ଭୁବନେଶ୍ବର: ବିମାନ ବନ୍ଦର ଛାତ ଭୁଷୁଡିବା ଘଟଣାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ଏଭଳି ଘଟଣାକୁ ନେଇ ଦଳ ବିଜେପି ଭଳି ରାଜନୀତି କରିବାକୁ ଚାହେଁ ନାହିଁ ବୋଲି ବିଜେଡି କହିଛି।
ବିଜେଡି ପକ୍ଷରୁ ସସ୍ମିତ ପାତ୍ର କହିଛନ୍ତି, ଗତକାଲି ରାତିରେ ଯାହା ଘଟିଲା ତାହା ଦୁର୍ଭାଗ୍ୟଜନକ। ମୃତକଙ୍କ ପରିବାରକୁ ଆମର ଗଭୀର ସମବେଦନା ରହିଛି। ସେମାନଙ୍କୁ ଯଥେଷ୍ଟ ମାତ୍ରାରେ କ୍ଷତିପୂରଣ ଦିଆଯିବାକୁ ଆମର ଦାବି ରହିବ। ଏହା ସହିତ ଆହତ ମାନଙ୍କୁ ମାଗଣାରେ ଚିକିତ୍ସା ସେବା ଯୋଗାଇ ଦିଆଯିବ। ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ବିଜେପି ଭଳି ଆମେ ଆଚରଣ କରିବୁ ନାହିଁ। ଏହି ଘଟଣାର ସଠିକ ତଦନ୍ତ କରାଯାଉ। ଆଉ ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ବିଜେଡି ମୁଖପାତ୍ର କହିଛନ୍ତି।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ