ETV Bharat / city

ବିଜେପି-ବିଜେଡି ସମ୍ପର୍କ ନେଇ କଂଗ୍ରେସର ଅଭିଯୋଗ, ଉତ୍ତର ରଖିଲେ ସୁବାଷ ସିଂ - ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ନବୀନଙ୍କ ପ୍ରତିକ୍ରିୟା

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ନେଇ ନବୀନଙ୍କ ମନ୍ତବ୍ୟ ଓ ଏହାପରେ କେନ୍ଦ୍ରମନ୍ତ୍ରୀଙ୍କ ସମର୍ଥନ ଏବେ ରାଜନୈତିକ ମାହୋଲ ସରଗରମ ରହିଛି । ବିଜେପି-ବିଜେଡି ମଧ୍ୟରେ ନିବିଡ ସମ୍ପର୍କ ଥିବା ନେଇ ରାଜ୍ୟ କଂଗ୍ରେସ ଅଭିଯୋଗ କରିଛି । ଅଧିକ ପଢ଼ନ୍ତୁ

ବିଜେପି-ବିଜେଡି ସମ୍ପର୍କ ନେଇ କଂଗ୍ରେସର ଅଭିଯୋଗ, ଉତ୍ତର ରଖିଲେ ସୁବାଷ ସିଂ

author img

By

Published : Jan 7, 2022, 9:33 PM IST

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଜଣେ ବ୍ୟକ୍ତି ନୁହନ୍ତି, ଏକ ଅନୁଷ୍ଠାନ । ଏହି ପଦର ସମ୍ମାନ କରିବା ସମସ୍ତଙ୍କ କର୍ତ୍ତବ୍ୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ବାର୍ତ୍ତା ନେଇ ଚର୍ଚ୍ଚା ଜୋର ଧରିଛି । ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ ବିଜେପି-ବିଜେଡି ମଧ୍ୟରେ ନିବିଡ ସମ୍ପର୍କ ଥିବା ନେଇ ରାଜ୍ୟ କଂଗ୍ରେସ ଅଭିଯୋଗ କରିଛି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସାଂସଦ ସୁବାଷ ସିଂ ।

ବିଜେପି-ବିଜେଡି ସମ୍ପର୍କ ନେଇ କଂଗ୍ରେସର ଅଭିଯୋଗ, ଉତ୍ତର ରଖିଲେ ସୁବାଷ ସିଂ

ସୁବାଷ କହିଛନ୍ତି ଯେ, "ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରଳ ବ୍ୟକ୍ତିତ୍ୱ । ନବୀନ ଗୋଟେ ଆଞ୍ଚଳିକ ଦଳର ମୁଖ୍ୟ ହୋଇପାରନ୍ତି । କିନ୍ତୁ ତାଙ୍କ ବ୍ୟକ୍ତିତ୍ୱ ଜାତୀୟ ରାଜନୀତିରେ ବିରଳ । ଆଞ୍ଚଳିକ ଦଳର ମୁଖ୍ୟ ଭାବେ ସର୍ବାଧିକ ସମୟ ଧରି କ୍ଷମତାରେ ରହିଛନ୍ତି । ସାମ୍ବିଧାନିକ ଗାରିମା ବ୍ୟବସ୍ଥାରେ ସର୍ବୋଚ୍ଚ ସ୍ତରରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ । ସଂଘୀୟ ବ୍ୟବସ୍ଥାରେ କିଏ କେନ୍ଦ୍ର ତ ଆଉ କିଏ ରାଜ୍ୟରେ ସରକାର ଗଢି ପାରିବ ।"

ଏ ଗାରିମାକୁ କ୍ଷୁର୍ଣ୍ଣ କରିବାର ସୁଯୋଗ କାହା ପାଖରେ ନାହିଁ । ଏମିତି ହେଲେ ଦେଶ ବିପନ୍ନ ହେବ । ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବାର ଆବଶ୍ୟକତା ରହିଛି । ପ୍ରଧାନମନ୍ତ୍ରୀ ଆସନର ଗାରିମା ହେଉଛି ଦେଶ ଲାଗି ସର୍ବୋଚ୍ଚ ସମ୍ମାନ । ତାକୁ କ୍ଷୁର୍ଣ୍ଣ କରିବାକୁ କାହାକୁ ସୁଯୋଗ ଦେବା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ସୁବାଷ ସିଂହ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.