ETV Bharat / city

ସାଙ୍ଗଠନିକ ନିର୍ବାଚନ ପାଇଁ ବିଜେଡିର ତୟାରୀ - organisational election

ବିଜେଡି ନିଜ ସାଙ୍ଗଠନିକ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ବିଜେଡିର ସାମ୍ବିଧାନିକ ପ୍ରାବଧାନ ଅନୁସାରେ ଏହି ନିର୍ବାଚନ ଅନୁଷ୍ଠିତ ହେବ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Nov 16, 2019, 10:17 PM IST

ଭୁବନେଶ୍ବର: ବିଜେଡି ନିଜ ସାଙ୍ଗଠନିକ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ବିଜେଡିର ସାମ୍ବିଧାନିକ ପ୍ରାବଧାନ ଅନୁସାରେ ଏହି ନିର୍ବାଚନ ଅନୁଷ୍ଠିତ ହେବ । ତୃଣମୂଳ ସ୍ତର ଯଥା ଓ୍ଵାର୍ଡ ଓ ପଞ୍ଚାୟତ ସ୍ତରରୁ ଆରମ୍ଭ କରି ରାଜ୍ୟ ସଙ୍ଗଠନ ପର୍ଯ୍ୟନ୍ତ ଏହି ନିର୍ବାଚନ ହେବ । ଆସନ୍ତା ୩ ମାସ ମଧ୍ୟରେ ଏହି ନିର୍ବାଚନ ପ୍ରକ୍ରିୟା ଶେଷ ହେବ ବୋଲି ଦଳୀୟ ମୁଖପାତ୍ର ପ୍ରତାପ ଦେବ ସୂଚନା ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ନିର୍ବାଚନ ପାଇଁ ଡିଷ୍ଟ୍ରିକ୍ଟ ରିଟର୍ଣ୍ଣିଂ ଅଫିସର(ଡିଆରଓ) ଓ ଷ୍ଟେଟ ରିଟର୍ଣ୍ଣିଂ ଅଫିସର(ଏସଆରଓ) ନିଯୁକ୍ତି କରାଯିବ । ଏହା ସହ ସଙ୍ଗଠନକୁ ସୃଦୁଢ କରିବା ଓ ସଂଘଟିତ କରିବା ପାଇଁ ଏହି ପ୍ରକ୍ରିୟା କରାଯାଇଥିବା ପ୍ରତାପ ଦେବ ପ୍ରକାଶ କରିଛନ୍ତି । ସଭ୍ୟ ସଂଗ୍ରହ କରି ସରକାରଙ୍କ କାର୍ଯ୍ୟ ଲୋକଙ୍କ ପାଖରେ ପହଞ୍ଚାଇବା ଦଳର ମୂଳ ଲକ୍ଷ୍ୟ ବୋଲି ସଞ୍ଜୟ ଦାସବର୍ମା କହିଛନ୍ତି ।

ପୂର୍ବରୁ ବିଜେଡିର ୩ ଜଣ ନେତାଙ୍କୁ ଦଳର ସଭାପତି ନବୀନ ପଟ୍ଟନାୟକ ନୂଆ ଦାୟିତ୍ବ ପ୍ରଦାନ କରିଛନ୍ତି । ପ୍ରଣବ ପ୍ରକାଶ ଦାସଙ୍କୁ ସାଧାରଣ ସମ୍ପାଦକ (ସଂଗଠନ) ଦାୟିତ୍ବ ଦିଆଯାଇଥିବା ବେଳେ ସଞ୍ଜୟ ଦାସ ବର୍ମାଙ୍କୁ ସାଧାରଣ ସମ୍ପାଦକ(ମୁଖ୍ୟାଳୟ) ଦାୟିତ୍ବ ଓ ପ୍ରତାପ କେଶରୀ ଦେବଙ୍କୁ ବିଜେଡିର ରାଜ୍ୟ ରିଟର୍ଣ୍ଣିଂ ଅଫିସର ଭାବେ ଦାୟିତ୍ବ ମିଳିଛି।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Intro:ବିଜୁଜନତା ଦଳର ସାଙ୍ଗଠନିକ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ । ବିଜେଡି ର ସାମ୍ବିଧାନିକ ପ୍ରାବଧାନ ଅନୁସାରେ ଏହି ସାଙ୍ଘଠନିକ ନିର୍ବାଚନ ହେବ ।ଓ୍ଵାଡ ଓ ପଞ୍ଚାୟତ ସ୍ତର ଠାରୁ ଆରମ୍ଭ କରି ରାଜ୍ୟ ସ୍ତରୀୟ ସଂଘଟନ ର ନିର୍ବାଚନ ହେବ ।୩ମାସ ମଧ୍ୟରେ ନିର୍ବାଚନ ପ୍ରକ୍ରିୟା ସରିବ ବୋଲି ସୂଚନା ଦେଇଛନ୍ତି ଦଳୀୟ ମୁଖପାତ୍ର ପ୍ରତାପ ଦେବ ।ପ୍ରାୟତ ୨୮ ଫ୍ରେବୃଆରୀ ସୁଦ୍ଧା ନିର୍ବାଚନ ସରିବ । । ଏଥିପାଇଁ
ଡିଷ୍ଟିଟ ରିଟର୍ଣ୍ଣିଂ ଅଫିସର ଓ

dro ଓ ଏସଆରଓ ନିଜୁକ୍ତ ହେବ ଓ ଏହା ଆସିଷ୍ଟାଣ୍ଟ Body:ରିର୍ଟଣ୍ଣି ଅଫିସର ନିଜୁକ୍ତି ପରେ ନିର୍ବାଚନ ହେବ ,ବୋଲି ସୂଚନା ଦେଇଛନ୍ତି ପ୍ରତାପ ଦବ ।
ଏହା ସହ ସଂଘଟନ କୁ ସୃଦୁଢ କରିବା ଓ ସଂଘଟିତ କରିବା ପାଇଁ ଏହି ପ୍ରକ୍ରିୟା କରାଯାଇଛି ।ତୃଣମୂଳ ସ୍ତରରେ ଦଳକୁ ସୃଦୁଢ କରାଯିବ ।ଦଳର ସଭ୍ୟ ସଂଗ୍ରହ ଆରମ୍ଭ କରି ସରକାରଙ୍କ କାର୍ଯ୍ୟ ଲୋକଙ୍କ ପଖରେ ପହଞ୍ଚାଇବା ମୁଳ ଲକ୍ଷ ବୋଲି ସଞ୍ଜୟ ଦାସବର୍ମା କହିଛନ୍ତି ।ସୂଚନା ଅନୁସାରେ ବିଜେଡିର ୩ ନେତାଙ୍କୁ ଦଳର ସଭାପତି ନବୀନ ପଟ୍ଟନାୟକ ନୂଆ ଦାୟିତ୍ୱ ଦେଇଛନ୍ତି ।
Conclusion: ପ୍ରଣବ ପ୍ରକାଶ ଦାସଙ୍କୁ ସାଧାରଣ ସମ୍ପାଦକ (ସଂଗଠନ) ଦାୟିତ୍ୱ ଦେଇଥିବା ସଞ୍ଜୟ ଦାସ ବର୍ମାଙ୍କୁ ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ଦାୟିତ୍ୱ ଓ ପ୍ରତାପ କେଶରୀ ଦେବଙ୍କୁ ବିଜେଡିର ରାଜ୍ୟ ରିଟର୍ଣ୍ଣିଂ ଅଫିସର ଭାବେ ଦାୟିତ୍ୱ ମିଳିଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.