ETV Bharat / city

ଆକାଂକ୍ଷୀ ଜିଲ୍ଲାରେ କେନ୍ଦ୍ରମନ୍ତ୍ରୀଙ୍କ ସମୀକ୍ଷା: ବିକାଶ କମ ରାଜନୀତି ଅଧିକ କହିଲେ ଅମର - କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ଅମର ପଟ୍ଟନାୟକ

ରାଜ୍ୟର ଆକାଂକ୍ଷୀ ଜିଲ୍ଳା ଗୁଡ଼ିକର ସ୍ଥିତି ପରଖିବା ପାଇଁ ପହଁଚିଛନ୍ତି କେନ୍ଦ୍ର ମନ୍ତ୍ରୀ । ରାଜ୍ୟର 10 ଆକାଂକ୍ଷୀ ଜିଲ୍ଳାକୁ ଗସ୍ତ କରୁଛନ୍ତି 10 କେନ୍ଦ୍ରମନ୍ତ୍ରୀ । ଅଧିକ ପଢ଼ନ୍ତୁ

ଆକାଂକ୍ଷୀ ଜିଲ୍ଲାରେ କେନ୍ଦ୍ରମନ୍ତ୍ରୀଙ୍କ ସମୀକ୍ଷା: ବିକାଶ କମ ରାଜନୀତି ଅଧିକ କହିଲେ ଅମର

author img

By

Published : Apr 13, 2022, 9:02 PM IST

ଭୁବନେଶ୍ବର: ରାଜ୍ୟର ଆକାଂକ୍ଷୀ ଜିଲ୍ଳା ଗୁଡ଼ିକର ସ୍ଥିତି ପରଖିବା ପାଇଁ ପହଁଚିଛନ୍ତି କେନ୍ଦ୍ର ମନ୍ତ୍ରୀ । ରାଜ୍ୟର 10 ଆକାଂକ୍ଷୀ ଜିଲ୍ଳାକୁ ଗସ୍ତ କରୁଛନ୍ତି 10 କେନ୍ଦ୍ରମନ୍ତ୍ରୀ । ଆକାଂକ୍ଷୀ ଜିଲ୍ଳାରେ ଉନ୍ନୟନ ମୂଳକ କାମ, କେନ୍ଦ୍ରୀୟ ଅନୁଦାନର କାର୍ଯ୍ୟକାରୀତାକୁ ନେଇ ସମୀକ୍ଷା କରୁଛନ୍ତି କେନ୍ଦ୍ରମନ୍ତ୍ରୀ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ । ଆକାଂକ୍ଷୀ ଜିଲ୍ଲାରେ କେନ୍ଦ୍ରମନ୍ତ୍ରୀଙ୍କ ସମୀକ୍ଷା ବିକାଶ କମ ରାଜନୀତି ଅଧିକ ବୋଲି କହିଛନ୍ତି ଅମର ।

ଆକାଂକ୍ଷୀ ଜିଲ୍ଲାରେ କେନ୍ଦ୍ରମନ୍ତ୍ରୀଙ୍କ ସମୀକ୍ଷା: ବିକାଶ କମ ରାଜନୀତି ଅଧିକ କହିଲେ ଅମର

ଅମର କହିଛନ୍ତି ଯେ, "ଗୋଟିଏ ଗୋଟିଏ ଆକାଂକ୍ଷୀ ଜିଲ୍ଲା ରିଭ୍ୟୁ କରିବା ପାଇଁ ଜଣେ ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ ଦାୟିତ୍ଵ ଦେବା ରାଜନୀତି ଛଡା ଆଉ କିଛି ନୁହେଁ । ଏହି 10ଟି ଆକାଂକ୍ଷୀ ଜିଲ୍ଲା ଅବହେଳିତ ରହିଆସିଥିଲେ ସେମାନଙ୍କ ଉନ୍ନତି ଦରକାର କହୁଛନ୍ତି । ସେହି ଯାଗାରେ କିଛି ଅଧିକ ଅର୍ଥ ଦରକାର । ରାଜ୍ୟକୁ ସାଧାରଣତଃ ଯାହା ଅର୍ଥ ମିଳୁଛି କେନ୍ଦ୍ରୀୟ ଯୋଜନାରେ ତା ଛଡା କିଛି ଅଧିକ ମିଳୁନି । କେବଳ କିଛି ବେସ୍‌ ଲାଇନ୍‌ ସର୍ଭେ, ଡାସବୋର୍ଡ, କରାଯାଇ ସମୀକ୍ଷା ହେଉଛି । କିନ୍ତୁ ଏହାକୁ କାର୍ଯ୍ୟକାରୀ କରୁଛନ୍ତି ରାଜ୍ୟ ସରକାର ।"

ଆକଂକ୍ଷୀ ଜିଲ୍ଲାକୁ ଯଦି ଅବହେଳିତ ମାନୁଛନ୍ତି, ତେବେ ସେହି ଜିଲ୍ଲା ଗୁଡିକରେ କେନ୍ଦ୍ରୀୟ ଅନୁଦାନକୁ ୬୦-୪୦ ପରିବର୍ତ୍ତେ ୯୦-୧୦ ଅପୁପାତ କାହିଁକି କରୁନାହାନ୍ତି ବୋଲି ଅମର ପ୍ରଶ୍ନ କରିଛନ୍ତି । ଏହାଦ୍ବାରା ସେହି ଜିଲ୍ଲାର ବିକାଶ ହୋଇପାରିବ । କିଛି ନକରି କେବଳ ବାହାବାହା ନେବା ପାଇଁ ଏହାକୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରାଯାଇଛି । ଏହା ଠିକ ନୁହେଁ । ଏକ ତୄତୀୟାଂଶ ଜିଲ୍ଲା ଯେହେତୁ ଓଡ଼ିଶାର ଅବହେଳିତ ତେଣୁ ଓଡିଶାକୁ ସ୍ବତନ୍ତ୍ର ଫୋକସ ଦିଆଯାଉ ଦାବି କରିଛନ୍ତି ବିଜେଡି ବିଧାୟକ । ଏହି ଆକାଂକ୍ଷୀ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯେଉଁ ଘର ମିଳିବା କଥା ତାହା ଦିଆଯାଉନାହିଁ । କେନ୍ଦ୍ର ସରକାର ବିକାଶକୁ ଫୋକସ ନକରି ରାଜନୈତିକ ଏଜେଣ୍ଡା ତିଆରି କରୁଛନ୍ତି ବୋଲି ଅମର କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.