ETV Bharat / city

NDA ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡଙ୍କୁ ଭୋଟ ଦେଲେ ବିଜେଡି ସାଂସଦ - ଜଗଦୀପ ଧନଖଡଙ୍କୁ ଭୋଟ ଦେଲେ ବିଜେଡି ସାଂସଦ

ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡଙ୍କୁ ଭୋଟ ଦେଲେ ବିଜେଡି ସାଂସଦ । ବିଜେଡିର ଲୋକସଭା ଓ ରାଜ୍ୟସଭାର ସଦସ୍ୟ ଗଣ ଜଗଦୀପ ଧନଖଡଙ୍କୁ ଭୋଟ ଦେଇଛନ୍ତି । ଅଧିକ ପଢନ୍ତୁ

ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡଙ୍କୁ ଭୋଟ ଦେଲେ ବିଜେଡି ସାଂସଦ

author img

By

Published : Aug 6, 2022, 6:40 PM IST

Updated : Aug 6, 2022, 8:04 PM IST

ନୂଆଦିଲ୍ଲୀ/ଭୁବନେଶ୍ବର: ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡଙ୍କୁ ଭୋଟ ଦେଲେ ବିଜେଡି ସାଂସଦ । ବିଜେଡିର ଲୋକସଭା ଓ ରାଜ୍ୟସଭାର ସଦସ୍ୟ ଗଣ ଜଗଦୀପ ଧନଖଡଙ୍କୁ ଭୋଟ ଦେଇଛନ୍ତି । ପୂର୍ବରୁ ଏନଡିଏରୁ ଜଗଦୀପ ଧନଖଡଙ୍କୁ ସମର୍ଥନ ଘୋଷଣା କରିଥିଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ନବୀନଙ୍କ ନିଷ୍ପତ୍ତି ପରେ ଧନଖଡଙ୍କୁ ଭୋଟ ଦେଇଛନ୍ତି ଦଳୀୟ ସାଂସଦ ।

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ସକାଳ 10 ଟାରୁ ଆରମ୍ଭ ହୋଇଥିବାବେଳେ ବିଜେଡି ସାଂସଦ ମାନେ ଏଥିରେ ସାମିଲ ହୋଇଛନ୍ତି । ବିଜେଡି ସାଂସଦ ମାନେ ସଂସଦ ଭବନ ଯାଇ ଭୋଟ ଦେଇଛନ୍ତି । ବିଜେଡି ସାଂସଦ ସସ୍ମିତ ପାତ୍ର, ମାନସ ମଙ୍ଗରାଜ, ସୁଲୋତା ଦେଓ, ପିନାକୀ ମିଶ୍ର, ଅଚ୍ୟୁତ ସାମନ୍ତ, ମୁନ୍ନା ଖାଁ, ରମେଶ ମାଝୀ, ଚନ୍ଦ୍ରଶେଖର ସାହୁ, ମହେଶ ସାହୁ, ପ୍ରମିଳା ବିଶୋଇ, ନିରଞ୍ଜନ ବିଶି, ଚନ୍ଦ୍ରାଣୀ ମୁର୍ମୁ, ମଞ୍ଜୁଲତା ମଣ୍ଡଳ ଭୋଟ ଦେଇଛନ୍ତି ।

ଏନଡିଏରୁ ଜଗଦୀପ ଧନଖଡ଼ ପାର୍ଥୀ ହୋଇଥିବା ବେଳେ ମାର୍ଗାରେଟ ଆଲଭା ବିରୋଧୀ ଦଳ ପକ୍ଷରୁ ପାର୍ଥୀ ହୋଇଛନ୍ତି । ଆଜି ଭୋଟ ଗ୍ରହଣ ଶେଷ ହେବା ପରେ ସଂସଦ ଭବନରେ ଭୋଟ ଗଣତି ହେବ ।

Last Updated : Aug 6, 2022, 8:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.