ETV Bharat / city

ବିଜେଡି ଜିଲ୍ଲା ସଭାପତି ପ୍ରସଙ୍ଗ; ପ୍ରଥମ ଥର ମୟୂରଭଞ୍ଜରେ 2ଟି ସଂଗଠନ

ଅନେକ କସରତ ପରେ ବିଜେଡି ଜିଲ୍ଲା ସଭାପତି ଶୁକ୍ରବାର ଘୋଷଣା କରିଛି । ତେବେ ମୟୂରଭଞ୍ଜରେ ପ୍ରଥମ ଥର ପାଇଁ ପୁରୁଣା ସଂଗଠନକୁ ଭାଙ୍ଗି 2 ଟି ସଂଗଠନ କରିଛି ଦଳ । ପଢନ୍ତୁ ସଂପୂର୍ଣ୍ଣ ଖବର...

author img

By

Published : Feb 21, 2020, 5:37 PM IST

Bjd
Bjd

ଭୁବନେଶ୍ବର: ବିଜୁ ଜନତା ଦଳ ଗଠନର ଇତିହାସରେ ପ୍ରଥମ ଥର ପାଇଁ ମୟୂରଭଞ୍ଜ ଜିଲ୍ଲାକୁ ବିଜେଡି 2ଟି ସାଂଗଠନିକ ଜିଲ୍ଲାରେ ପରିଣତ କରିଛି । ଜିଲ୍ଲାର ଭୌଗୋଳିକ ଦୃଷ୍ଟି ସହ ପତିଆର ବୃଦ୍ଧି ପାଇଁ ଦଳ ଏହି ଯୋଜନା କରିଛି । କାରଣ ବିଗତ ଦିନରେ ଦଳକୁ ଏଠି ଅନେକ କ୍ଷତି ସହିବାକୁ ପଡିଥିଲା । ଜିଲ୍ଲାରେ ବିଜେପିର ସୁଦୃଢ ସଂଗଠନ ଅଛି । ଗତ ପଞ୍ଚାୟତ ନିର୍ବାଚନରେ ଦଳ ସଂଗଠନର ଦମ ଦେଖାଇଥିଲା । ଏହାସହ ସାଧାରଣ ନିର୍ବାଚନରେ ବିଜେଡିକୁ ଏଠି ବିଜେପି ନାକେଦମ କରିଥିଲା । ବିଜେଡିର ଗୋଷ୍ଠୀ କନ୍ଦଳ ଏଠି ବ୍ୟାପକ ।

ଫଳରେ ଏହି ଗୋଷ୍ଠୀ କନ୍ଦଳ ଓ ବିଜେପିକୁ ରୋକିବା ପାଇଁ ବିଜେଡିର ଷ୍ଟ୍ରାଟେଜିକ ମାଷ୍ଟର ମାନେ ଜିଲ୍ଲାର ସାଂଗଠନକୁ ଭାଙ୍ଗି ଦୁଇଟି ସଂଗଠନ ସୃଷ୍ଟି କରିଛନ୍ତି । ଯାହା ଗୋଟିଏ ଏବେ ମୟୂରଭଞ୍ଜ ଓ ଅନ୍ୟଟି ମୟୂରଭଞ୍ଜ ସଦର ଭାବେ କାର୍ଯ୍ୟ କରିବ ।

ମୟୂରଭଞ୍ଜ ପାଇଁ ଦଳ କାଶୀନାଥ ହେମ୍ବ୍ରମଙ୍କୁ ଜିଲ୍ଲା ସଭାପତି ଭାବେ ଚୟନ କରିଥିବା ବେଳେ ମୟୂରଭଞ୍ଜ ସଦର ପାଇଁ ସୁଦାମ ମାରାଣ୍ଡିଙ୍କୁ ଦାୟିତ୍ବ ଦେଇଛି ।

ତେବେ ବିଜେଡିର ଏହି ରଣନୀତି କେତେ ସଫଳ ହେଉଛି ଆଉ ଗୋଷ୍ଠୀ କନ୍ଦଳ କେତେ ଦମନ ହେଉଛି ତା ଉପରେ ନଜର ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.