ETV Bharat / city

ପାରାଦୀପ ବନ୍ଦରକୁ ବିଜୁ ବାବୁଙ୍କ ନାଁରେ ନାମିତ କରିବାକୁ ଅନୁଭବଙ୍କ ଦାବି - paradip port

ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ପରେ ଏବେ ସାଂସଦ ଅନୁଭବ ମହାନ୍ତି ମଧ୍ୟ ଲୋକସଭାରେ ପାରାଦୀପ ବନ୍ଦରକୁ ପ୍ରବାଦ ପୁରଷ ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନାଁରେ ନାମିତ କରିବାକୁ ନେଇ ଦାବି ଉଠାଇଛନ୍ତି । ଅଧିକ ପଢନ୍ତୁ...

ପାରାଦୀପ ବନ୍ଦରକୁ ବିଜୁ ବାବୁଙ୍କ ନାଁରେ ନାମିତ କରିବାକୁ ଅନୁଭବଙ୍କ ଦାବି

author img

By

Published : Sep 23, 2020, 9:00 PM IST

ଭୁବନେଶ୍ବର: ଓଡିଶାର ପ୍ରମୁଖ ବନ୍ଦର ପାରାଦୀପକୁ ପ୍ରବାଦ ପୁରଷ ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନାଁରେ ନାମିତ କରିବାକୁ ନେଇ ସ୍ବର ଉଠିବାରେ ଲାଗିଛି । ବିଜେଡି ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ପରେ ଏବେ ସାଂସଦ ଅନୁଭବ ମହାନ୍ତି ମଧ୍ୟ ଲୋକସଭାରେ ସମାଦ ଦାବି ଉପସ୍ଥାପନ କରିଛନ୍ତି ।

ପାରାଦୀପ ବନ୍ଦରକୁ ବିଜୁ ବାବୁଙ୍କ ନାଁରେ ନାମିତ କରିବାକୁ ଅନୁଭବଙ୍କ ଦାବି

ସାଂସଦ ଅନୁଭବ କହିଛନ୍ତି, ପାରଦୀପ ବନ୍ଦରକୁ ପ୍ରବାଦ ପୁରଷ ବିଜୁ ପଟ୍ଟନାୟକଙ୍କ ନାଁରେ ନାରେ ନାମିତ କରାଯାଉ । ଏହା ବିଜୁ ବାବୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ହେବ ବୋଲି ମହାନ୍ତି କହିଛନ୍ତି ।

ଏହାପୂର୍ବରୁ ରାଜ୍ୟସଭାରେ ଶୂନ୍ୟକାଳରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଲିଖିତ ଆକାରରେ ଦାବି ପାରାଦୀପ ବନ୍ଦରକୁ ବିଜୁ ପଟ୍ଟନାୟକଙ୍କ ନାଁରେ ନାମିତ କରିବାକୁ କହିଥିଲେ । ଜୁ ପଟ୍ଟନାୟକ ନବ ଉତ୍କଳର ନିର୍ମାଣ, ସ୍ବାଧୀନତା ସଂଗ୍ରାମରେ ତାଙ୍କର ଯୋଗଦାନ, ଉଲ୍ଲେଖନୀୟ ନେତୃତ୍ୱ ଏବଂ ତାଙ୍କ ସାହସ ପାଇଁ ଜାତୀୟସ୍ତରରେ ପରିଚିତ । ସେ ଜଣେ ବିଚକ୍ଷଣ ପାଇଲଟ ଥିଲେ, ଯିଏକି ଇଣ୍ଡୋନେସିଆର ସ୍ବାଧିନତା ସଂଗ୍ରାମୀଙ୍କୁ ସାହସର ସହ ଉଦ୍ଧାର କରିଥିଲେ। ସେ ପାରାଦୀପ ବନ୍ଦରର ପ୍ରତିଷ୍ଠାତା ଥିଲେ, ଯାହା ଏବେ ଭାରତର ବଡ଼ ବନ୍ଦରମାନଙ୍କ ମଧ୍ୟରେ ପରିଗଣିତ ହୋଇଛି। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଅବଦାନକୁ ଆଖି ଆଗରେ ରଖି ତାଙ୍କ ସ୍ମୃତିରେ ପାରାଦୀପ ବନ୍ଦରକୁ ତାଙ୍କ ନାମରେ ନାମିତ କରାଯାଉ ବୋଲି ପ୍ରସ୍ତାବ ଦେଇଥିଲେ ପ୍ରସନ୍ନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.