେ ପିପିଲିରେ ମଧ୍ୟ ଏହି ପ୍ରତିବାଦ କରିଛି ବିଜେଡ଼ି । ଛାତ୍ର, ଯୁବ ଓ ମହିଳା ବିଜେଡ଼ିର ଶତାଧିକ କର୍ମୀ ପିପିଲି ଚର୍ଚ୍ଚ ଛକରୁ ଶୋଭାଯାତ୍ରାରେ ବାହାରି ପିପିଲି ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।  

ବିଶେଷ କରି ଏଲପିଜି ଗ୍ୟାସ ବୃଦ୍ଧି ଯୋଗୁଁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରି ଗ୍ୟାସ ଦର ହ୍ରାସ କରିବା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଥିବା ବେଳେ ପିପିଲି ବିଡ଼ିଓ ରଶ୍ମିତା ନାଥ ଷଡ଼ଙ୍ଗୀଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

17:13 November 22

Kendrapada BJD Protest: ଗ୍ୟାସ ଦରବୃଦ୍ଧିକୁ ପ୍ରତିବାଦ

Kendrapada BJD protest: ଗ୍ୟାସ ଦରବୃଦ୍ଧିକୁ ପ୍ରତିବାର

କେନ୍ଦ୍ରାପଡ଼ା: କେନ୍ଦ୍ର ସରକାରଙ୍କ ଦ୍ବାରା ଆମ୍ବ ଦେଖାଇ ଆମ୍ବଡା ଦେବା ପ୍ରତିବାଦରେ ବିଜେଡି ଆନ୍ଦୋଳନ ଆରମ୍ଭ କରିଛି । ଆଜି କେନ୍ଦ୍ରାପଡ଼ା ଜିଲ୍ଲାର ୫ ଟି ନିର୍ବାଚନ ମଣ୍ଡଳୀ ଓ ୯ଟି ବ୍ଲକରେ ଆଜି ମହିଳା ବିଜେଡି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ।  

୨୦୧୫ ମସିହାରେ ରନ୍ଧନ ଗ୍ୟାସର ମୂଲ୍ୟ ୫ ଶହ ଟଙ୍କା ରହିଥିବାବେଳେ ଏବେ ଗ୍ୟାସର ମୂଲ୍ୟ ୯ ଶହ ଟଙ୍କାରୁ ଊର୍ଦ୍ଧ୍ବ ବୋଲି ଅଭିଯୋଗ କରିଛନ୍ତି ମହିଳା ବିଜେଡିର ରାଜ୍ୟ ସାଧାରଣ ସମ୍ପାଦିକା । ଅପରପକ୍ଷରେ ଅଛେଦିନ ନାରା ଦେଇ ବୁରେଦିନ ବିଜେପି ସରକାର ଆଣିଥିବା ଅଭିଯୋଗ କରିଛନ୍ତି ପାଟକୁରା ବିଧାୟିକା । ଆନ୍ଦୋଳନ ମାଧ୍ୟମରେ କେନ୍ଦ୍ର ସରକାରଙ୍କ ଉପରେ ଚାପ ପ୍ରୟୋଗ କରାଯିବ ଓ କେନ୍ଦ୍ର ସରକାରଙ୍କୁ ଗ୍ୟାସ ମୂଲ୍ୟବୃଦ୍ଧି ଉପରେ ରୋକ ଲଗାଯିବା ପାଇଁ ବାଧ୍ୟ କରାଯିବ ବୋଲି କହିଛି ବିଜେପି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

16:38 November 22

Gas Hike Protest: ବିଜୁ ଛାତ୍ର ଜନତା ଦଳର ବିକ୍ଷୋଭ

Puri gas hike protest: ବିଜୁ ଛାତ୍ର ଜନତା ଦଳର ବିକ୍ଷୋଭ

ପୁରୀ: ରନ୍ଧନ ଗ୍ୟାସର ଅହେତୁକ ତଥା ଅତ୍ୟାବଶ୍ୟକ ସାମଗ୍ରୀର ବର୍ଦ୍ଧିତ ମୂଲ୍ୟ ପ୍ରତିବାଦରେ ବିଜେଡି ପକ୍ଷରୁ ଆଜି ପ୍ରତି ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ବିରୋଧରେ ପ୍ରତିବାଦ, ଧାରଣା ଓ ରାଲି କରାଯାଇଛି । ପୁରୀରେ ମଧ୍ୟ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବିକ୍ଷୋଭ ଓ ଧାରଣା କରାଯାଇଛି । ଜିଲ୍ଲାପାଳଙ୍କ ଅଫିସ ଆଗରେ ଏହି ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ବିଜେଡି ପକ୍ଷରୁ କୁହାଯାଇଛି ଯେ, କେନ୍ଦ୍ର ବିଜେପି ସରକାର ଜନସାଧାରଣଙ୍କୁ ଦରବୃଦ୍ଧି କରାଇ ଶୋଷଣ କରୁଛି ।  

ରନ୍ଧନ ଗ୍ୟାସର ଦର ଆକାଶଛୁଆଁ ହୋଇଥିବାବେଳେ ପେଟ୍ରୋଲ, ଡିଜେଲ, ଖାଇବା ତେଲ, ଡାଲି ଆଦି ନିତ୍ୟ ବ୍ୟବହାର ଜିନିଷ ଅହେତୁକ ମୂଲ୍ୟବୃଦ୍ଧି ହେତୁ ସ୍ବଳ୍ପ ରୋଜଗାର ବ୍ୟକ୍ତି ଓ ଶ୍ରମିକମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ବିଜେପି ସରକାରର ନାରା ଥିଲା ଆଛେ ଦିନ ଆଏଙ୍ଗେ । ତେବେ କୁଆଡେ ଗଲା ସେ ନାରା ବୋଲି ଯୁବ ବିଜେଡି ନେତା ପ୍ରଶ୍ନ କରିଛନ୍ତି । ଯଦି କେନ୍ଦ୍ର ସରକାର ରନ୍ଧନ ଗ୍ୟାସ ସମେତ ଅତ୍ୟାବଶ୍ୟକ ସାମଗ୍ରୀ ଉପରୁ ଶୀଘ୍ର ଦର ହ୍ରାସ ନକରନ୍ତି ତାହା ହେଲେ ବିଜେଡି ଆଗାମୀ ଦିନରେ ଲୋକଙ୍କ ସ୍ଵାର୍ଥ ପାଇଁ ବ୍ୟାପକ ଆନ୍ଦୋଳନ କରିବ ବୋଲି କହିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

16:37 November 22

Balasore BJD Gas Hike Protest: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

Balasore BJD gas hike protest: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ବାଲେଶ୍ଵର: ଜିଲ୍ଲା ବିଜେଡି ପକ୍ଷରୁ ଗ୍ୟାସ ଦରବୃଦ୍ଧି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିଜେପି ସରକାର କେନ୍ଦ୍ରରେ ଆସିବା ଦିନଠାରୁ ଗ୍ୟାସ ପ୍ରାୟ 3 ପ୍ରତିଶତ ଅଧିକ ବୃଦ୍ଧି ପାଇଛି । ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା ।  

ମହିଳାଙ୍କ ପାଇଁ ଗ୍ୟାସ ଦରବୃଦ୍ଧି ଚିନ୍ତାର କାରଣ ପାଲଟିଥିବାବେଳେ କେନ୍ଦ୍ର ସରକାର କୌଣସି ଚିନ୍ତା ପ୍ରକଟ କରୁନଥିବା ଅଭିଯୋଗ ହୋଇଛି । ସେହିପରି ତୈଳଦର ବୃଦ୍ଧି ସାଧାରଣ ଲୋକଙ୍କୁ ଅଣନିଶ୍ବାସୀ କରି ପକାଇଛି । ଏଥିପାଇଁ କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ନେବା ପାଇଁ ଦାବି ହୋଇଛି ।

ବାଲେଶ୍ଵରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

16:33 November 22

Khordha BJD Protest: ବିଭିନ୍ନ ବ୍ଲକ ସମ୍ମୁଖରେ ବିଜେଡିର ବିକ୍ଷୋଭ

Khordha BJD protest: ବିଭିନ୍ନ ବ୍ଲକ ସମ୍ମୁଖରେ ବିଜେଡିର ବିକ୍ଷୋଭ

ଖୋର୍ଦ୍ଧା: ଅହେତୁକ ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ଆଜି ଖୋର୍ଦ୍ଧା ଜିଲ୍ଲାର ପ୍ରତି ବ୍ଲକ ସମ୍ମୁଖରେ ବିଜୁ ଯୁବ, ଛାତ୍ର ଓ ମହିଳା ଜନତା ଦଳ ପକ୍ଷରୁ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ପ୍ରତିବାଦ ସଭା କରାଯାଇଛି । କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେଡି ନେତା ଓ କର୍ମୀମାନେ  ।  

2016-17ରେ ଘରୋଇ ରନ୍ଧନ ଗ୍ୟାସ ଦର 549 ଟଙ୍କା ଥିବାବେଳେ ଏହା ସାଢ଼େ ତିନି ବର୍ଷରେ 70 ପ୍ରତିଶତ ବୃଦ୍ଧି ଘଟିଛି । ଯାହାର ସିଧାସଳଖ ହାଣ୍ଡିଶାଳରେ ପ୍ରଭାବ ପଡିଛି । କେନ୍ଦ୍ର ସରକାର ଯେଉଁ ଅଛେଦିନର ପ୍ରତିଶ୍ରୁତି ଦେଇଥିଲେ ତାହା କେବଳ ପ୍ରତିଶ୍ରୁତିରେ ରହିଯାଇଛି । ଏହାର ଦୃଢ଼ ପ୍ରତିବାଦ କରି ବିଜୁ ଜନତା ଦଳ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

15:31 November 22

ଗ୍ୟାସ ସିଲିଣ୍ଡରକୁ କୋକେଇରେ ରଖି ବିଜେଡିର ପ୍ରତିବାଦ

ଭୁବନେଶ୍ବର: ଗ୍ୟାସ ଦର ବୃଦ୍ଧି ନେଇ ଆଜିଠୁ ଆନ୍ଦୋଳନକୁ ଓହ୍ଲାଇଛି ବିଜେଡି । ତିନି ଆରଡିସି ଦପ୍ତରରୁ ଆରମ୍ଭ କରି ଅତିରିକ୍ତ ଜିଲ୍ଲାପାଳ ଓ ବିଡ଼ିଓ ଅଫିସ ଆଗରେ ତିନି ଦିନିଆ ଧାରଣା ଓ ଧର୍ମଘଟ କରିବ ଦଳ । ଆନ୍ଦୋଳନର ମଙ୍ଗ ମହିଳା, ଯୁବ ଓ ଛାତ୍ର ସଂଗଠନ ଧରିଥିବାବେଳେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦିଆଯିବ ସ୍ମାରକପତ୍ର । ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀରେ ବିଜେଡି ପକ୍ଷରୁ ଉଜ୍ଜ୍ବଳା ଯୋଜନାର ଶବଦାହ କରାଯାଇଛି । କାନ୍ଦ ବୋବାଳିରେ ଫାଟି ପଡୁଛି ଅଞ୍ଚଳ । ସମ୍ପର୍କୀୟ ବାହୁନି ହୋଇ କାନ୍ଧୁଛନ୍ତି । ପୁରୋହିତଙ୍କ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହେଉଛି ଚାରିଦିଗ । ହୁଳହୁଳି ସାଙ୍ଗକୁ ବାଜୁଛି ଶୁଭ ଶଙ୍ଖ । କୋକେଇରେ ଶୋଇଛି ଶବ । ପ୍ରତୀକ୍ଷାରେ ରହିଛି ସଜେଇ ହୋଇଥିବା କୋକେଇ । ଆଉ ଶବ ସାଜିଛି ଉଜ୍ଜ୍ବଳା ଯୋଜନାରେ ମିଳିଥିବା ଗ୍ୟାସ ସିଲିଣ୍ଡର । ପଡୁଛି ରାମ ନାମ ସତ୍ୟ ହେ, ଉଜ୍ଜ୍ବଳା ଯୋଜନା ମିଥ୍ୟା ହେ ସ୍ଲୋଗାନ । ଏମିତି କିଛି ଅଭିନବ ଉପାୟରେ ପ୍ରତିବାଦ ଚାଲିଛି ରାଜଧାନୀର ରାଜରାସ୍ତାରେ । ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛି ବିଜେଡି । ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀରେ ପ୍ରତିବାଦ କରିଛି ବିଜେଡି ।

ବର୍ଦ୍ଧିତ ଗ୍ୟାସ ଦର ପ୍ରତିବାଦରେ ଆଜିଠୁ ୩ ଦିନ ଧରି ବିକ୍ଷୋଭ କରିବ ବିଜେଡି । ରାସ୍ତାକୁ ଓହ୍ଲାଇବେ ବିଜେଡି ଯୁବ, ଛାତ୍ର ଓ ମହିଳା ସଂଗଠନ । ଦର ନିୟନ୍ତ୍ରଣ ହେବା ଯାଏଁ ପୁରପଲ୍ଲୀରେ ବିଜେଡି ଆନ୍ଦୋଳନ ଜାରି ରଖିବ । ପ୍ରତି ଘରକୁ ଯାଇ କେନ୍ଦ୍ର ସରକାରଙ୍କ ବିଫଳତା ସମ୍ପର୍କରେ ଲୋକଙ୍କୁ ବୁଝାଇ ଆନ୍ଦୋଳନରେ ସାମିଲ କରାଯିବ । ଅଚ୍ଛେ ଦିନ୍‌ର ସ୍ବପ୍ନ ଦେଖାଇ ଗରିବଙ୍କୁ ଠକିଛନ୍ତି କେନ୍ଦ୍ର ସରକାର । ଫେଲ ମାରିଛି କେନ୍ଦ୍ରର ଉଜ୍ବଳା ଯୋଜନା । ଗତ ସାଢେ ତିନି ବର୍ଷରେ ରନ୍ଧନ ଗ୍ୟାସର ମୂଲ୍ୟ ୭୦ ପ୍ରତିଶତ ବୃଦ୍ଧି ପାଇଛି । ୩ ବର୍ଷ ତଳେ ଗ୍ୟାସ ଦର ୫୪୯ ଟଙ୍କା ଥିଲା । ଏବେ ଏହା ୭୦ ପ୍ରତିଶତ ବଢି ହଜାରେ ଟଙ୍କାରେ ପହଞ୍ଚିଛି । ରାଜ୍ୟରେ ଉଜ୍ଜ୍ବଳା ଯୋଜନାର ସିଲିଣ୍ଡର ରିଫିଲିଂ କମୁଥିବା ସିଏଜି ରିପୋର୍ଟ ଦେଇଛନ୍ତି ।

ସେହିପରି ଜାତୀୟ ପରିବାର କଲ୍ୟାଣ ସର୍ଭେ କହୁଛି ୯୮ ପ୍ରତିଶତ ନୁହେଁ, ମାତ୍ର ୨୦ ପ୍ରତିଶତ ସିଲିଣ୍ଡର ବ୍ୟବହାର ହେଉଛି । ଯାହା ଉଜ୍ଜ୍ବଳା ଯୋଜନାର ବିଫଳତାକୁ ଦର୍ଶାଉଛି । ରନ୍ଧନ ଗ୍ୟାସ ଦରବୃଦ୍ଧି ଯାହା ରାଜ୍ୟର ମା’ ଓ ଭଉଣୀ ମାନଙ୍କ ସହ ସମଗ୍ର ରାଜ୍ୟକୁ ପ୍ରଭାବିତ କରିବା ସହିତ ଓଡିଶାର ୪.୫ କୋଟି ଲୋକଙ୍କ ଉପରେ ପ୍ରଭାବ ପକାଉଛି । ଉଜ୍ବଳା ଯୋଜନା ହେଉଛି ଓଡିଶା ଲୋକଙ୍କୁ ଭୂତେଇବା ପାଇଁ ଏକ ବଡ ନାଟକ ଯାହା ବାସ୍ତବରେ ବହୁଳ ଭାବେ ବିଫଳ ହୋଇଛି । ଅହେତୁକ ଦର ବୃଦ୍ଧି ଯୋଗୁଁ ଗରିବ ଲୋକମାନେ ଉଜ୍ବଳା ସିଲିଣ୍ଡରରେ ଗ୍ୟାସ ଭରିପାରୁ ନଥିବାରୁ ଏବେ ପୁଣି ଥରେ ରୋଷେଇ ଘରେ କାଠ ଚୂଲି ବ୍ୟବସ୍ଥାକୁ ଫେରିବାରେ ଲାଗିଛନ୍ତି ବୋଲି ଅଭିଯୋଗ କରିଛି ବିଜେପି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

15:31 November 22

ଗ୍ୟାସ ଦର ବୃଦ୍ଧି ନେଇ ବିଜେଡିର ଅଭିନବ ପ୍ରତିବାଦ

ଗ୍ୟାସ ଦର ବୃଦ୍ଧିକୁ ଅଭିନବ ପ୍ରତିବାଦ କଲେ ଯାଜପୁର ବିଜେଡି

ଯାଜପୁର: ରନ୍ଧନ ଗ୍ୟାସର ଅହେତୁକ ମୂଲ୍ୟବୃଦ୍ଧି ପ୍ରତିବାଦରେ ଆଜି ବିଜେଡି ମହିଳା ଓ ଯୁବଛାତ୍ର ସଂଗଠନ ପକ୍ଷରୁ ରାଜ୍ୟବ୍ୟାପି ପ୍ରତିବାଦ ଓ ବିକ୍ଷୋଭ କରାଯାଇଛି । ଏହି କ୍ରମରେ ବ୍ୟାସନଗର ପୌର କାର୍ଯ୍ୟାଳୟ ସମ୍ମୁଖରେ ବିଜେଡି କର୍ମୀଙ୍କ ଦ୍ବାରା ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଥିରେ କୋରାଇ ବିଧାୟକ ଅଶୋକ ବଳ, ପୂର୍ବତନ ନଗରପାଳ ରସାନନ୍ଦ ମହାନ୍ତି, ସବିତା ରାଉତ ଓ ପୂର୍ବତନ କାଉନସିଲରମାନେ ସାମିଲ ହୋଇଥିଲେ ।  

ଅହେତୁକ ଦରବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛି ବିଜେଡି । ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିଛନ୍ତି ବିଜେଡି କର୍ମକର୍ତ୍ତା । ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ମହିଳା ଓ ଯୁବଛାତ୍ର ନେତୃତ୍ବମାନଙ୍କ ସହିତ ସ୍ଥାନୀୟ ବିଧାୟକମାନେ ସାମିଲ ହୋଇଛନ୍ତି ।  

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

15:30 November 22

ଗ୍ୟାସ ଦର ବୃଦ୍ଧିକୁ ଜଗତସିଂହପୁର ବିଜେଡିର ବିରୋଧ

ଜଗତସିଂହପୁର: ଜିଲ୍ଲାର ମହିଳା, ଛାତ୍ର ଓ ଯୁବ ବିଜୁ ଜନତା ଦଳ ପକ୍ଷରୁ ଆଜି(ସୋମବାର) ସ୍ଥାନୀୟ ଥାନାଛକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କେନ୍ଦ୍ର ସରକାରଙ୍କ ପେଟ୍ରୋଲ ଡିଜେଲ ଓ ରନ୍ଧନ ଗ୍ୟାସର ଅହେତୁକ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ଆଜିଠାରୁ ଧାରଣାରେ ବସିଛନ୍ତି ଶତାଧିକ କର୍ମୀ ।  

ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ନେତୃତ୍ବରେ ଜିଲ୍ଲା ମହିଳା ଯୁବ ଓ ଛାତ୍ର ଜନତା ଦଳର କର୍ମୀମାନେ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିବା ସହ କେନ୍ଦ୍ର ସରକାରଙ୍କ ଯେଉଁ ଲୋକ ମାରଣ ନୀତି ଆପଣଉଛନ୍ତି ତାକୁ ବିଜେଡି ବରଦାସ୍ତ କରିବ ନାହିଁ ବୋଲି କହିଥିଲେ । କେନ୍ଦ୍ର ସରକାର ଉଜ୍ବଳା ଯୋଜନାରେ ଘରେ ଘରେ ଗ୍ୟାସ ବିତରଣ ନାମରେ ମହିଳାଙ୍କୁ ଠକିଥିବା ବିଜେଡି କହିଛି । ମହିଳା କର୍ମୀମାନେ ଗ୍ୟାସ ଟାଙ୍କି ଉପରେ ଫୁଲମାଳ ଦେବା ସହ ଚୁଲିରେ ରୋଷେଇ କରି ବିକ୍ଷୋଭ କରିଥିବା ଦେଖିବାକୁ ମିଳିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

14:46 November 22

ଗ୍ୟାସର ଦରଦାମ ବୃଦ୍ଧି ପ୍ରତିବାଦରେ ନୟାଗଡ ବିଜେଡିର ପ୍ରତିବାଦ ଶୋଭାଯାତ୍ରା

ରନ୍ଧନ ଗ୍ୟାସର ଦରଦାମ ବୃଦ୍ଧି ପ୍ରତିବାଦରେ ନୟାଗଡ ବିଜେଡିର ପ୍ରତିବାଦ ଶୋଭାଯାତ୍ରା

ନୟାଗଡ: ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ସାରା ରାଜ୍ୟରେ ପ୍ରତିବାଦ କରୁଛି ବିଜେଡି । ଏହି ପରିପ୍ରେକ୍ଷୀରେ ନୟାଗଡ଼ରେ ମଧ୍ୟ ବିରୋଧ ପ୍ରଦର୍ଶନ କରିଛି ନୟାଗଡ଼ ବିଜେଡି । ପ୍ରତିବାଦ ଶୋଭାଯାତ୍ରାରେ ସାମିଲ ହେଇଥିଲେ ଶତାଧିକ ମହିଳା, ଛାତ୍ର ଓ ଯୁବ ବିଜେଡି କର୍ମୀ । ଶୋଭାଯାତ୍ରା ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରୁ ବାହାରି ନୟାଗଡ ଟ୍ରାଫିକ ଛକ ପରିକ୍ରମା କରିବା ସହ ବ୍ଲକ ଓ ମ୍ୟୁନିସପାଲଟି କାର୍ଯ୍ୟାଳୟ ଠାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।  

ରନ୍ଧନ ଗ୍ୟାସର ଦରବୃଦ୍ଧି ହେତୁ ସିଧାସଳଖ ରୋଷେଇ ଘର ଉପରେ ପ୍ରଭାବ ପଡୁଛି । ଅନ୍ୟପଟେ ଗୋଟିଏ ଗୋଟିଏ ସିଲିଣ୍ଡର ଧରାଇଦେଇ ମୋଦି ସରକାର ମହିଳା ମାନଙ୍କୁ ଭଣ୍ଡାଇଦେଇଥିବା ବିଜେଡି ଅଭିଯୋଗ କରିଛି । ତୁରନ୍ତ ଗ୍ୟାସର ଦର ହ୍ରାସ ନକଲେ ଆଗକୁ ଆନ୍ଦୋଳନ ତୀବ୍ର କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated : Nov 22, 2021, 5:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.