ETV Bharat / city

ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେଡି ସାଂସଦ ଅମର

ରାଜ୍ୟରେ ଅସମ୍ପୂର୍ଣ୍ଣ ରେଳ ପ୍ରକଳ୍ପ ନେଇ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଚିଠି ଲେଖିଲେ ବିଜେଡି ସାଂସଦ ଅମର ପଟ୍ଟନାୟକ । ସବୁ ଅସମ୍ପୂର୍ଣ୍ଣ ପ୍ରକଳ୍ପର ସମୀକ୍ଷା କରି ପଦକ୍ଷେପ ନେବାକୁ ଚିଠିରେ କଲେ ଦାବି । ଅଧିକ ପଢନ୍ତୁ...

author img

By

Published : Jul 16, 2021, 5:40 PM IST

ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେଡି ସାଂସଦ ଅମର
ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେଡି ସାଂସଦ ଅମର

ଭୁବନେଶ୍ବର: ରାଜ୍ୟରେ ରହିଛି ଅନେକ ଅସମ୍ପୂର୍ଣ୍ଣ ରେଳ ପ୍ରକଳ୍ପ । ଏନେଇ ରେଳମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ । ଆଜି(ଶୁକ୍ରବାର) ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖିଛନ୍ତି ଅମର ।

ଅମର ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟରେ ଏବେ ବି ୬ ଜିଲ୍ଲାକୁ ଛୁଇଁନି ରେଳ ଲାଇନ । ଭୁବନେଶ୍ୱର ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ କରିବା ଲାଗି ଘୋଷଣା କରାଯାଇଛି । ହେଲେ ଗତ ୪ ବର୍ଷ ହେଲା ଭୁବନେଶ୍ବର ରେଳ ଷ୍ଟେସନ ବିକାଶ କାର୍ଯ୍ୟ ଆଗେଇ ପାରୁନି । ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଶତ ପ୍ରତିଶତ ଅର୍ଥ ଓ ଜମି ଯୋଗାଇ ଦିଆଯାଇଛି । ଏହାସହ ରାଜ୍ୟରେ ଥିବା ସବୁ ଅସମ୍ପୂର୍ଣ୍ଣ ପ୍ରକଳ୍ପର ସମୀକ୍ଷା କରି ପଦକ୍ଷେପ ନେବାକୁ ରେଳମନ୍ତ୍ରୀଙ୍କୁ ଅମର ଚିଠି ଲେଖି ଦାବି କରିଛନ୍ତି ।

୨୦୧୬ରୁ ପୁରୀ-କୋଣାର୍କ ରେଳପଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ହେଲେ ଏହା ଭିତରେ 5 ବର୍ଷ ବିତିଗଲାଣି, ମାତ୍ର କାମ ସରୁନି । ୨୦୧୭-୧୮ରୁ ଆରମ୍ଭ ହୋଇଥିବା ଗୁଣୁପୁର-ଥେରୁଭାଲି ପ୍ରକଳ୍ପ କାମ ବି ଅଧପନ୍ତରିଆ ହୋଇ ପଡିଛି । ଏହାସହ ଶୀତଳାପଲ୍ଲୀ ୱାଗନ କାରଖାନା କାମ ଏ ଯାଏଁ ଆରମ୍ଭ ହୋଇପାରିନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ସାଂସଦ ଅମର ପଟ୍ଟନାୟକ । ସେହିପରି ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାମ ମଧ୍ୟ ଅଧାରୁ ଅଟକି ପଡିରହିଛି । ଏସବୁ ପ୍ରକଳ୍ପ ପ୍ରତି ଧ୍ୟାନ ଦିଆଯାଇ ପଦକ୍ଷେପ ନିଆଗଲେ ଓଡ଼ିଶା ଲାଭବାନ ହେବ । ରେଳ ବ୍ୟବସ୍ଥାର ବିକାଶ ହେବା ସହ ରାଜ୍ୟବାସୀ ଉପକୃତ ହେବେ ବୋଲି ସାଂସଦ ଅମର ପଟ୍ଟନାୟକ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.