ETV Bharat / city

ସଂସଦ ଅଧିବେଶନ ପୂର୍ବରୁ ଆଜି ବସିବ ବିଜେଡି ସଂସଦୀୟ ଦଳ ବୈଠକ

author img

By

Published : Jan 25, 2021, 10:11 AM IST

ଚଳିତ ବର୍ଷ ଜାନୁଆରୀ 29 ତାରିଖରେ ବଜେଟ ଅଧିବେଶନ ବସିବ । ସଂସଦରେ କଣ ରହିବ ବିଜେଡିର ଆଭିମୁଖ୍ୟ, କେଉଁ ପ୍ରସଙ୍ଗ ଉଠାଇବେ ସାଂସଦ । ଏନେଇ ଆଜି ବିଜେଡି ସଂସଦୀୟ ଦଳର ବୈଠକ ବସୁଛି । ଅଧିକ ପଢନ୍ତୁ...

ସଂସଦ ଅଧିବେଶନ ପୂର୍ବରୁ ଆଜି ବସିବ ବିଜେଡି ସଂସଦୀୟ ଦଳ ବୈଠକ
ସଂସଦ ଅଧିବେଶନ ପୂର୍ବରୁ ଆଜି ବସିବ ବିଜେଡି ସଂସଦୀୟ ଦଳ ବୈଠକ

ଭୁବନେଶ୍ବର: ସଂସଦ ଅଧିବେଶନ ପୂର୍ବରୁ ସଂସଦୀୟ ଦଳର ବୈଠକ ଡାକିଲା ବିଜେଡି । ଆଜି ଅପରାହ୍ଣରେ ଦିଲ୍ଲୀରେ ବସିବ ବିଜେଡି ସଂସଦୀୟ ଦଳ ବୈଠକ । ଭିସି ଜରିଆରେ ବୈଠକର ଅଧ୍ୟକ୍ଷତା କରିବେ ସଭାପତି ନବୀନ ପଟ୍ଟନାୟକ । ଲୋକସଭା ଓ ରାଜ୍ୟସଭା ସାଂସଦଙ୍କ ଦଳ ପାଇଁ ଅଲଗା ଅଲଗା ବୈଠକ ହେବା ନେଇ ସୂଚନା । ସଂସଦ ଅଧିବେଶନ ପାଇଁ ଦଳୀୟ ରଣନୀତି ପ୍ରସ୍ତୁତ କରାଯିବ ।

ସୂଚନାଯୋଗ୍ୟ, ଚଳିତ ବର୍ଷ ବଜେଟ ଅଧିବେଶନ ଜାନୁଆରୀ 29 ତାରିଖରୁ ଆରମ୍ଭ ହେବ । ଫେବୃୟାରୀ 1 ରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନା କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏଥିପାଇଁ ଆଜି ବସିବ ବିଜେଡି ସଂସଦୀୟ ଦଳ ବୈଠକ ।

ଏଥର ଅଦିବେଶନ ଦୁଇଟି ପର୍ଯ୍ୟାୟରେ ହେବ । ପ୍ରଥମ ଜାନୁଆରୀ 29ରୁ ଆରମ୍ଭ ହୋଇ ଫେବୃୟାରୀ 15 ଯାଏଁ ଚାଲିବ । 2 ପର୍ଯ୍ୟାୟ 8 ମାର୍ଚ୍ଚରୁ 8 ଏପ୍ରିଲ ପର୍ଯ୍ୟନ୍ତ ବସିବ । 29 ଜାନୁଆରୀ ଦିନ 11ଟାରେ ସଂସଦର ଉଭୟ ଗୃହ ଲୋକସଭା ଓ ରାଜ୍ୟସଭାର ମିଳିତ ବୈଠକକୁ ସମ୍ବୋଧନ କରିବେ । ସାଧାରଣ ବଜେଟ ଫେବୃଆରୀ ପହିଲା ଦିନ 11ଟାରେ ଆଗତ କରାଯିବ ।

ମହାମାରୀ କୋରୋନା କାରଣରୁ ଶୀତକାଳୀନ ଅଧିବେଶନ ବସି ପାରିନଥିଲା । କୋରୋନା ସଂକ୍ରମଣ ବୃଦ୍ଧି କାରଣରୁ ଚଳିତ ଥର ଶୀତକାଳୀନ ଅଧିବେଶନର ଆୟୋଜନ ହେବ ନାହିଁ ବୋଲି ସୂଚନା ଦେଇଥିଲେ । ସରକାରଙ୍କ ଏହି ପଦକ୍ଷେପ ଯୋଗୁଁ ଟାର୍ଗେଟ କରିଥିଲେ ବିରୋଧି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.