ଭୁବନେଶ୍ବର: କୋଭିଡ୍ କଟକଣାକୁ ରାଜ୍ୟରେ କଡାକଡି କରିବାକୁ ଦାବି କରିଛନ୍ତି ବିଜେଡି ବିଧାୟକ ଅମର ଶତପଥୀ । ପଡୋଶୀ ଛତିଶଗଡରେ ନୂଆ କୋଭିଡ୍ ସଂକ୍ରମଣ ଦେଖାଯାଇଥିବାରୁ ରାଜ୍ୟରେ କଟକଣା କରିବାକୁ ସେ କହିଛନ୍ତି ।
ସେହିପରି ଲୋକେ ମାସ୍କ ପିନ୍ଧୁ ନଥିବା ତଥା ସାମାଜିକ ଦୂରତା ପାଳନ କରୁନଥିବାରୁ ସରକାର କଟକଣାକୁ କଡାକଡି କରିବାକୁ ବିଧାୟକ କହିଛନ୍ତି । ଏହାସହ ଏନେଇ ଉଦାହରଣ ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସେ ବିଧାନସଭାରେ ଦାବି କରିଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ