ଭୁବନେଶ୍ବର: କୋରୋନା ଟିକାକରଣରେ ଲୋକଙ୍କୁ ସହାୟତା କରିବା ପାଇଁ ଅଧ୍ୟାତ୍ମିକ ଗୁରୁଙ୍କୁ ଅପିଲ କଲେ ବିଜେଡି ସାଂସଦ ଅମର ପଟ୍ଟନାୟକ । ସାରା ଦେଶରେ ବର୍ତ୍ତମାନ କୋରୋନାର ଦ୍ବିତୀୟ ଲହର ବିସ୍ଫୋରକ ରୂପ ଧାରଣ କରିଛି । ଦେଶରେ ଦୈନିକ 4 ଲକ୍ଷରୁ ଊର୍ଦ୍ଧ୍ବ କୋରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏ ଭଳି ପିରସ୍ଥିତିରେ ମାନବ ସେବାକୁ ହିଁ ଇଶ୍ବର ସେବା ବୋଲି ସବୁବେଳେ ସମ୍ବୋଧନ କରୁଥିବା ତଥା ଦେଶରେ ଥିବା କୋଟିପତି ଆଧ୍ୟାତ୍ମିକ ଗୁରୁଙ୍କୁ ଲୋକଙ୍କ ସେବା ପାଇଁ ଆଗେଇ ଆସିବା ପାଇଁ ଅପିଲ କରିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ।
-
“ମାନବ ସେବା, ଈଶ୍ବରଙ୍କ ସେବା” ବୋଲି ସେମାନେ କହିଥାନ୍ତି |ତେଣୁ ମୁଁ ଏହି ଆଧ୍ୟାତ୍ମିକ ଗୁରୁମାନଙ୍କୁ ଅନୁରୋଧ କରୁଛି ଯେ,ସେମାନେ ତାଙ୍କ ଅନୁଗାମୀମାନଙ୍କ ପାଇଁ ଟୀକାକରଣର ଖର୍ଚ୍ଚ ବହନ କରନ୍ତୁ ଯେଉଁମାନେ ଖର୍ଚ ଦେଇ ପାରିବେ ନାହିଁ।ସେମାନେ ପଞ୍ଚାୟତ ଏବଂ ବ୍ଲକ୍ ଗୁଡ଼ିକରେ ଅମ୍ଳଜାନ,ଭେଣ୍ଟିଲେଟର ଓ ଆଇସିୟୁ ଶଯ୍ୟା ମଧ୍ୟ ସ୍ଥାପନ କରନ୍ତୁୁ| pic.twitter.com/VvneCiqIqb
— Dr. Amar Patnaik (@Amar4Odisha) May 10, 2021 " class="align-text-top noRightClick twitterSection" data="
">“ମାନବ ସେବା, ଈଶ୍ବରଙ୍କ ସେବା” ବୋଲି ସେମାନେ କହିଥାନ୍ତି |ତେଣୁ ମୁଁ ଏହି ଆଧ୍ୟାତ୍ମିକ ଗୁରୁମାନଙ୍କୁ ଅନୁରୋଧ କରୁଛି ଯେ,ସେମାନେ ତାଙ୍କ ଅନୁଗାମୀମାନଙ୍କ ପାଇଁ ଟୀକାକରଣର ଖର୍ଚ୍ଚ ବହନ କରନ୍ତୁ ଯେଉଁମାନେ ଖର୍ଚ ଦେଇ ପାରିବେ ନାହିଁ।ସେମାନେ ପଞ୍ଚାୟତ ଏବଂ ବ୍ଲକ୍ ଗୁଡ଼ିକରେ ଅମ୍ଳଜାନ,ଭେଣ୍ଟିଲେଟର ଓ ଆଇସିୟୁ ଶଯ୍ୟା ମଧ୍ୟ ସ୍ଥାପନ କରନ୍ତୁୁ| pic.twitter.com/VvneCiqIqb
— Dr. Amar Patnaik (@Amar4Odisha) May 10, 2021“ମାନବ ସେବା, ଈଶ୍ବରଙ୍କ ସେବା” ବୋଲି ସେମାନେ କହିଥାନ୍ତି |ତେଣୁ ମୁଁ ଏହି ଆଧ୍ୟାତ୍ମିକ ଗୁରୁମାନଙ୍କୁ ଅନୁରୋଧ କରୁଛି ଯେ,ସେମାନେ ତାଙ୍କ ଅନୁଗାମୀମାନଙ୍କ ପାଇଁ ଟୀକାକରଣର ଖର୍ଚ୍ଚ ବହନ କରନ୍ତୁ ଯେଉଁମାନେ ଖର୍ଚ ଦେଇ ପାରିବେ ନାହିଁ।ସେମାନେ ପଞ୍ଚାୟତ ଏବଂ ବ୍ଲକ୍ ଗୁଡ଼ିକରେ ଅମ୍ଳଜାନ,ଭେଣ୍ଟିଲେଟର ଓ ଆଇସିୟୁ ଶଯ୍ୟା ମଧ୍ୟ ସ୍ଥାପନ କରନ୍ତୁୁ| pic.twitter.com/VvneCiqIqb
— Dr. Amar Patnaik (@Amar4Odisha) May 10, 2021
ବିଜେଡି ରାଜ୍ୟସଭା ସାଂସଦ ଟ୍ବିଟ କରି ଲେଖିଛନ୍ତି, 'ମାନବ ସେବା, ଈଶ୍ବରଙ୍କ ସେବା' ବୋଲି ସେମାନେ କହିଥାନ୍ତି । ତେଣୁ ମୁଁ ଏହି ଆଧ୍ୟାତ୍ମିକ ଗୁରୁମାନଙ୍କୁ ଅନୁରୋଧ କରୁଛି ଯେ,ସେମାନେ ତାଙ୍କ ଅନୁଗାମୀମାନଙ୍କ ପାଇଁ ଟିକାକରଣର ଖର୍ଚ୍ଚ ବହନ କରନ୍ତୁ । ଯେଉଁମାନେ ଖର୍ଚ୍ଚ ଦେଇ ପାରିବେ ନାହିଁ। ସେମାନେ ପଞ୍ଚାୟତ ଏବଂ ବ୍ଲକ୍ ଗୁଡ଼ିକରେ ଅମ୍ଳଜାନ, ଭେଣ୍ଟିଲେଟର ଓ ଆଇସିୟୁ ଶଯ୍ୟା ମଧ୍ୟ ସ୍ଥାପନ କରନ୍ତୁ । ସୂଚାଥାଉକି ଭାରତରେ ଆଧ୍ୟାତ୍ମିକ ଗୁରୁଙ୍କ ଏକ ସ୍ବତନ୍ତ୍ର ସ୍ଥାନ ରହିଛି । ଭାରତର ଆଧ୍ୟାତ୍ମିକ ଗୁରୁଙ୍କ ଦେଶ ବିଦେଶରେ ନିଜ ବ୍ୟବସାୟ ସହ କୋଟି କୋଟି ଟଙ୍କା ସମ୍ପତ୍ତିର ଅଧିକାରୀ ହୋଇଛନ୍ତି । ଆଧ୍ୟାତ୍ମିକ ଗୁରୁମାନଙ୍କ ପ୍ରତି ଦେଶବାସୀଙ୍କ ଆସ୍ଥା ଓ ଭକ୍ତି ରହିଛି । ତେଣୁ ସେମାନଙ୍କୁ ପ୍ରକୃତ ମାନବ ସେବା ପାଇଁ ଦେଶରେ ବିପତ୍ତିଜନକ ପରିସ୍ଥିତିରେ ଲୋକଙ୍କୁ ସହାୟତା କରିବା ପାଇଁ ନିବେଦନ କରିଛନ୍ତି ।
ସୂଚନାଥାଉକି ଭାରତରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି । ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା 3 ଲକ୍ଷରୁ ଉର୍ଦ୍ଧ୍ବ ବୃଦ୍ଧି ପାଇବାରେ ଲାଗିଛି । ମହାମାରୀରେ ସାରା ବିଶ୍ବରୁ ଭାରତରେ ସହାୟତା ଆସି ପହଞ୍ଚିଛି । ଦେଶରେ ବର୍ତ୍ତମାନ ଦିଲ୍ଲୀ, ମହାରାଷ୍ଟ୍ର, ଛତିଶଗଡ, ଉତ୍ତରପ୍ରଦେଶ, କର୍ଣ୍ଣାଟକ ଭଳି ରାଜ୍ୟରେ ସଂକ୍ରମଣ ସ୍ଥିତି ଭୟାନକ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ