ETV Bharat / city

FCRA ବିଲକୁ ଭର୍ତ୍ତୃହରିଙ୍କ ସମର୍ଥନ, 'ବିଦେଶରୁ ଟଙ୍କା ଆସି ହେଉଛି ଧର୍ମାନ୍ତରୀକରଣ' - ଭର୍ତ୍ତୁହରି ମହତାବ

ବୈଦେଶିକ ଯୋଗଦାନ (ନିୟମାବଳୀ) ସଂଶୋଧନ ବିଲ୍-2020କୁ ନେଇ ବିଜେଡି ସାଂସଦ ଭର୍ତ୍ତୁହରିଙ୍କ ବଡ ବୟାନ । ରାଜ୍ୟର ଅଧିକାରୀ ବିଦେଶରୁ ଅର୍ଥ ଆଣି ଭିନ୍ନ କାର୍ଯ୍ୟରେ ବ୍ୟବହାର କରୁଛନ୍ତି । ଏ ଦୃଷ୍ଟିରୁ ଏହି ଆଇନରେ ସଂଶୋଧନ ଉଚିତ ଓ ସମୟୋଚିତ ପଦକ୍ଷେପ ବୋଲି ଭର୍ତ୍ତୁହରି । ଅଧିକ ପଢନ୍ତୁ...

FCRA ବିଲକୁ ଭର୍ତ୍ତୁହରିଙ୍କ ସମର୍ଥନ, 'ବିଦେଶରୁ ଟଙ୍କା ଆସି ହେଉଛି ଧର୍ମାନ୍ତରୀକରଣ'

author img

By

Published : Sep 21, 2020, 7:57 PM IST

ଭୁବନେଶ୍ବର: ସଂସଦରେ ବୈଦେଶିକ ଯୋଗଦାନ (ନିୟମାବଳୀ) ସଂଶୋଧନ ବିଲ୍-2020କୁ ସମର୍ଥନ କରି ନିଜର ବିବୃତ୍ତି ପ୍ରଦାନ କରିଛନ୍ତି ବିଜୁ ଜନତା ଦଳର ସାଂସଦ ଭର୍ତ୍ତୃହରି ମହତାବ । ଆଇନର ତୃତୀୟ ସଂଶୋଧନ ହୋଇଥିବା ବେଳେ ଆଗକୁ ଏହା ଭଲ ଭାବରେ କାର୍ଯ୍ୟକାରୀ ହେବ ।

FCRA ବିଲକୁ ଭର୍ତ୍ତୁହରିଙ୍କ ସମର୍ଥନ, 'ବିଦେଶରୁ ଟଙ୍କା ଆସି ହେଉଛି ଧର୍ମାନ୍ତରୀକରଣ'

ସାଂସଦ ଭର୍ତ୍ତୃହରି କହିଛନ୍ତି, ଦେଶ ସ୍ବାଧୀନ ହେବା ପରେ କିଛି ଲୋକ ବିଦେଶରୁ ଅର୍ଥ ଆଣି ଧର୍ମାନ୍ତରୀକରଣ ଉଦ୍ୟମ କରୁଥିଲେ । 1959ରେ ଓଡିଶାରେ ଧର୍ମାନ୍ତରୀକରଣ ଆଇନ ପ୍ରଣିତ ହେଲା । ଏହାପରେ ଏହି ଆଇନ ମଧ୍ୟପ୍ରଦେଶରେ ପ୍ରଣୟନ ହୋଇଥିଲା ।

ଭର୍ତ୍ତୃହରି ଅଭିଯୋଗ କରିଛନ୍ତି, ଅର୍ଥ ବିଦେଶରୁ ଆସି ଧର୍ମାନ୍ତରୀକରଣ ହେଉଛି । ଏନେଇ ଏହି ଆଇନରେ ସଂଶୋଧନ ଜରୁରୀ । ଏଥିରେ କାହାରି ଆପତ୍ତି ଉଠାଇବା ଯଥାର୍ଥ ନୁହେଁ । କେଉଁଠୁ ଟଙ୍କା ଆଣିଲେ, କେଉଁଥିପାଇଁ ଟଙ୍କ। ଆସିଛି ଓ ଏହା କେଉଁ କାର୍ଯ୍ୟରେ ବିନିଯୋଗ ହୋଇଛି ତାହା ସରକାର ଯଦି ପଚାରୁଛନ୍ତି ତାହେଲେ ଏହାର ତଥ୍ୟ ଦେବାରେ ଅସୁବିଧା କଣ ବୋଲି ପ୍ରଶ୍ନ କରିଛନ୍ତି ସାଂସଦ ।

ଭର୍ତ୍ତୁହରି ଆହୁରି ମଧ୍ୟ କହିଛନ୍ତି, ପ୍ରତ୍ୟେକ ବର୍ଷ ଯେଉଁ ସଂସ୍ଥା ବିଦେଶରୁ ଟଙ୍କା ଆଣୁଛନ୍ତି, ସେମାନେ ମୁଖ୍ୟଶାସନ ସଚିବଙ୍କ ପାଖରେ ଜିଲ୍ଲାପାଳଙ୍କ ଜରିଆରେ ରିପୋର୍ଟ ପ୍ରଦାନ କରୁନ୍ତୁ । ହେଲେ ବର୍ଷ ବର୍ଷ ଧରି କୌଣସି ରିପୋର୍ଟ ସେମାନେ ଦିଅନ୍ତି ନାହିଁ । ରାଜ୍ୟର ଅଧିକାରୀ ବିଦେଶରୁ ଅର୍ଥ ଆଣି ଭିନ୍ନ କାର୍ଯ୍ୟରେ ବ୍ୟବହାର କରୁଛନ୍ତି । ଏ ଦୃଷ୍ଟିରୁ ଏହି ଆଇନରେ ସଂଶୋଧନ ଉଚିତ ଓ ସମୟୋଚିତ ପଦକ୍ଷେପ ବୋଲି ଭର୍ତ୍ତୁହରି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.