ETV Bharat / city

ପରିବହନ ମନ୍ତ୍ରାଳୟ ନିକଟରେ ଡ୍ରାଇଭର ମହାସଂଘର ଦାବି ରଖିଲେ ବିଜେଡି ସାଂସଦ

author img

By

Published : Dec 19, 2021, 9:36 PM IST

ରାଜ୍ୟ ଡ୍ରାଇଭର ମହାସଂଘର ଦୀର୍ଘଦିନର ଦାବି ପୂରଣ ହେବାକୁ ଯାଉଛି । ଡ୍ରାଇଭରଙ୍କ ଦାବି ନେଇ କେନ୍ଦ୍ର ସରକାରଙ୍କ ସଡ଼କ ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ବିଜେଡି ସାଂସଦ । ଅଧିକ ପଢ଼ନ୍ତୁ

ପରିବହନ ମନ୍ତ୍ରାଳୟ ନିକଟରେ ଡ୍ରାଇଭର ମହାସଂଘର ରଖିଲେ ବିଜେଡି ସାଂସଦ

ଭୁବନେଶ୍ବର: ରାଜ୍ୟ ଡ୍ରାଇଭର ମହାସଂଘର ଦୀର୍ଘଦିନର ଦାବି ପୂରଣ ହେବାକୁ ଯାଉଛି । ଡ୍ରାଇଭରଙ୍କ ଦାବି ନେଇ କେନ୍ଦ୍ର ସରକାରଙ୍କ ସଡ଼କ ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ବିଜେଡି ସାଂସଦ । ରାଜ୍ୟ ରାଜପଥ କଡ଼ରେ ଯାତ୍ରୀମାନଙ୍କ ପାଇଁ ରାଜ୍ୟ ସରକାର କରିଥିବା ପଥପ୍ରାନ୍ତ ବିଶ୍ରାମ କେନ୍ଦ୍ର କରିଛନ୍ତି । ସେହି ଢାଞ୍ଚାରେ ଜାତୀୟ ରାଜପଥ କଡ଼ରେ ଡ୍ରାଇଭରମାନଙ୍କ ପାଇଁ ବିଶ୍ରାମ ସ୍ଥାନ, ଖାଦ୍ୟପେୟର ବ୍ୟବସ୍ଥା ସହ ପାର୍କିଂ ବ୍ୟବସ୍ଥା କରିବାକୁ ବିଜେଡି ସାଂସଦ ସୁବାସ ସିଂହ ଦାବି କରିଛନ୍ତି । ସାଂସଦଙ୍କ ଦାବିକୁ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କାରୀ ପ୍ରଶଂସା କରିବା ସହ ଏହା ଉପରେ ଖୁବଶୀଘ୍ର ପଦକ୍ଷେପ ନେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହାକୁ ନେଇ ସାସଂଦଙ୍କୁ କୃତଜ୍ଞତା ଜଣାଇଛନ୍ତି ରାଜ୍ୟ ମୋଟର ଚାଳକ ସଂଘ । ଗତମାସ ବିଭିନ୍ନ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଥିଲେ ରାଜ୍ୟ ଡ୍ରାଇଭର ମହାସଂଘ । ଜାତୀୟ ରାଜପଥର ପ୍ରତି ୧୦୦ କିଲୋମିଟରରେ ଡ୍ରାଇଭର ଏବଂ ଯାତ୍ରୀଙ୍କ ପାଇଁ ରହଣୀ ବ୍ୟବସ୍ଥା କରିବାକୁ ଦାବି ଉଠିଥିଲା। ମୋଟର ଚାଳକ ସଂଘର ଏହି ଦାବିକୁ କେନ୍ଦ୍ର ସଡ଼କ ମନ୍ତ୍ରାଳୟ ନିକଟରେ ଉପସ୍ଥାପନ କରିଛନ୍ତି ବିଜେଡି ସାଂସଦ ।

କେନ୍ଦ୍ରମନ୍ତ୍ରୀ ଏହାକୁ ଗୁରୁତର ସହ ନେବା ସହିତ ପଦକ୍ଷେପ ନେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବିଜେଡିର ଏଭଳି ଉଦ୍ୟମ ପାଇଁ କୃତଜ୍ଞତା ଜଣାଇଛନ୍ତି ରାଜ୍ୟ ମୋଟର ଚାଳକ ମହାସଂଘ । ଏଥରେ ଅଟୋ ଚାଳକ ସଂଘ ଠାରୁ ଆରମ୍ଭ କରି ଟ୍ରକ, ଟ୍ୟାକ୍ସି ଓ ବସ୍ ଚାଳକ ସଂଘ ରହିଛନ୍ତି ।

ଏହାସହ ପରିବହନ ମନ୍ତ୍ରାଳୟ ନିକଟରେ ରାଜ୍ୟରେ ଜାରି ରହିଥିବା ଜାତୀୟ ରାଜପଥ ପ୍ରକଳ୍ପ ଶୀଘ୍ର ସାରିବାକୁ ଦାବି କରାଯାଇଛି । ୨୦୧୪ରୁ ଡ୍ରାଇଭର ସଂଘ କରିଆସୁଥିବା ଦାବିକୁ ବିଜେଡି ସାଂସଦମାନେ ଗମ୍ଭୀରତାର ସହ ନେଇ ଏହାକୁ ନେଇ କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଉପସ୍ଥାପନ କରାଯାଇଛି । କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଏହାକୁ ଡ୍ରାଇଭର ମହାସଂଘ ସ୍ବାଗତ କରିବା ସହ ସାଂସଦ ସୁବାସ ସିଂହ ଓ ବିଜେଡିକୁ କୃତଜ୍ଞତା ଜଣାଇଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.